ହାଇକୁ ସାଧନା ଓଡ଼ିଶା
ସାରସ୍ୱତ ସେଦୋକା କାବ୍ୟ ଯାତ୍ରା
ସେପ୍ଟେମ୍ବର ~ ୨୦୨୧
ସେଦୋକା
୧)
ମାଟି ନିର୍ମିତ
ମଣିଷ ତ କଣ୍ଡେଇ
କରଇ ଅଭିନୟ
ସବୁ ନଶ୍ୱର
ମାଟି, ପାଣି, ପବନ
ଏ ଯେ ସଦା ଶାଶ୍ୱତ ।
~ ପ୍ରଦୀପ କୁମାର ଦାଶ
୨)
ମୃଣ୍ମୟ ଦେହ
ଅବିନାଶୀ ସେ ଆତ୍ମା
ଘଟେ କରେ ନିବାସ
ଜୀର୍ଣ୍ଣତା ପ୍ରାପ୍ତି
କରଇ ଘଟ ତ୍ୟାଗ
ମୃତ୍ୟୁ ତାହାରି ନାମ ।
~ ରମାକାନ୍ତ ସତପଥି
୩)
ମୃତ୍ୟୁ ଯନ୍ତ୍ରଣା
ବଞ୍ଚିବା ମୂଲ୍ୟହୀନ
ଆସେ ମନେ ବିଚାର
ଧୈର୍ଯ୍ୟ ହରାଏ
ସୁଖ ଯେ ଦୁଃଖବତ
ନିଶ୍ଚିହ୍ନ ହୁଏ ନର ।
~ ମନୀଷା ମିଶ୍ର
୪)
ଅଗମ୍ୟ ରାସ୍ତା
ଅବଧୂତଟିଏ ମୁଁ
ଚାଲିଛି ଲକ୍ଷହୀନ
ସରୁନି ପଥ
କେଜାଣି କେବେ ହେବ
ସମାପ୍ତି ଏ ଯାତ୍ରାର ।
୫)
ସଡ଼କଟିଏ
ପଡ଼ିଛି ପରିତ୍ୟକ୍ତ
କହିଲେ ସରିବନି
ତା' ଦୁଃଖ କଥା
କେତେ ନ ସହିଛି ସେ
ତଥାପି ସେମିତି ଅଛି ।
~ ରାଜେଶ କୁମାର ମୁଣ୍ଡ
୬)
ଗାଆଁକୁ ଚାଲ
ଅlତ୍ମୀୟତା ମହକ
ଭାଈ, ପୁତୁରା ଡାକ
ଦୁଃଖ ପାହାଡ଼
ଭାଙ୍ଗି ଧୂଳିସାତ୍ ହୁଏ
ମଶାଣି ଭୟକରେ ।
୭)
ମଶାଣି ଫୁଲ
ଫୁଟି ଝରି ପଡଇ
ଅବ୍ୟକ୍ତ ସେ ବେଦନା
ଏକାକୀପଣ
ଜନ ମାନବ ଶୂନ୍ୟ
ମାଟିରେ ମିଶିଯାଏ ।
~ ରମାକାନ୍ତ ସତପଥି
୮)
ଆତ୍ମାର ଜ୍ଞାନ
ଗୁରୁ ବୁଦ୍ଧି ଯେ ବିନା
ନୁହଁଇ କିଛି ସତ୍ୟ
ପ୍ରାପ୍ତି ନିମନ୍ତେ
ବୁଦ୍ଧିମାନ ପ୍ରଯତ୍ନ
ଗୁରୁଃକୃପା ଆଶୀଷ ।
୯)
ମାୟା ସଂସାର
ଅଜ୍ଞାନ ମଧ୍ୟେ ସୃଷ୍ଟି
ବିଶ୍ଳେଷଣlତ୍ମକତା
ଯାହାଙ୍କ କୃପା
ଗୁରୁ ସେ ବ୍ରହ୍ମ ରୂପ
ମର୍ତ୍ତ୍ୟେ ବିଶୁଦ୍ଧ ଆତ୍ମା ।
୧୦)
ପାଦ ସେବନ
ପାପରୁ ମୁକ୍ତି ପ୍ରାପ୍ତି
ବିଶୁଦ୍ଧ ସେହି ଆତ୍ମା
ବ୍ରହ୍ମ ରୂପରେ
ଯାହାଙ୍କ କୃପାବିନା
ମୁକ୍ତିର ନାହିଁ ମାର୍ଗ ।
୧୧)
ଅଜ୍ଞାନ ତମ
ଜଡ଼ରୁ ହୁଏ ନାଶ
ଅନେକ ଜନ୍ମ କର୍ମ
ଜ୍ଞାନର ସିଦ୍ଧି
ବୈରାଗ୍ୟ ସିଦ୍ଧରୂପ
ତମ ନାଶକ ଗୁରୁ ।
୧୨)
ଗୁରୁଙ୍କ ନାମ
କୀର୍ତ୍ତନ କରେ ଯିଏ
ଶିବଙ୍କ ଗୁଣଗାନ
ଅନନ୍ତ ରୂପ
ଭଗବାନ ସ୍ୱରୂପ
ଶିବଙ୍କ ହୁଏ ପ୍ରାପ୍ତି ।
~ ରମାକାନ୍ତ ସତପଥି
୧୩)
ଚରଣ ତଳେ
ଅରପି ପ୍ରଣିପାତ
ଅନ୍ଧାରରୁ ଆଲୋକ
ଯେ ଦେଖାଇଲେ
ପିତା,ମାତା ଓ ଗୁରୁ
ହୃଦୟରେ ପୂଜିତ ।
୧୪)
ଘଞ୍ଚ ଜଙ୍ଗଲ
ହେଲା ସାତ ସପନ
ସ୍ୱାର୍ଥପର ମଣିଷ
କାଟୁଛି କାଠ
ଭାବେନା ଏ'ଜୀବନ
ତାଙ୍କରି ପରା ଦାନ ।
୧୫)
ଗଲାନ ଉଡି
ମହକ ଇ ସଁସାରୁ
ନିନ ଫୁଲର ହସି
ନଦୀ ଝରନା
ଶୁଖିଗଲାନ ଧାର
ଚାଷି ଭାଲୁଛେ ବସି ।
~ ପ୍ରତିମା ମେହେର
୧୬)
"ଗୁ", ଅନ୍ଧକାର
ଅଜ୍ଞାନତା ସୂଚକ
"ରୁ" ପ୍ରକାଶମାନ ଯେ
ଗୁରୁ ଦୀପକ
ଜ୍ଞାନ ପରିପ୍ରକାଶ
ବ୍ରହ୍ମର ଜ୍ଞାନଦାତା ।
୧୭)
"ଗୁ "କାର ମାୟା
"ରୁ "କାର ମାୟା ଭ୍ରାନ୍ତି
ଗୁରୁ ମାୟା ଭ୍ରାନ୍ତି ଠୁଁ
ମୁକ୍ତିର ମାର୍ଗ
ଦର୍ଶନକାରୀ ଶକ୍ତି
ମୂଢ଼ ପାଆନ୍ତି ମୁକ୍ତି ।
୧୮)
ଜ୍ଞାନର ପ୍ରାପ୍ତି
ସମର୍ପଣ ଭାବରେ
ମନ, ବୁଦ୍ଧି ଓ ଇଚ୍ଛା
କାମନା ତ୍ୟାଗ
ବାସନା ସମର୍ପଣ
ଅହଂକାରର ତ୍ୟାଗ ।
୧୯)
ଗୁରୁଙ୍କ କୃପା
ଶାନ୍ତି ଲଭଇ ନର
ମନୋକାମନା ପୂର୍ଣ୍ଣ
କର୍ମର ଫଳ
ଗୁରୁ ମାଧ୍ୟମ ମାତ୍ର
ବିଶ୍ୱାସରେ ସୌଭାଗ୍ୟ ।
୨୦)
କୃପାର ପାତ୍ର
ଗୁରୁ ଗୁଣ ସ୍ମରଣେ
ସାମିପ୍ୟ ହୁଏ ପ୍ରାପ୍ତି
ଗୁରୁ ଓ ଶିଷ୍ୟ
ସମ୍ବନ୍ଧ ଚାବିକାଠି
କୃପା ଲଭିବା ମାର୍ଗ ।
~ ମନୀଷା ମିଶ୍ର
୨୧)
ନିର୍ଲିପ୍ତ ଭାବ
ନାହିଁ ଛନ୍ଦ କପଟ
ପ୍ରସ୍ଫୁଟିତ ସୁମନ
ହେ ଶିଶୁଗଣ
ତୁମ ଚପଳତାରେ
ପୁଲକ ତନୁମନ ।
୨୨)
ଲାଜେ ଲାଜେ ଗୋ
ନଇଁ ଯଉଛେ ମଥା
ଭାବର ଦିଆ ନିଆ
କହି ଦଉଛେ
କେତେ ଯୁଗର କଥା
ତୁଇଗୋ ମୋର ସଖା ।
~ ପ୍ରତିମା ମେହେର
୨୩)
ସୂର୍ଯ୍ୟ ସାମ୍ରାଜ୍ୟେ
ଧରା ଯେ ସମୁଜ୍ଜ୍ୱଳ
ଜୀବନ ପ୍ରାଚୁର୍ଯ୍ୟତା
ଅସାଧାରଣ
ବିଶ୍ୱ ବ୍ରହ୍ମାଣ୍ଡେ ନାହିଁ
ତା 'ପରି ପ୍ରତିଦାନ ।
୨୪)
ଏ ଧରା ବକ୍ଷ
ଏକ ମାତ୍ର ଯେ ସ୍ଥାନ
ବଞ୍ଚି ରହିବା ପାଇଁ
ସୌଭାଗ୍ୟଶାଳୀ
ମାନବ ସ୍ନେହ ବିନା
ନୁହେଁ ରକ୍ଷଣ ତା'ର ।
୨୫)
ସୁନ୍ଦର ତୃପ୍ତି
ପରିପୂର୍ଣ ଏ ଧରା
ସୁନ୍ଦର ଆମ ବାସ
ସୁର ମୂର୍ଚ୍ଛନା
କି ଅଧିକାରେ ନର
କରୁଛି ଛିନ୍ନ ଭିନ୍ନ ।
୨୬)
ନର ଯେ ଶ୍ରେଷ୍ଠ
ଜୀବ ସୃଷ୍ଟି ମଧ୍ୟରେ
ବୈଷୟିକ ତୃପ୍ତିରେ
କରୁଛି ନଷ୍ଟ
ସୁନ୍ଦର ଧରା ପୃଷ୍ଠ
କୃତଜ୍ଞତା ବିହୀନ ।
୨୭)
ମାନବ ଇଛା
ନିୟନ୍ତ୍ରଣ ଆଗରେ
ପ୍ରକୃତି ହାର ମାନେ
ଅଖଣ୍ଡ ଶକ୍ତି
ସ୍ୱର୍ଗ ତ ଗଢେ ନାହିଁ
ପ୍ରଦୂଷଣେ ନିମଜେ ।
~ ମନୀଷା ମିଶ୍ର
୨୮)
ବିଦାୟ ବେଳା
ବରଷା ଯାଏ ଦେଖ
ଝରୁଛି ଆଖି ଲୁହ
ପ୍ରେମିକ ଝୁରେ
କବି'ର ପ୍ରୀତି ଗୀତ
ଶ୍ରାବଣ ଥିଲା ମିତ ।
୨୯)
ଆଏଲା ଭୁଦୋ
ପରଛା ଚାରିକୁତି
ଉଷତ ଚାଷୀ କୂଲ
ପାଚଲା ଧାନ
ଖାଏବେ ନୂଆଖାଇ
ହସସି ମୂଲ ମୂଲ ।
~ ପ୍ରତିମା ମେହେର
୩୦)
ଏନ୍ତୁଡ଼ି ନିଆଁ
କୁଆଁ କୁଆଁ ରାବ ରେ
ଖୁସିରେ ଘର ଫାଟେ
ଅନ୍ତିମ ନିଆଁ
ଜୀବନ ର ସାୟାହ୍ନେ
ଉଠେ ଜଳନ୍ତା ଜୁଇ ।
୩୧)
ଉଠେ ତରଙ୍ଗ
ଜୀବନ ଯମୁନା ରେ
ମନରେ କୃଷ୍ଣ ଭାବ
ସମର୍ପଣ ର
ସଂସାର ଲାଗେ ତୁଛ
ସବୁ କରିଲି ପଛ ।
୩୨)
କଳା କହ୍ନେଇ
ପ୍ରେମ ର ଫଲ୍ଗୁ ଝରେ
ଗୋପେ ରାଧିକା ପାଇଁ
ଗୋପୀ ରଞ୍ଜନ
ନାଟ ବୃନ୍ଦାବନରେ
ଦିବ୍ୟ ରାସଲୀଳା ରେ ।
~ ବାସନ୍ତୀ ଦେଈ
୩୩)
ଧରା ସୁରକ୍ଷା
ଏକାନ୍ତ ଆବଶ୍ୟକ
ଶୀଘ୍ରତା ବୁଦ୍ଧିମତ୍ତା
ଜନ ମଙ୍ଗଳ
ଅନୁଧ୍ୟାନର ଯୋଗ୍ୟ
ଯୋଜନାବଦ୍ଧ କାର୍ଯ୍ୟ ।
୩୪)
ଧରା ଦୁର୍ଦଶା
ସମସ୍ୟା ଅନ୍ତହୀନ
ଯାହା ମଣିଷ କୃତ
ପ୍ରକୃତି ରକ୍ଷା
ମାନବର କର୍ତ୍ତବ୍ୟ
ସମସ୍ୟା ସମାଧାନ ।
୩୫)
ସବୁଜିମାରେ
ଉଦ୍ଭିଦର ଜୀବନ
ଜୀବିତର ବସ୍ତୁତ୍ୱ
ସୁନ୍ଦର ଧରା
ଉତ୍ସବ ମୁଖରିତ
ଐଶ୍ୱର୍ଯ୍ୟ ପରିପୂର୍ଣ୍ଣ ।
୩୬)
ଶତ ବର୍ଷରେ
ଜୀବର ବିବିଧତା
ଜଳ, ଭୂମି, ଆକାଶେ
ହୋଇଛି ନଷ୍ଟ
ଧ୍ବଂସର ଲୀଳା ଦିଶେ
ସ୍ଥିର, ନିଶ୍ଚିନ୍ତ ନର ।
୩୭)
ଧ୍ୱସ୍ତ ଅରଣ୍ୟ
କାର୍ବନ ନିଗମନ
ବାୟୁ ମଣ୍ଡଳେ ବୃଦ୍ଧି
ତାପ ସଂଚାର
ଧରା ଉତ୍ତପ୍ତ ପିଣ୍ଡ
ମନୁଷ୍ୟ ବିଚଳିତ ।
~ ମନୀଷା ମିଶ୍ର
୩୮)
ଶାନ୍ତି ଆଲୋକ
ପ୍ରଣମେ ବୁଦ୍ଧିମତ୍ତା
ଅସୀମିତ, ନିଃସର୍ତ୍ତ
ବିସ୍ତାର ତତ୍ତ୍ୱ
ପ୍ରତ୍ୟକ୍ଷ ଜ୍ଞାନଲବ୍ଧ
ନିଶ୍ଚିତ ଫଳ ଦାତା ।
୩୯)
ମୋ ହୃଦେ ପ୍ରେମ
ସେ ନାରୀର ଧିକ୍କାର
ଯେ ପ୍ରେମରେ ପାଗଳୀ
ମୁଁ ହୃଦହୀନ
ଏ ସବୁରେ ମୋ ଘୃଣା
ନିଜକୁ କରେ ଧିକ୍କାର ।
୪୦)
ମୂର୍ଖକୁ ଜ୍ଞାନ
ସହଜ ବୁଦ୍ଧିମାନ
ଅସମ୍ପୂର୍ଣ ଯେ ଜ୍ଞାନୀ
ତର୍କରେ ମଗ୍ନ
ତୁଚ୍ଛ ବ୍ରହ୍ମାଙ୍କ ଜ୍ଞାନ
ଅହଙ୍କାରୀ ମାନବ ।
~ ରମାକାନ୍ତ ସତପଥି
୪୧)
ପ୍ରତି କଥାରେ
ତୁମ ଉଦାହରଣ
ଚକିତ କରେ ମୋତେ
ପ୍ରତି କ୍ଷଣରେ
ତୁମର ଆଗମନ
ଆଖି ସାମ୍ନାରେ ସତେ ।
~ ରାଜେଶ କୁମାର ମୁଣ୍ଡ
୪୨)
ଉତ୍ତପ୍ତ ଧରା
ଶିଳ୍ପାୟନର ପରେ
ଦିନକୁ ଦିନ ବୃଦ୍ଧି
ଶୀଘ୍ର ଦମନ
ମଣିଷ କରେ ଚେଷ୍ଟା
ସମୁଦ୍ରେ ଶଙ୍ଖେ ପଣା ।
୪୩)
ଉତ୍ତର ମେରୁ
ଦକ୍ଷିଣ ମେରୁ ସ୍ଥଳେ
ଉତ୍ତାପ ବୃଦ୍ଧି ହେତୁ
ହିମ ପ୍ରବାହ
ଭାଷମାନ ତୁଷାର
ଜଳ ସ୍ତରରେ ବୃଦ୍ଧି ।
୪୪)
ସମୁଦ୍ର ଲଂଘେ
ଜଳ ସ୍ତରରେ ବୃଦ୍ଧି
ବର୍ଷା ଋତୁ ନିଶ୍ଚିହ୍ନ
ଅନିଶ୍ଚିତତା
ବର୍ଷାର ଆଗମନ
ଧରା ହୁଏ ଅସ୍ଥିର ।
୪୫)
ଅନିଶ୍ଚିତତା
ବର୍ଷାର ଆଗମନ
ଚାଷୀକୁଳ ଶଙ୍କିତ
ମୁଣ୍ଡରେ ହାତ
ହୁଅଇ ସର୍ବହରା
କରଇ ଆତ୍ମହତ୍ୟା ।
୪୬)
ମରୁଡି କୋପ
ବନ୍ୟାର ପ୍ରତିଧ୍ୱନି
ବାରମ୍ବାର ଜୀବନେ
ଜୀବିକା ହାରେ
ନିର୍ଦ୍ଧନ ଦେଶ ଲୋକେ
ପ୍ରାଣରେ ସନ୍ତାପିତ ।
୪୭)
ସ୍ଥାନାନ୍ତରିତ
ପ୍ରବାସେ ଯାର ଦିନ
ଜୀବିକାର ବିନାଶ
କର୍ମ ସଂସ୍ଥାନ
ପେଟ ପାଇଁ ସେ ବୁଲେ
ଅସହାୟ ଜୀବନ ।
୪୮)
ଗାଆଁ ମଣିଷ
ସହରୀ ହୋଇଯାଏ
ଅସ୍ଥାନ ଭାରି କଷ୍ଟ
ବଞ୍ଚିବା ଆଶା
ଭାରି ବିକଳ ମନ
ଝୁମ୍ପୁଡ଼ି ବସ୍ତି ବାସ ।
୪୯)
ବ୍ୟସ୍ତ ସହର
ଧୂଳି, ଧୂଆଁ ରେ ଭର୍ତ୍ତି
ଦୁର୍ବିସହ ଜୀବନ
ଫସିଲ୍ ଧୂଆଁ
ଯାନ ବାହାନା ଗତି
ଅଯତ୍ନ, ପ୍ରଦୂଷଣ ।
୫୦)
ପ୍ଲାଷ୍ଟିକ ମୁଣା
ଫିଙ୍ଗା ଫୋଫଡା ହୁଏ
ରାସ୍ତାର ଦୁଇ କଡେ
ବର୍ଜ୍ୟ ବସ୍ତୁରେ
ସହର ଉବୁଟୁବୁ
ନାଗରିକ ଅଜ୍ଞାନ ।
୫୧)
ସଫେଇ କର୍ମୀ
ବର୍ଯ୍ୟ ବସ୍ତୁ ଦହନେ
ଅବିଚlରିତ ଭାବ
ଧୁମ୍ର କୁଣ୍ଡଳୀ
ବ୍ୟାପଇ ଚାରିଆଡେ
ସ୍ୱାସ୍ଥ୍ୟ ପାଇଁ ବିପଦ ।
~ ମନୀଷା ମିଶ୍ର
୫୨)
କି କରେ ତାରା
ଇସାରା କରେ ଆଖି
ଆଖିରେ ଭରା ପ୍ରେମ
ଫୁଟୁଛି ଫୁଲ
ଭଳିକି ଭଳି ରଙ୍ଗ
ନପାଏ ପ୍ରଜାପତି ।
୫୩)
କାହିଁକି ବର୍ଷେ
ମାଟିର ପ୍ରେମ ମୋହେ
ବୃକ୍ଷ ତା ପାଣି ପାଏ
କୋଳକୁ ଫେରି
କରିବ ନୂଆଲୀଳା
ଜୀବନ ସାଥେ ଖେଳା
~ ରଞ୍ଜନ କୁମାର ଜେନା
୫୪)
ସାହସ ବଳେ
ମକର ମୁଖୁ ମୋତି
ଉତ୍ତାଳ ଢେଉ ଭାଙ୍ଗେ
ବିଷାକ୍ତ ସର୍ପ
ଗଳାର ହାର ହୁଏ
ମୂର୍ଖ ବୁଝିବା କଷ୍ଟ ।
୫୫)
ଚେଷ୍ଟା ବଳରେ
ବାଲିରୁ ତୈଳ ପ୍ରାପ୍ତି
ମରୀଚିକାରୁ ଜଳ
ଶଶକ ସିଂଘ
ପୂର୍ବଗ୍ରାହୀ ମୂର୍ଖକୁ
ବୁଝାଇବା ଯେ କଷ୍ଟ ।
~ ରମାକାନ୍ତ ସତପଥି
୫୬)
ଅବୋଧ ଶିଶୁ
ହୁଅନ୍ତି ନିର୍ଯାତିତ
ଫୁସ୍ ଫୁସ୍ ରେ ସଂକ୍ରମଣ
ପର୍ଯ୍ୟାପ୍ତ ନୁହେଁ
ଖେଳ ପଡିଆ ତାଙ୍କ
ଖେଳ କୁଦ ଆନନ୍ଦ ।
୫୭)
ପୌର ପାଳିକା
ବର୍ଜ୍ୟ ବସ୍ତୁ ଯେ ଛାଡେ
ଶୁଦ୍ଧିକରଣ ବିନା
ଦୂଷିତ ଜଳ
ନଦୀ, ନାଳ, ପୋଖରୀ
ହ୍ରଦ, ଜଳର ସ୍ରୋତ ।
୫୮)
ଉପଭୋଗରେ
ମାତ୍ରାଧିକ ଦୂଷିତ
ବର୍ଜ୍ୟ ବସ୍ତୁର କୁଢ଼
ପିଇବା ପାଣି
ଦୁର୍ବିସହ ଜୀବନ
ଆସେ ଜଳ ସଙ୍କଟ ।
୫୯)
ପରିବେଶ ଯେ
ସନ୍ତୁଳନ ହରାଏ
ନାନାବିଧ ମାର୍ଗରେ
ନର ଜୀବନ
ବାଧିତ ଭବିଷ୍ୟତ
ପ୍ରଦୂଷଣ ପ୍ରଭାବେ ।
୬୦)
ମାନବ ଜାତି
ବୁଝି, ବୁଝି ପାରେନା
ବୁଦ୍ଧିମତ୍ତା ନୀରବ
ବ୍ୟବହାରରେ
ପରିବର୍ତ୍ତନ ଆଶା
ପ୍ରକୃତି ଭାରସାମ୍ୟ ।
୬୧)
ଅନୁଶୋଚନା
ମଣିଷ ମନେ ନାହିଁ
ପ୍ରକୃତି କରୁଛି ନଷ୍ଟ
ଶାନ୍ତ ପ୍ରକୃତି
ଦଳିତ ନିଷ୍ପେସିତ
ପ୍ରକୃତି ଭୟଙ୍କର ।
୬୨)
ଧନୀକ ଶ୍ରେଣୀ
ସମର୍ଥ କାମନାର
ପୂରଣ କରିବାରେ
ଅପର ପକ୍ଷେ
ନିର୍ଦ୍ଧନ ଛାତିପିଟେ
ବଞ୍ଚିବା ରାହା ନେଇ ।
୬୩)
ଧନ ପ୍ରାଚୁର୍ଯ୍ୟ
ଅନ୍ୟପକ୍ଷେ ଶୋଷିତ
ସମାଜ ଦୁଇ ଦିଗ
ମଣିଷ ଜାତି
ସୃଷ୍ଟି କରେ ବିଭେଦ
ବଞ୍ଚିବା ସଂଗ୍ରାମରେ ।
୬୪)
ଆଲୋକମାଳା
ଭୁରି ଭୋଜନ ଚାଲେ
ଧନିର ଦୈନନ୍ଦିନ
ଅନ୍ୟ ପକ୍ଷରେ
ନିସ୍ଵ ସେହି ମଣିଷ
କଟେ ରାତ୍ରୀ ତିମିରେ ।
୬୫)
କୋଇଲା ଜାଳି
ବିଦ୍ୟୁତ ଉତ୍ପାଦନ
ବାୟୁରେ ପ୍ରଦୂଷଣ
ବହୁ ମାତ୍ରାରେ
କାର୍ବନ ନିଗମନ
ଦୁର୍ବିସହ ଜୀବନ ।
~ ମନୀଷା ମିଶ୍ର
୬୬)
ଆମ୍ବ ଗଛରେ
କାହିଁ ଗାଉଛି ପିକ
ଏତେ ମଧୁର ସ୍ୱରେ
କାଉବସାରେ
କାଳେ ଶିଖିବେ କା କା
ବୁଡ଼ାଏ ମଧୁର ସ୍ଵନେ ।
~ ରଞ୍ଜନ କୁମାର ଜେନା
୬୭)
ଝରେ ଝରଣା
ଉଲ୍ଲାସ ମନପ୍ରାଣ
ସୁବାସିତ ସେ ନୀର
ବଣ ଅଗଣା
କ୍ଷୁଧାରେ ଜୀବଗଣ
ତୃଷା ଯେ ନିବାରଣ ।
୬୮)
ହେ କଲାକାହ୍ନୁ !
ନାଇ ବଜ ବଇଁଶୀ
ରାଧା ନନୀ ବିକଲ
ରଖ ମହତ
ହୁରୁଦ୍ ଛନଛନ
ନାଇଯ କୁଞ୍ଜବନ ।
~ ପ୍ରତିମା ମେହେର
୬୯)
ବୈଷମ୍ୟ ଭାବ
ପ୍ରକୃତି ତହିଁ ତ୍ରସ୍ତ
ଅବିଚାରିତ ଭାବେ
ତାର ଦୋହନ
ଭୁରି ଭୋଜନେ ବ୍ୟସ୍ତ
ଖାଦ୍ୟ ପାଇଁ ଆକୁଳ ।
୭୦)
ପ୍ରକୃତି କ୍ଷୟ
ନିର୍ଦ୍ଧନର ଜୀବନ
ଜୀବିକା ପ୍ରଭାବିତ
ନିରାଶା ଭାବ
ମଧ୍ୟବିତ୍ତ ତଳାନ୍ତ
ନିମ୍ନ ଶ୍ରେଣୀର ନାଶ ।
୭୧)
ପ୍ରକୃତି କ୍ଷୟ
ନାରୀ ପାଇଁ ଯେ କଷ୍ଟ
ଜାଳେଣିର ଅଭାବେ
ଜଳ ଅଭାବେ
ନିଷପୀଡ଼ିତ ନାରୀ
ଘରେ ମିଳେନା ଖାଦ୍ୟ ।
୭୨)
ନାରୀ ନେତୃତ୍ୱ
ଏକାନ୍ତ ଆବଶ୍ୟକ
ପ୍ରକୃତି ରକ୍ଷା ପାଇଁ
ଗ୍ରାମୀଣ ନାରୀ
ନୁହନ୍ତି ପଛୁଆ ସେ
ମଙ୍ଗ ଧରି ଚାଲନ୍ତି ।
୭୩)
ପ୍ରକୃତି ଧ୍ବଂସ
ସମସ୍ୟା ଯେ ଆଗତ
ସମସ୍ତେ ପ୍ରଭାବିତ
ସହଜ ନୁହେଁ
ତାହାର ସମାଧାନ
ଉପଭୋଗ ନିଦାନ ।
୭୪)
ଯନ୍ତ୍ର କୌଶଳ
ସାମୟିକ ସମାଧାନ
ପର୍ଯ୍ୟାବରଣ ରକ୍ଷା
ବର୍ତ୍ତିବା କଷ୍ଟ
ଧ୍ବଂସ ବିଭୀଷିକାରୁ
ସମାଧାନର ପନ୍ଥା ।
୭୫)
ହୃଦୟ ରୋଗ
ଚିକିତ୍ସକଙ୍କ ସେବା
ସମୟ ଉପଚାର
ସୁସ୍ଥ ଶରୀର
ଅନ୍ୟାନ୍ୟ ସେବା ଖୋଜେ
ସମ୍ପୂର୍ଣ୍ଣ ସମାଧାନ ।
୭୬)
ସୁସ୍ଥ ପ୍ରକୃତି
ଯନ୍ତ୍ର କୌଶଳ ନୁହେଁ
ପର୍ଯ୍ୟାପ୍ତ ସମାଧାନ
ଵିଵେକୀ ନର
ନୈତିକ ବିକାଶରେ
କରିବ ସମାଧାନ ।
୭୭)
ଧନୀକ ପାଶେ
ରହିଛି ସମାଧାନ
ବିଷୟ ସମ୍ଭୋଗରେ
ଉପଭୋଗରେ
ନୈତିକ ଦାୟିତ୍ୱ ଯେ
ଅଳ୍ପେ ହୁଅ ସନ୍ତୋଷ ।
୭୮)
ପଞ୍ଚ ଭୂତ ଯେ
ଧ୍ୱସ୍ତ ବିଧ୍ୱସ୍ତ ହୁଏ
ଧନୀକ ଲୋଭ ପାଇଁ
ଅଦମ୍ୟ ଲୋଭ
ବିଷୟ ଅନୁରକ୍ତି
ଧ୍ବଂସ ମୂଳ କାରଣ ।
~ ମନୀଷା ମିଶ୍ର
୭୯)
ଦୁଷ୍ଟ ପୁରୁଷ
ସଂମାର୍ଗ ମୂଲ୍ୟହୀନ
ମତ୍ତ ହସ୍ତୀ ସମାନ
ପଦ୍ମରେ ବଶ
ମହୁରେ ଲୁଣି ଜଳ
ଅପରିବର୍ତ୍ତନୀୟ ।
୮୦)
ମୌନ ଧାରଣ
ମୂର୍ଖ ରକ୍ଷା କବଚ
ବିଦ୍ୱାନ ସଭାମଧ୍ୟେ
ନିଜ ଅଧୀନ
ଆଭୂଷଣ ସଦୃଶ
ମୂର୍ଖ ରହେ ନୀରବ ।
୮୧)
ଅଜ୍ଞାନୀ ବ୍ୟକ୍ତି
ଅଭିମାନରେ ଅନ୍ଧ
ମଣେ ସେ ସର୍ବଜ୍ଞାନୀ
ଜ୍ଞାନୀ ସମ୍ବନ୍ଧ
ଜ୍ଞାନ ସଙ୍ଗୀତ ସ୍ପର୍ଶେ
ଜ୍ୱର ତଳକୁ ଖସେ ।
୮୨)
ଶ୍ଵlନ ଯେ ବ୍ୟସ୍ତ
ଅସ୍ଥି ଚର୍ବଣ କରେ
ନ ଜାଣେ ଇନ୍ଦ୍ର ସ୍ଥିତି
ଲୋଭୀ ପ୍ରକୃତି
ସାମାନ୍ୟ ଲାଭ ଆଶ
ଭୁଲଇ ହିତା ହିତ ।
୮୩)
ଅବତରଣ
ଶିବ ଜଟା ମଧ୍ୟରୁ
ଗଙ୍ଗା ସମୁଦ୍ରେ ମିଶେ
ମୂର୍ଖ ଜୀବନେ
ସରଳ ମାର୍ଗେ ଚାଲେ
ରହେ ନିମ୍ନ ସ୍ତରରେ ।
୮୪)
ଅଗ୍ନିକୁ ଜଳ
ଉତ୍ତାପ ପାଇଁ ଛତା
ବନ୍ୟ ହାତୀ ଅଙ୍କୁଶେ
ଗଧ ଦଣ୍ଡରେ
ସମସ୍ୟା ନେଇ ସମାଧାନ
ମୂର୍ଖଙ୍କ ନାହିଁ ବାଟ ।
୮୫)
ସାହିତ୍ୟ, କଳା
ସଙ୍ଗୀତ ବିନା ଜୀବନ
ସିଂଘ, ନଖର ଯୁକ୍ତ
ପଶୁ ସମାନ
ପଶୁ କରେ ଆହାର
ଘାସରେ ତା ଜୀବନ ।
~ ରମାକାନ୍ତ ସତପଥି
୮୬)
ଅନ୍ୟର ପତ୍ନୀ
ଚୋରାଏ କାହିଁ ଦୃଷ୍ଟି
ଘରେ ମେନକା ଦାରା
ଦୂର ପାହାଡ଼
ଗାଲିଚା ପରି ଲାଗେ
ବନ୍ଧୁର ଶିଳା ଭରା ।
୮୭)
ବିଦାୟ ବେଳା
ହୃଦୟ କରି ଚୂନା
କାନ୍ଦଇ ଝିଅ କାହିଁ
ପର ହୃଦୟେ
କେମିତି ନେବ ସ୍ଥାନ
ବୁଝି ପାରଇ ନାହିଁ ।
୮୮)
ଦୂର ପାହାଡ଼
କାହିଁକି ଲାଗେ ଚାରୁ
ପାଖେ ଦୁର୍ଗମ ମାଳ
ନଥିଲେ ପାସେ
ଭାଳଇ ତୁମ କଥା
ପାଖରେ ନିଆଁ ଝୁଲ ।
୮୯)
କହ ଝରଣା
କାହିଁକି ଏତେ ଝରୁ
ମଧୁର କରି ସ୍ୱର
ପଥର ଛାତି
କୋମଳ ହୃଦ ମୋର
ଢାଳେ ଶୀତଳ ଧାର
~ ରଞ୍ଜନ କୁମାର ଜେନା
୯୦)
ବିଦ୍ୟା, ତପସ୍ୟା
ଦାନ ଓ ଆଚରଣ
ଜ୍ଞାନ ଓ ଗୁଣହୀନ
ବ୍ୟକ୍ତି ବିଶେଷ
ଭ୍ରାନ୍ତ ମୃଗ ସମାନ
ଧରା ପୃଷ୍ଠରେ ବୋଝ ।
୯୧)
ହିଂସକ ପଶୁ
ବନେ, ଦୁର୍ଗମ ଗିରି
ସହଭ୍ରମଣ ହିତ
ମୂର୍ଖଙ୍କ ସହ
ସ୍ଵର୍ଗରେ ଥିଲେ ମଧ୍ୟ
ହୁଏ ନର୍କ ସମାନ ।
୯୨)
ଯେଉଁ ରାଜ୍ୟରେ
ଜ୍ଞାନୀ ଥାଏ ନିର୍ଦ୍ଧନ
ରାଜାଙ୍କର ଦୁର୍ଭାଗ୍ୟ
ଜ୍ଞାନୀ ପୁରୁଷ
ନିର୍ଦ୍ଧନ ହୋଇ ମଧ୍ୟ
ଅମୁଲ୍ୟ ରତ୍ନ ଜାଣ ।
୯୩)
ଖୁସି ପ୍ରଦାନ
ଜ୍ଞାନ ଅଦ୍ଭୁତ ଧନ
ଦାନେ ହୁଅଇ ବୃଦ୍ଧି
ସୃଷ୍ଟି ବିନାଶେ
ହୁଏନା କେବେ ନଷ୍ଟ
ସଂସାର ସମର୍ପିତ ।
୯୪)
ଧନ ସମ୍ପଦ
ଜ୍ଞାନୀ ହୁଏନା ବଶ
ସମ୍ପଦ ତୃଣ ସମ
କମଳ ଗନ୍ଧେ
ହସ୍ତୀ ହୁଏନା ବଶ
ଧନରେ ଜ୍ଞାନୀଜନ ।
୯୫)
ସରସୀ ଜଳେ
ହଂସର ଗତିରୋଧ
ନୁହେଁ ଅତୀବ କଷ୍ଟ
ହଂସର କଳା
କ୍ଷୀର ଜଳ ଅଲଗା
ଶିକ୍ଷା ନୁହେଁ ସମ୍ଭବ ।
୯୬)
ଶୋଭା ବର୍ଦ୍ଧକ
ନୁହେଁ ହୀରକ, ଫୁଲ
ସୁଗନ୍ଧ ଜଳେ ସ୍ନାନ
ସଂସ୍କୃତ ନର
ସୁସଜ୍ଜିତ ବାଣୀରେ
ଜିଣଇ ନର ହୃଦ ।
୯୭)
ଜ୍ଞାନ ଯେ ଦିଏ
ଗୌରବ, ସୁଖ ଶାନ୍ତି
ଗୁରୁଙ୍କ ଗୁରୁ ସିଏ
ବିଦେଶେ ବନ୍ଧୁ
ବିଦ୍ୟା, ଜ୍ଞାନ ସର୍ବୋଚ୍ଚ
ନ ଥିଲେ ପଶୁ ସମ ।
~ ରମାକାନ୍ତ ସତପଥି
୯୮)
ପଳାସ ଫୁଲ
ମହକେ ନାହିଁ କାହିଁ
ନହକେ ଡାଳ ଫଳେ
ରଙ୍ଗ ପ୍ରେମିକ
ରୂପରେ ଯାଏ ମୋହି
ରଙ୍ଗରୁ ମଧୁ କଳେ
୯୯)
ପରଜlପତି
ହୋଇ ଅସ୍ଥିର ମତି
କାହିଁକି ଉଡି ବୁଲେ
ଅନେକ ଫୁଲ
ଅନେକ ରୂପ ରଙ୍ଗ
ଫସାଇ ଦିଏ ଜାଲେ ।
୧୦୦)
ପରଦା ପଛେ
ରହିଛ ତୁମେ କାହିଁ
କରୁନା ପ୍ରତିବାଦ
ଦେଖୁଛୁ ସବୁ
ଆମୋଦ କରୁ ମନ
ଟିକିଏ ନାହିଁ ଖେଦ
~ ରଞ୍ଜନ କୁମାର ଜେନା
୧୦୧)
ପଡୋଶୀ ପ୍ରତି
ଜନତା ନାରାୟଣ
ବନ୍ଧୁର ବ୍ୟବହାର
ବାୟୁ ଓ ଜଳ
ପ୍ରଦୂଷଣରେ ହୁଏ
ଅଶାନ୍ତ ପରିବେଶ ।
୧୦୨)
ଦୂଷଣ ପାଇଁ
ଆଇନରେ ବ୍ୟବସ୍ଥା
ଆମରି ଯେ କର୍ତ୍ତବ୍ୟ
ପାଳନ ତାର
ଠକିବା ନାହିଁ କେହି
ଠକିଲେ କ୍ଷତି ଆମର ।
୧୦୩)
ଲାଭ ଆଶାରେ
ଶିଳ୍ପ କରେ ବିକାଶ
ପ୍ରଦୂଷଣ ନିୟମ ମାନି
ଅବହେଳାରେ
ନିଜେ ନିଜର କ୍ଷତି
ସାମୁହିକ ବିକାଶ ।
୧୦୪)
ଶିଳ୍ପର ଲାଭ
ଭାବମୂର୍ତ୍ତି ଉପରେ
ତାରି ପରିବର୍ତ୍ତରେ
ନୈତିକତା ଯେ
ଶିଳ୍ପ ପାଳନ କଲେ
ସର୍ବ ମଙ୍ଗଳକାରୀ ।
୧୦୫)
ଶିଳ୍ପ ଚାତୁରୀ
ପରିବେଶ ସୁରକ୍ଷା
ଜନ କଲ୍ୟାଣକାରୀ
ଉପଭୋକ୍ତlର
କ୍ରେତା ଓ ଶ୍ରମଜୀବୀ
ପ୍ରସନ୍ନ ଚିତ୍ତ ଯହିଁ ।
୧୦୬)
ଯେଉଁ ଶିଳ୍ପରେ
ଉପଭୋକ୍ତା ଅସୁଖୀ
ଶ୍ରମିକ ନିର୍ଯାତନା
ସର୍ବଦା ରହେ
ଭାବମୂର୍ତ୍ତି ଯେ କ୍ଷୁର୍ଣ୍ଣ
ଶିଳ୍ପ କ୍ଷତିରେ ଚାଲେ l
୧୦୭)
ଶିଳ୍ପରେ କଳି
ପଡୋଶୀ ଅସନ୍ତୁଷ୍ଟ
ପ୍ରକୃତି ଭାରସାମ୍ୟ
ହରାଇ ବସେ
ନିଶ୍ଚିତ ପତନ ଯେ
ଶିଳ୍ପ ହୋଇବ ଜାଣ ।
୧୦୮)
ଶିଳ୍ପର ଲାଭ
ଦୂଷଣ ନିୟନ୍ତ୍ରଣ
ସମଭାବlପନ୍ନ ଯେ
ପ୍ରକୃତି ସହ
ଉତ୍ପାଦନ ଯେ କରେ
ଆବଶ୍ୟକତା ମତେ ।
୧୦୯)
କ୍ଷତାକ୍ତ ଧରା
କୃଷି କ୍ଷେତ୍ର ଦୂଷିତ
ଜଳ, ଭୂମି ଦୂଷିତ
ତାରି ପ୍ରଭାବେ
ବାୟୁ ଯେ ଦୂଷିତ
ବୃକ୍ଷ ରାଜି ଦୂଷିତ ।
୧୧୦)
ବ୍ୟବହାରରେ
ଅଧିକ ରସାୟନ
କୀଟନାଶକ ପୁଣି
ଅଧିକ ମାତ୍ରl
ଉତ୍ପାଦନ ବୃଦ୍ଧିରେ
କ୍ଷତି ମାନବ ପାଇଁ ।
~ ମନୀଷା ମିଶ୍ର
୧୧୧)
ସୁରୂଯ ଉଏଁ
କାହିଁକି ନାଲି ଛଟା
ଶରୀରେ ଭରି ଥାଏ
ଉଦୟ ପ୍ରେମ
ଲାଜରେ ପଡେ ଲାଲ
ବଢିଲେ ତେଜ ପାଏ ।
୧୧୨)
ସବୁ କଥାରେ
କାହିଁକି କୁହ ନାହିଁ
ନୀରବେ ଯାଅ ସହି
ହୃଦୟ ତଳେ
ରିବନ ଫିତା ଧାରେ
ବହୁଛି ତୁମ ନଈ ।
୧୧୩)
କାହିଁକି ଲୁହ
କଥାରେ ପଡେ ଝରି
ନଥାଏ ଧୂଳି ଧୂଆଁ
ଆପଣା ବୋଲି
ମାନିଛି ମୋର ହୃଦ
ଅକଥା ଜାଳେ ନିଆଁ ।
୧୧୪)
ତୁମରି ସାଥେ
ଖେଳିବା ପାଇଁ ରଙ୍ଗ
କାହିଁକି ମନ ବାଇ
ରଙ୍ଗ ଅବିର
ଶାଶ୍ୱତ ପ୍ରେମ ଶିକ୍ତ
କୃଷ୍ଣ ପ୍ରେମରେ ରାଇ ।
୧୧୫)
ପାଣିରେ ବଢେ
ପାଣିରେ ସଢ଼େ ପଦ୍ମ
ଧରେନା କାହିଁ ପାଣି
ଦିଅଇ ଶିକ୍ଷା
ସଂସାର ମଧ୍ୟେ ରହି
ନିର୍ଲିପ୍ତ ରୁହ ପ୍ରାଣୀ ।
~ ରଞ୍ଜନ କୁମାର ଜେନା
୧୧୬)
ମାଟିରେ ଜିଆ
ମାଟି କରେ ଉର୍ବର
ସୁସ୍ଥ ଫସଲ ପାଇଁ
ରାସାୟନର
ପ୍ରୟୋଗ କରୁ ଆମେ
ଉର୍ବରତlର ନଷ୍ଟ ।
~ ମନୀଷା ମିଶ୍ର
୧୧୭)
ପୂର୍ବପୁରୁଷ !
ଜୀବନ୍ତ ପୁନଃ ପୁନଃ
ପରବ ମେଲଣରେ
ମାଗୁ ଆଶିଷ
ନୈବେଦ୍ୟ ଧୂପ ଦୀପ
ପ୍ରଣତି ଚରଣରେ ।
~ ପ୍ରତିମା ମେହେର
୧୧୮)
ଫୁଲର ରେଣୁ
ପରାଗଣ କରନ୍ତି
ଭ୍ରମର, ମହୁମାଛି
ଅଜୈବ ବସ୍ତୁ
ପ୍ରୟୋଗ ମାଧ୍ୟମରେ
ଧ୍ୱସ୍ତ ଯେ ପରାଗଣ ।
୧୧୯)
କୃଷି କ୍ଷେତ୍ରରେ
ପରlଗଣକାରୀ ଯେ
ହୁଅନ୍ତି ପ୍ରଭାବିତ
ବଂଶ ବିସ୍ତାର
ହୁଅଇ ଧ୍ବଂସ ପ୍ରାପ୍ତ
ଉତ୍ପାଦନେ ପ୍ରଭାବ ।
୧୨୦)
ଅନୁର୍ବରତl
ଜଳ ଗହଳେ ହୁଏ
ମାଟିରେ କ୍ଷାର ଅଂଶ
ଜଳର କ୍ଷୟ
ମୂଲ୍ୟବାନ ମାଟିର
ଉର୍ବରତାର ନଷ୍ଟ ।
୧୨୧)
ଅତିରୁ ଇତି
ପୂର୍ବପୁରୁଷ ବାଣୀ
ନୁହେଁ କଲ୍ୟାଣକାରୀ
କୃଷି କ୍ଷେତ୍ରରେ
ଆଧୁନିକ ପ୍ରଣାଳୀ
ନୁହେଁ ମଙ୍ଗଳକାରୀ ।
୧୨୨)
ଚାଷୀ ନିବେଶ
ନିଜ ଚେଷ୍ଟାରେ ନୁହେଁ
ବଜାରରେ ନିର୍ଭର
କୃଷି କ୍ଷେତ୍ରରେ
ଆତ୍ମ ନିର୍ଭର ଚାଷୀ
ହଜାଏ ନିଜ ସତ୍ତା ।
୧୨୩)
ସବୁଜ କ୍ରାନ୍ତି
ଚାରିଆଡେ ଚାଲଇ
କ୍ଷୁଦ୍ର ଚାଷୀ ବିକଳ
ଲାତ ଖାଏ ସେ
ବଜାରକୁ ତଡିତ
ନାହିଁ ନଥିବା କଷ୍ଟ ।
୧୨୪)
ଆତ୍ମନିର୍ଭର
ଭାବରେ ବୃଦ୍ଧି ହେଲେ
ନିଜ ନିବେଶ ଯୋଗୁଁ
ଚାଷୀର କ୍ଷେତ
ସୁନା ଫସଲେ ହସେ
କୃଷିର ଉନ୍ନତି ହେବ ।
୧୨୫)
ଜନସଂଖ୍ୟା ଯେ
ବୃଦ୍ଧି କାରଣ ଯୋଗୁଁ
ଜମି ଆକାର ଛୋଟ
ଦିନକୁ ଦିନ
ଅର୍ଥନୈତିକ ଚାପ
ଅକାଳେ ଚାଷୀ ନାଶ ।
୧୨୬)
ଦିନକୁ ଦିନ
ଚାଷ କ୍ଷେତରୁ ଚାଷୀ
ପଳାୟନ ଯେ କରେ
ଜୀବିକା ପାଇଁ
ଅନ୍ୟ କର୍ମ ଉପରେ
ନିର୍ଭର କରି ବଞ୍ଚେ ।
୧୨୭)
ଗାନ୍ଧୀଙ୍କ ସ୍ବପ୍ନ
କର୍ମ ସଂସ୍ଥାନ ସୃଷ୍ଟି
କୁଟୀର ଶିଳ୍ପକ୍ଷେତ୍ର
ନୂତନ ଦିଗ
ଅଣ କୃଷି କ୍ଷେତ୍ରରେ
ଦିଏ ନୂତନ ଆଶା l
~ ମନୀଷା ମିଶ୍ର
୧୨୮)
ଦୁର୍ଦିନେ ନର
ଧୈର୍ଯ୍ୟ ଯାହାର ସ୍ଥିର
ସହନଶୀଳତା ଗୁଣ
କ୍ରୋଧ ଯେ ଶତୃ
ପରିଜନ ଯେ ଅଗ୍ନି
ମିତ୍ର ଔଷଧ ସମ ।
୧୨୯)
ଦୁର୍ଜନ ଜନ
ସର୍ପଠୁ ଭୟଙ୍କର
ଜ୍ଞାନ ଯେ ମହାଧନ
ଲଜ୍ଜା ଭୂଷଣ
ଶ୍ରେଷ୍ଠ ଅଳଙ୍କାର ସେ
ଗରୀୟାନ ସୃଜନ ।
~ ରମାକାନ୍ତ ସତପଥି
୧୩୦)
ମେଘକୁ ଦେଖି
ଖୋଲି ସୁନ୍ଦର ପୁଚ୍ଛ
କାହିଁକି ନାଚେ ପିକ
କଳା ମେଘରେ
ଦେଖଇ ବନମାଳୀ
ବଢ଼ଇ ହୃଦ ଭୋକ ।
~ ରଞ୍ଜନ କୁମାର ଜେନା
୧୩୧)
ଗ୍ରାମୀଣ ଶିଳ୍ପ
ବୃଦ୍ଧି, ପ୍ରସାର ହେଲେ
କର୍ମ ନିଯୁକ୍ତି ସୃଷ୍ଟି
ବ୍ୟସ୍ତ ଯେ ସର୍ବେ
ଭୋକ, ଉପାସ ଦାଉ
ରହିବ ନାହିଁ ଦେଶେ ।
୧୩୨)
ଗ୍ରାମୀଣ ଶିଳ୍ପ
ଅଙ୍ଗାରକାମ୍ଳ ବାୟୁ
କରଇ କେତେ ହ୍ରାସ
ବହୁଳ ଭାବେ
କର୍ମ ଯୋଗାଇ ଥାଏ
ଧନ୍ଦା ଯେ ସୃଷ୍ଟି କରେ ।
୧୩୩)
ବୃହତ ଶିଳ୍ପ
ଅପର ପକ୍ଷେ ଜାଣ
ଦୂଷିତ ପରିବେଶ
କର୍ମ କ୍ଷେତ୍ରରେ
ଯଦିଓ ଲାଭ ଦିଏ
କର୍ମ ଯୋଗାଣ ଅଳ୍ପ ।
୧୩୪)
ବୃହତ ଶିଳ୍ପେ
ଶ୍ରମଜୀବୀ ଜୀବନ
ନାହିଁ ଗୁରୁତ୍ୱ କିଛି
ଅପର ପକ୍ଷେ
ଗ୍ରାମୋଦ୍ୟୋଗରେ ସିଏ
ଆତ୍ମନିର୍ଭରଶୀଳ ।
୧୩୫)
ସବୁ ଉଦ୍ୟୋଗ
ଯଦିଓ ଗ୍ରାମୋଦ୍ୟୋଗେ
ଆଣିବା ଅସମ୍ଭବ
ଅର୍ଥ ବ୍ୟବସ୍ଥା
ଉନ୍ନତି ଯାହା ବିନା
ସମ୍ପୂର୍ଣ୍ଣ ଅସମ୍ଭବ ।
୧୩୬)
ଗ୍ରାମୋଦ୍ୟୋଗ ଯେ
ମୁକ୍ତ ନୁହେଁ ଦୂଷଣ
ସମୁଚିତ ସଫେଇ
ବିକଳ୍ପ ତାର
ଆବଶ୍ୟକ ଯେ ବର୍ଜ୍ୟ
ପୁନଃ ସଂଚାଳନର ।
୧୩୭)
ବାସ୍ତବିକତା
ଆମ କର୍ମକୁ ନେଇ
ଆତ୍ମ ସମୀକ୍ଷା ବେଳ
ସଚେତନତା
ଏକାନ୍ତ ଆବଶ୍ୟକ
ପ୍ରଦୂଷଣ ମୁକ୍ତିର ।
୧୩୮)
ମଣିଷ ମାତ୍ରେ
ମୌଳିକ ଅଧିକାର
ସର୍ବାଙ୍ଗୀନ ଉନ୍ନତି
ଏକାନ୍ତ କାମ୍ୟ
ବଂଚିତ ହୁଏ ନର
ପ୍ରକ୍ରିୟା ନିର୍ଦ୍ଧାରିତ ।
୧୩୯)
ବଞ୍ଚିବା ପାଇଁ
ଜୀବନ ଓ ଜୀବିକା
ପିଇବା ପାଣି ସ୍ରୋତ
ରହିବା ଘର
ମନର ଶାନ୍ତି ଯହିଁ
ସୁସ୍ଥ, ନିରୋଗ ଦେହ ।
~ ମନୀଷା ମିଶ୍ର
୧୪୦)
ମଣିଷ ପାଇଁ
ବଞ୍ଚିବା ଅଧିକାର
ଛିନ୍ନ ପାରେନା କରି
କେହି ଯେ ନର
ସରକାର ବା ଦଳ
ତାହା ଯେ ଜନ୍ମସିଦ୍ଧ ।
୧୪୧)
ବିକାଶ ପଥ
ପ୍ରକଳ୍ପ ଯୋଜନା ଯେ
ଆଣେ କିଂଚିତ ସୁଖ
ଦଳିତ ନର
ବିକାଶ ବାଟ ବଣା
ତାଙ୍କ ଦୁଃଖ ହିଁ ସାର ।
୧୪୨)
ପ୍ରକଳ୍ପ ଆସେ
ସାମୟିକ ଆନନ୍ଦ
ଉଲ୍ଲାସ ଭରି ଦିଏ
ମାତ୍ରା ହିସାବେ
ବିକାଶ ବାଟବଣା
ଅସୁଖୀ ମଣିଷ ଯେ ।
୧୪୩)
ଜଳେ ନିମଗ୍ନ
କେତେ ଯେ ଘର, ଜମି
ବିଦ୍ୟୁତ୍ ପ୍ରକଳ୍ପ ଚାଲେ
ବାସ ହରାଇ
ବିସ୍ଥାପିତ ମଣିଷ
ଦୁଃଖରେ ଦିନ କାଟେ ।
୧୪୪)
ବିସ୍ଥାପନରେ
ବାସହରା ମଣିଷ
ଛିନ୍ନ ଯା 'ର ଜୀବିକା
ଚାତକ ପରି
ଅନାଏ କ୍ଷତି ରାଶି
ସଂସ୍ଥାପନ ଆଶାରେ ।
~ ମନୀଷା ମିଶ୍ର
୧୪୫)
ସାହିତ୍ୟ ରସ
ଜୀବନେ ପାନ କର
ମଧୁମୟ କରଇ
ବିଶ୍ଵ ଜୀବନ
ବସନ୍ତ ବିନା ବାସେ
ଶିଖୁ ଜୀଇଁଵା କଳା ।
୧୪୬)
ମାଆର କୋଳ
ଖରା ବର୍ଷା ଶୀତ କୁ
ଅନ୍ଧାର ଆଲୁଅ କୁ
ନ ଥାଏ ଡର
ଝୁଲଇ ବସି ନିତି
ମୋର ପ୍ରିୟ ଝୁଲଣା ।
~ବାସନ୍ତୀ ଦେଈ
୧୪୭)
ନୀଳ ଆକାଶ
ହଜାଇଛି ବିଶ୍ୱାସ
ଅଦିନିଆ ବରଷା
ଚଷା ଆଖିର
ସ୍ୱପ୍ନ ବିଭୋର ଆଶା
ତୁଟାଇଛି ଭରସା ।
~ ପ୍ରତିମା ମେହେର
୧୪୮)
ବର୍ଷାର ଛିଟା
ଖରା ସାଥିରେ ମିଶି
ତୋଳଇ କାହିଁ ଧନୁ
ସଫେଦ ଖରା
ସାତ ରଙ୍ଗରେ ତୋଳା
ଦେଖାଏ ହୃଦ ତନୁ ।
୧୪୯)
ଗଙ୍ଗଶିଉଳି
କାହିଁକି ଝରେ ଫୁଟି
ନରୁହେ ବହୁ କ୍ଷଣ
ରହିଲେ ପଡି
ମମତା ଦେବ ବାନ୍ଧି
ଯିବାକୁ ନୁହେଁ ମନ ।
~ ରଞ୍ଜନ କୁମାର ଜେନା
୧୫୦)
ମନୋଈ ବର୍ଷା
କେତେ ଯେ ଅଭିମାନ
ଆସିଲା ଅଚାନକ
ଝଡ ବତାସ
ହେଲାନି ଝିପିଝିପି
ଢାଳିଦେଲା ଅସରା ।
୧୫୧)
ଭାଙ୍ଗିଲା ଘର
କିଏ ଅବା ଭାସିଲା
କା ମନେ ଜାଳେ ନିଆଁ
କବି ଲେଖନୀ
ହେଲା ଚଳଚଞ୍ଚଳ
କବିତା ମନଛୁଆଁ ।
୧୫୨)
ତୋ ସିଂହଦ୍ଵାର
ତୋ ବାଇଶି ପାହାଚ
ତୋର ଗରୁଡ ସ୍ତମ୍ଭ
ସବୁ ତ ଚିହ୍ନା
ତୋତେ ଦେବି ଲବଣି
ମୋତେ ଦେବୁ ନିର୍ମାଲ୍ୟ ।
୧୫୩)
ମନ ଆକାଶ
ଘନ ନୀଳ ଅମ୍ବରେ
କଳା ମେଘ ଘୋଟୁଛି
ତରୁଣ ଚାନ୍ଦ
ଶୁଭ୍ର ଜ୍ୟୋଛନା ରାଶି
ଅପସରି ଯାଉଛି ।
୧୫୪)
ଆନନ୍ଦ ଅଶ୍ରୁ
ବହଇ ଧାର ଧାର
ତୁମରି ଦରଶନେ
ମୋ ମନ ତୃପ୍ତି
ବିଷାଦ ଓ ବେଦନା
ଦୂର ତୁମ୍ଭ କୃପାରୁ ।
~ ବାସନ୍ତୀ ଦେଈ
୧୫୫)
ଝଡି ବରଷା
କାହିଁକି ଝଡିପୋକ
ଅଲୋକ ପାଖେ ଆସେ
ଅନ୍ତିମ ଉଡ଼ା
ଅନ୍ଧାର ଛାଡି ଉଡେ
ଆଲୋକେ ପ୍ରାଣ ଝାସେ ।
୧୫୬)
ପାଦେ ପାଉଁଜି
ଚୁନି ଝୁମୁକା ଛନ୍ଦା
କାହିଁକି ଥାଏ ବନ୍ଧା
କୁଆଡେ ଯାଅ
କେଉଁଠି ବସି ଗପ
ଝୁମୁକା ଖୋଲେ ଫନ୍ଦା ।
୧୫୭)
ରଜନୀଗନ୍ଧା
ସାରା ରାତି କାହିଁକି
ବିତରଇ ମହକ
ଅନ୍ଧାର ପକ୍ଷ
ଆସେ ଯେବେ ଜୀବନେ
ତୁମେ ଦେବ ଅଲୋକ ।
~ ରଞ୍ଜନ କୁମାର ଜେନା
୧୫୮)
ଆଖିର ଲହ
ଭରିଗଲାନ ଜମି
ଭରିଛେ କେତେ ପାନି
ଦରଦ ଭରା
ନିଆଶୀ ଚାଷୀ ମୁହୁଁ
ପୁଛିନେବା ମୁଲହୁଁ ।
୧୫୯)
ଝରା ସେଫାଳୀ
କହେ ରାତିର ବ୍ୟଥା
ନିଃଶବ୍ଦେ ପଡି ରହି
ହଜିଲା ନିଦ
ବୁଣିଲା କେତେ ସ୍ୱପ୍ନ
କ୍ଷଣିକେ ଗଲା ବହି ।
~ ପ୍ରତିମା ମେହେର
୧୬୦)
ବିସ୍ଥାପିତଙ୍କ
ପୁନର୍ବସତି ଶୀଘ୍ର
ହେବା ଯେ ଆବଶ୍ୟକ
ପ୍ରକଳ୍ପ ପାଇଁ
ନ ହେଉ ଦୁଃଖଭୋଗ
ସୁଖ ଯେ ଲକ୍ଷ୍ୟ ତାର ।
୧୬୧)
ପ୍ରକଳ୍ପ ହେତୁ
ବନ ହୁଅଇ ନଷ୍ଟ
ନଷ୍ଟ ବିବିଧ ଜୀବ
ଜନବସତି
ଧ୍ବଂସପ୍ରାପ୍ତ ହୁଅଇ
ପ୍ରଭାବିତ ଯେ ଜନ ।
୧୬୨)
ମଣିଷ ହିତେ
ଜଙ୍ଗଲ ଆବଶ୍ୟକ
ଦୁରଦୃଷ୍ଟି ଯାହାର
ଆଗାମୀ ପିଢ଼ି
ବଂଚିତ ନ ହୁଅନ୍ତୁ
ଜଙ୍ଗଲ ଉପକାର ।
୧୬୩)
ଅଙ୍ଗାରକାମ୍ଳ
ଶୋଷଣ କରେ ବୃକ୍ଷ
ଅମ୍ଳଜାନ ନିର୍ଗତ
ଜଙ୍ଗଲ ହିତ
ନିୟନ୍ତ୍ରଣ ପାଇଁ ଯେ
ବିଶ୍ୱ ତାପନ କ୍ରିୟା ।
୧୬୪)
ଭୁତଳ ଜଳ
ସଂରକ୍ଷିତ ହୁଅଇ
ଜଙ୍ଗଲ ଶୋଷଣରେ
ତାରି ପ୍ରଭାବେ
ନଦୀ ଯେ ଚିରସ୍ରୋତା
ସୃଷ୍ଟି ହୁଏ ଝରଣା ।
୧୬୫)
ଆମ ଜଙ୍ଗଲ
ପ୍ରକୃତି ବରଦାନ
ସ୍ୱବୃଦ୍ଧି ଚିରନ୍ତନ
ତାର ସୁରକ୍ଷା
ମାନବ ପାଇଁ ହିତ
କରେ ଖାଦ୍ୟ ସଂସ୍ଥାନ ।
୧୬୬)
ଜଙ୍ଗଲ ଦ୍ରବ୍ୟ
ନିର୍ଭର କେତେ ଜନ
ଗାଆଁ, ସହରବାସୀ
ଜୀବିକା ଚାଲେ
ନାହିଁ ଆୟ ଯାହାର
ଜୀବନ ସୁରକ୍ଷିତ ।
୧୬୭)
ପ୍ରକଳ୍ପ ପାଇଁ
ବନ ଅସୁରକ୍ଷିତ
ଆଶଙ୍କା ଯଦି ହୁଏ
ଯୋଜନାକାରୀ
ଚିନ୍ତାର ଆବଶ୍ୟକ
ପ୍ରକଳ୍ପ କି ଜରୁରୀ ?
୧୬୮)
ଜଙ୍ଗଲ ଆମ
ଥରେ ଧ୍ବଂସ ପାଇଲେ
ସୃଷ୍ଟି କରିବା କଷ୍ଟ
ଚିନ୍ତାର ବେଳ
ମଣିଷ ଜାତି ପାଇଁ
ନିର୍ବିଘ୍ନେ କରେ ନଷ୍ଟ ।
୧୬୯)
ଜଙ୍ଗଲ ନଷ୍ଟ
ନିବାରଣ କରିବା
ସେ ଯେ ବାଧ୍ୟତାମୂଳକ
ଜନଜାତିର
ଜୀବିକା ପ୍ରଭାବିତ
ବିକଳ୍ପ ନାହିଁ ତାର ।
~ ମନୀଷା ମିଶ୍ର
୧୭୦)
ବ୍ୟସ୍ତ ଜୀବନ
ବଦମାସ ବୟସ
କିଛି ବି ହେଇପାରେ
ଅଳ୍ପ ଆୟୁଷ
ଅନ୍ତଃହୀନ ଅଭିପ୍ସା
ଅଦୃଷ୍ଟ ଯୋଗ୍ୟତାରେ ।
~ ରାଜେଶ କୁମାର ମୁଣ୍ଡ
୧୭୧)
ଶିଳ୍ପ କେବଳ
ଦୂଷଣ କରେ ନାହିଁ
ଆମ ଯାତ୍ରା ପରବ
ଯାନି ଯାତ୍ରାରେ
ଜନ ଗହଳି ପୁଣି
ବର୍ଜ୍ୟ ବସ୍ତୁ କଷଣ ।
୧୭୨)
ଦୁର୍ଗା ପୂଜାରେ
ଗଣେଶ ଚତୁର୍ଥୀରେ
ସ୍ୱଚ୍ଛତା ଉପେକ୍ଷିତ
ବର୍ଜ୍ୟ ବସ୍ତୁ ଯେ
ଏପଟେ ସେପଟେ ଯେ
ବୁଲଇ ଚାରିଆଡେ ।
୧୭୩)
ବିସର୍ଜନରେ
ମୃଣ୍ମୟ ମୂର୍ତ୍ତିସବୁ
ଜଳେ କ୍ଷେପଣ ହୁଏ
ବିଷାକ୍ତ ରଙ୍ଗ
ମୃଣ୍ମୟ ମୂର୍ତ୍ତି ରଙ୍ଗେ
ଜଳ ଦୂଷିତ ହୁଏ ।
୧୭୪)
ମୂର୍ତ୍ତି ସହିତ
ବିବିଧ ବର୍ଜ୍ୟ ବସ୍ତୁ
ଜଳରେ ବିସର୍ଜନ
ଜଳ ଦୂଷଣ
ପରମ୍ପରା ମାଧ୍ୟମେ
ଅନ୍ୟ ଏକ କାରଣ ।
୧୭୫)
ପୂଜା ନାମରେ
ପ୍ରଦୂଷଣ ବଢ଼ଇ
ପରିବେଶ ଯେ ନଷ୍ଟ
ସ୍ୱଚ୍ଛତାହୀନ
ଦୂଷିତ ପରିବେଶେ
କିପରି ଲଭିବା ଫଳ ?
~ ମନୀଷା ମିଶ୍ର
୧୭୬)
ଭୁତଳ ଜଳ
ମାତ୍ରାଧିକ ଶୋଷିତ
ଗ୍ରାମ ଓ ସହରରେ
ଅପଚୟରେ
ପରିପୂରଣ ଚିନ୍ତା
ନ ରହେ ମାନବର ।
୧୭୭)
ଅମ୍ଳ ଲବଣ
ଚାଷରେ ଉପଯୋଗ
ଜଳ କରେ ଦୂଷିତ
ପିଇବା ପାଣି
ମିଳିବା କଷ୍ଟ ହୁଏ
ଜଳ ଥାଇ ତୃଷାର୍ତ୍ତ ।
୧୭୮)
ଖଣିଜ ଦ୍ରବ୍ୟ
ସନ୍ଧlନରେ ମଣିଷ
ପାହାଡ଼ ଧ୍ବଂସ କରେ
ବଣ, ଜଙ୍ଗଲ
ମୃତ୍ତିକା କ୍ଷୟ ତାର
ଅନ୍ୟ ଏକ କାରଣ ।
୧୭୯)
ବର୍ଷା ସମୟେ
ମୃତ୍ତିକା ଜଳଧlରେ
ହୁଏ ପ୍ରବହମାନ
ନଦୀ ଜଳରେ
ଭାଷମାନ ମୃତ୍ତିକା
ଖନନ ପରିଣାମ ।
୧୮୦)
ପ୍ରକୃତି ଦତ୍ତ
ସମ୍ପଦର ଦୋହନ
ପ୍ରକୃତି ଅସମ୍ଭାଳ
ମନୁଷ୍ୟ କର୍ମେ
ଜନ କଲ୍ୟାଣ ନାମେ
ବିପର୍ଯସ୍ତ ଜୀବନ ।
୧୮୧)
ପର୍ଯ୍ୟାବରଣ
ସୁରକ୍ଷା ନୀତି ଆମ
ଧର୍ମ ନିର୍ବିଶେଷରେ
ପାଳନୀୟ ଯେ
ବିଶ୍ୱ ଦେଶ ସମୂହ
ଚିନ୍ତନ ଆବଶ୍ୟକ ।
୧୮୨)
ସର୍ବେ ଜନତା
ଗ୍ରାମ, ସହରବାସୀ
ବିବାହିତ, ଠେଙ୍ଗୁଆ
ପ୍ରକୃତି ପାଇଁ
ଯତ୍ନର ଆବଶ୍ୟକ
ଦୁଷ୍ଟ ବୁଦ୍ଧିରୁ ଦୂର ।
୧୮୩)
ଅଧୁନା ପିଢ଼ି
କେଉଁ ଅଧିକାରେ ଯେ
କ୍ଷୁର୍ଣ୍ଣ କରେ ଆନନ୍ଦ
ଭବିଷ୍ୟ ପିଢ଼ି
ଜୀବନ ଓ ଜୀବିକା
ପର୍ଯ୍ୟାବରଣ ନଷ୍ଟ ।
୧୮୪)
ପୂର୍ବ ପୁରୁଷ
ଆମକୁ ଦେଇଛନ୍ତି
ଉପଭୋଗ ସାଧନ
ଆମ କର୍ତ୍ତବ୍ୟ
ଭବିଷ୍ୟତ ପିଢ଼ିର
ସୁଖ, ସମୃଦ୍ଧି ଭାର ।
୧୮୫)
ମାନବ ଜାତି
ଜ୍ଞାନୀ ସୃଷ୍ଟିର ମଧ୍ୟେ
ସୃଷ୍ଟି ରକ୍ଷା ଦାୟିତ୍ୱ
ତାହାରି ହାତେ
ଭବିଷ୍ୟତ ଜୀବନ
ବର୍ତମାନ ଉପରେ ।
୧୮୬)
ଶତକମ୍ ଲକ୍ଷ୍ୟ
ପଠନ ପାଇଁ ନୁହେଁ
କାର୍ଯ୍ୟ କରିବା ଶୈଳୀ
ମାନବ ଜାତି
କାର୍ଯ୍ୟରେ ପରିଣତ
ସୁରକ୍ଷିତ ଏ ଧରା ।
୧୮୭)
ବିଭୁଙ୍କ ଭକ୍ତି
ଉପଭୋଗ କେବଳ
ନୁହେଁ ପର୍ଯ୍ୟାପ୍ତ ଯାହା
ମାନବ ଜାତି
ସୁଵିନିଯୋଗେ ଧରା
ପରିବେଶ ସୁରକ୍ଷା ।
୧୮୮)
ହେ ଭଗବାନ !
ସତବୁଦ୍ଧି ଦିଅନ୍ତୁ
ନରାଧମେ ଜଗତେ
ଏକାତ୍ମବୋଧ
ଉପେକ୍ଷା ଭାବ ହେତୁ
ଧ୍ବଂସlଭିମୁଖୀ ଧରା ।
~ ମନୀଷା ମିଶ୍ର
୧୮୯)
ସାଗର ତଟେ
ଶୁଭେ କା'ର ଗୁଞ୍ଜନ
ପ୍ରୀତି ସୁରେ ମଗନ
ନୀଳ ତରଙ୍ଗ
ଖେଳାଉଛି ଝୁଲଣ
ପ୍ରେମିକା'ର ସପନ ।
୧୯୦)
ନଟକୂଟିଆ
ରାଧାର ଗଲାହାର
କାଲିଆ ବେନୁଧର
ଯଶୋଦା ମାଲି
କାଲୀୟ ଦଲନଗୋ
ଭକତେ ତ୍ରାହି କର ।
~ ପ୍ରତିମା ମେହେର
୧୯୧)
ମହମ ବତୀ
ଲିଭିଲା ବେଳ ହେଲେ
କାହିଁକି ତେଜେ ଜଳେ
ସାଥିରେ ଥିଲେ
ସହଜ ସବୁ ଲାଗେ
ବିଦାୟ ବେଳେ ଭାଳେ ।
~ ରଞ୍ଜନ କୁମାର ଜେନା
୧୯୨)
ପରଜାପତି
ରଙ୍ଗ ବେରଙ୍ଗି ଡେଣା
ହସ ପସରା ରସେ
ଫୁଲ କୁ ଠକେ
ପରାଗ ରେଣୁ ଚୋର
ପ୍ରେମ ଗଣିତ କଷେ ।
~ ଆଶୁତୋଷ ମେହେର
୧୯୩)
ହେ ଭାବଗ୍ରାହୀ !
ମନନ ଚିନ୍ତନ ମୋ
ନିମଗ୍ନ ପାଦେ ରହୁ
ଆଶ୍ରିତ ମୁହିଁ
ଭକତି ଭାବ ଜାଗୁ
ମୂରତି ହୃଦେ ବସୁ ।
୧୯୪)
କଲମ୍ ଗାର୍
ଖଁଣା ଠାନୁ ଶକତ
କବିଙ୍କର ତାକତ
ଚେତେଇ ଦେସି
ଦେଖୁଥିସି ଜଗତ
ରଖିଦେସି ମହତ ।
~ ପ୍ରତିମା ମେହେର
୧୯୫)
ପଛରୁ କିଏ
ମନକୁ ଧରେ ଟାଣି
ହିସାବ କରେ ସବୁ
ବିବେକ ସିଏ
ବଢିଲେ ତାର ବଳ
ଉଦଣ୍ଡ ମନ କାବୁ ।
~ ରଞ୍ଜନ କୁମାର ଜେନା
୧୯୬)
ଅନେକ ସ୍ବପ୍ନ
ସ୍ବର୍ଗରୁ ପାରିଜାତ
ଦିଗ୍ ବଳୟ ସେପାରେ
ବୟସର ଚିହ୍ନ
ସୁସ୍ପଷ୍ଟ ଦେଖିପାରେ
ଦିନଟା ସରିଯାଏ ।
୧୯୭)
ମଶାଣି ଡାକେ
ପୋଡାମାଂସର ଗନ୍ଧ
ଫେରନ୍ତା ପରିଜନ
ଭୁଲି ଯାଆନ୍ତି
ବାରଟା ଦିନପରେ
ନିଆରା ମଣିଷ ଟିଏ ।
୧୯୮
ଜୀବନ ପଥେ
ନୀତିଶିକ୍ଷା ସୁଲଭ
ଦୁର୍ଲଭ ନୀତିବାନ
ମଣିଷଟିଏ
ନିଜେ ନିଜର ପଥେ
ଜୀବନ ଶିକ୍ଷାଦାନ ।
୧୯୯)
ମହାତ୍ମା ଗାନ୍ଧୀ
ନୀତିଶିକ୍ଷାର ବାଣୀ
କାର୍ଯ୍ୟରେ ପରିଣତ
ଛଳନାହୀନ
ପ୍ରବଞ୍ଚନା ବିହୀନ
ସନ୍ତୋଷ ସ୍ୱଜୀବନେ ।
୨୦୦)
ମଣିଷ ମାତ୍ରେ
ଭୁଲ୍ ଅଟେ ସ୍ୱାଭାବିକ
ଗାନ୍ଧୀ ନୁହନ୍ତି ଆନ
ଜୀବନ କାଳେ
ଭୁଲ୍ ର ପୁନରାବୃତ୍ତି
ପରିଣାମର ଭୋଗ ।
~ ରମାକାନ୍ତ ସତପଥି
୨୦୧)
ବରଷେ ମେଘ
ଚାତକ ପକ୍ଷୀ ଉଡି
କାହିଁକି ପିଏ ନୀର
ସବୁରି ଆଗେ
ପ୍ରଥମ ବର୍ଷା ସହ
ବାନ୍ଧିବ ପ୍ରୀତି ଡୋର ।
~ ରଞ୍ଜନ କୁମାର ଜେନା
୨୦୨)
ସୃଷ୍ଟି ଆରମ୍ଭ
ବୈଜ୍ଞାନିକଙ୍କ ମତ
ବିସ୍ଫୋରଣ ଶମ୍ଭୁତ
ବିଶ୍ୱ ବ୍ରହ୍ମାଣ୍ଡ
ମୂଳ ବୀଜ ବପନ
ସାମ୍ପ୍ରସାରିତ ରୂପ ।
୨୦୩)
ଘଟଣା କାଳ
ତେର ଶହ କୋଟି ଯେ
ପୂର୍ବ ଅତୀତ ଗାଥା
ହୋଇପାରେ ସେ
ତଦୁର୍ଧ୍ଵ ପୁରାତନ
ଜ୍ଞାନୀଜନଙ୍କ ମତ ।
୨୦୪)
କେବଳ ମାତ୍ର
ନ 'ଶହ କୋଟି ବର୍ଷ
ଅତୀତ ଇତିହାସ
ସୌର ମଣ୍ଡଳ
ଉଦ୍ଭାସିତ ହୁଅଇ
ପୃଥିବୀ ସହ ଯୁକ୍ତ ।
୨୦୫)
ତଥାପି ପୂର୍ବ
ଦୁଇ ଲକ୍ଷ ବର୍ଷ ଯେ
ସୃଷ୍ଟିର ସଂରଚନା
ଉନ୍ନତ ଜାତି
କ୍ରମ ବିବର୍ତ୍ତନରେ
ମାନବର ବିକାଶ ।
~ ମନୀଷା ମିଶ୍ର
୨୦୬)
କେହି ଜାଣେନା
ଅନ୍ତର ବ୍ୟଥା ତା'ର
ବାର୍ଦ୍ଧକ୍ୟ ଉପନୀତ
ଗଢ଼ି ସଂସାର
ହଜିଲା ତା'ର ନିଧି
ଏକାକୀ ପାଳେ ବିଧି ।
୨୦୭)
ବଦଲି ଗଲା
ଦୁନିଆର ଚଲନ
ହେଲା ସତ ଅସତ
କଲା କରମ
ମିଛ୍ ହେଇ ଯାଏସି
ହୁରୁଦ ଭାଲୁଥିସି ।
~ ପ୍ରତିମା ମେହେର
୨୦୮)
ବର୍ତ୍ତମାନର
ଆଧୁନିକ ମାନବ
ଅଭ୍ୟୁଦୟର ଗାଥା
ସୁନିଶ୍ଚିତ ସେ
ସୁଦୀର୍ଘ ଇତିହାସ
ଅତୀବ ନୂତନ ଯେ ।
୨୦୯)
ମାନବ ଜାତି
ପ୍ରାଣୀଠାରୁ ଭିନ୍ନ ଯେ
କ୍ରମ ବର୍ଦ୍ଧିଷ୍ଣୁ ରୂପ
ଅନେକ କ୍ରମ
ସୃଷ୍ଟିର ସଂରଚନା
ପଶୁରୂପେ ମାନବ ।
୨୧୦)
କ୍ରମ ବିକାଶ
ନୁହେଁ ସେ ଦିନକର
ବିବିଧତାର ଚି଼ହ୍ନ
ଆଗକୁ ବଢେ
ଆଦିମ ପ୍ରଜାତିରୁ
ଆଧୁନିକତା ରୂପ ।
୨୧୧)
ଦକ୍ଷତା ବଢେ
ଚତୁସ୍ପଦ ରୁ କ୍ରମେ
ଦ୍ବିପଦ ର ସ୍ୱରୂପ
ସୁଦୃଢ ପାଦ
ଆଗକୁ ବଢିଚାଲେ
ପ୍ରତିବନ୍ଧକହୀନ ।
୨୧୨)
ସକ୍ଷମ ହୁଏ
ଚାଲିବାକୁ ମଣିଷ
ପାଦଦ୍ବୟର ବଳେ
ହସ୍ତ ଯେ ଯୁକ୍ତ
ମନରେ ଉଦ୍ଦୀପନା
କାର୍ଯ୍ୟ କରିବା ଆଶେ ।
୨୧୩)
ପଶୁଗଣ ଯେ
ଇନ୍ଦ୍ରିୟlନୁସରଣ
ପ୍ରବୃତ୍ତିରେ ପ୍ରକୃତି
ମାତ୍ର ମାନବ
ପରିବର୍ତ୍ତନ ଆଣେ
ପ୍ରକୃତିର ସମ୍ଭାରେ ।
୨୧୪)
ବୁଦ୍ଧିମତ୍ତlର
ଘଟିନlଇ ବିକାଶ
ଏକାକାଳୀନ ଭାବେ
ଅତୃପ୍ତି ଭାବ
ବର୍ତମାନ ଉପରେ
ସହାୟ ଉନ୍ନତିରେ ।
୨୧୫)
ଯେତେବେଳେ ଯେ
ମନୁଷ୍ୟ ଚେଷ୍ଟା ବୁଦ୍ଧି
ନିଜସ୍ୱ ପ୍ରକୃତିରେ
ବିକାଶ ଘଟେ
ମସ୍ତିଷ୍କର ଭିତରେ
ତୀବ୍ରତା ଯେ ଜ୍ଞାନରେ ।
୨୧୬)
ଅଗ୍ରସର ଯେ
ବ୍ୟକ୍ତିତ୍ୱର ବିକାଶେ
କ୍ରମନ୍ମୟରେ ନର
ଉନ୍ନତି ମାର୍ଗେ
ଅଗ୍ରସର ସେ ହୁଏ
ସ୍ପଷ୍ଟ ଉନ୍ନତି ଦୃଶ୍ୟ ।
~ ମନୀଷା ମିଶ୍ର
୨୧୭)
ଜିତେନ୍ଦ୍ରିୟ ସେ
ନିନ୍ଦା, ସ୍ତୁତିରେ ସ୍ଥିର
ସ୍ପର୍ଶେ, ଅବିଚଳିତ
ଦୃଷ୍ଟିରେ ସ୍ଥିର
ଆହାରେ, ଅନାହାରେ
ଗନ୍ଧେ, ବିଷାଦହୀନ ।
୨୧୮)
ପଞ୍ଚ ଇନ୍ଦ୍ରିୟ
ଇନ୍ଦ୍ରିୟର ସ୍ଖଳନ
ପାତ୍ରରେ ଜଳ ସମ
କ୍ଷୁଦ୍ର ଛିଦ୍ରରେ
ଘଟ ହୁଅଇ ଶୂନ୍ୟ
ବୁଦ୍ଧି ଯହିଁରେ ନଷ୍ଟ ।
୨୧୯)
ସଂଯମ ବଳେ
ମନ ରହଇ ସ୍ଥିର
ବିବେକର କର୍ତ୍ତବ୍ୟ
ବିନା ପୀଡ଼ାରେ
ସଂଯମୀ ନରଗଣ
ପୁରୁଷlର୍ଥ ସାଧନ ।
୨୨୦)
ବିଷୟ ଭୋଗ
ଉପଭୋଗେ ଅଶାନ୍ତ
ଘୃତ ଅଗ୍ନିର ସମ
ପରିତ୍ୟାଗରେ
ଶାନ୍ତ ନର ଜୀବନ
ନିର୍ଲିପ୍ତ ଭାବତାର ।
୨୨୧)
ଅତିଥି ଦେବ
ପୂଜନେ ଧନପ୍ରାପ୍ତି
ଯଶ, ଆୟୁର ଲାଭ
ହିନ୍ଦୁ ଶାସ୍ତ୍ରରେ
ଗୃହସ୍ଥ ସେବା ଭାବ
ଅତିଥିର ସତ୍କାର ।
~ ରମାକାନ୍ତ ସତପଥି
୨୨୨)
ବାୟା ଚଢେଇ
ଦୋଳିରେ ଝୁଲେ କାହିଁ
ଝଡ଼ ବତାସ ବେଳେ
ନିବିଡ଼ ପ୍ରେମ
ଭରଷା ହିମାଳୟ
ନଥାଏ ଭୟ ତିଳେ ।
୨୨୩)
ମାଙ୍କଡ଼ ଛୁଆ
ଦଳରୁ ଗଲେ ଛାଡି
କାହିଁକି ଯୁଜେ ପାତି
ଗୋଷ୍ଠୀ ଜୀବନ
ବିପଦ ଯେବେ ପଡେ
ଲଢ଼ନ୍ତି ଛାତି ପାତି ।
~ ରଞ୍ଜନ କୁମାର ଜେନା
୨୨୪)
ନିର୍ବାସିତ ମୁଁ
ପତ୍ର କୁଡ଼ିଆ ମୋର
ନିଃସଙ୍ଗତା'ର ଭିଡ଼
ତଥାପି ବଞ୍ଚେ
ଓଠରୁ ଝରେ ହସ
ବିତରିବାକୁ ବାସ ।
୨୨୫)
ମଲୀଦହନା
ଛୁଟୁଅଛେ କହଁର
ରସିକିଆ ଭମର
ଗୁନ ଗୁନେଇ
ଗଉଅଛେରେ ଗୀତ
ପାଇ ମନର ମିତ ।
~ ପ୍ରତିମା ମେହେର
୨୨୬)
ପାଣି ଫଟକା
ପାଣିରେ ହସୁଥଏ
କୁଆଡେ ଯାଏ ହଜି
ଅଳିକ ପ୍ରୀତି
ତୋଳଇ ମହା ଦୁର୍ଗ
ନିମିଷେ ଯାଏ ଭାଜି ।
~ ରଞ୍ଜନ କୁମାର ଜେନା
୨୨୭)
କାହିଁକି ଦୋଳି
ଆଗକୁ ଯାଏ ଯେତେ
ପଛକୁ ଫେରେ ସେତେ
ପୁରୁଣା ସ୍ମୃତି
ମରଇ ନାହିଁ କେବେ
ଫେରେ ଭାବନା ସାଥେ ।
୨୨୮)
ପାଣି ଫଟକା
ପାଣିରେ ହସୁଥଏ
କୁଆଡେ ଯାଏ ହଜି
ଅଳିକ ପ୍ରୀତି
ତୋଳଇ ମହା ଦୁର୍ଗ
ନିମିଷେ ଯାଏ ଭାଜି ।
୨୨୯)
ଯୋଡି ମହୁରୀ
ବାଜଇ ଯେବେ କାହିଁ
ମନଟା ଛନ ଛନ
ମଙ୍ଗଳ ଧ୍ୱନି
ଚାରଣ କରେ ସ୍ମୃତି
ପାଣି ଗ୍ରହଣ ଦିନ ।
~ ରଞ୍ଜନ କୁମାର ଜେନା
୨୩୦)
ଘାସ ଗାଲିଚା
ଲାଗିଛି ଜଳ ବିନ୍ଦୁ
ସତେ ପୂର୍ଣ୍ଣମୀ ଇନ୍ଦୁ
ପ୍ରକୃତି ରାଣୀ
ଶୋଭା କି ମନୋହର
ବଧୂ ବେଶଟି ତା'ର ।
୨୩୧)
କେଡେ ଗହକି
ମାଆ ଆସବେ ବଲି
ବଜା ବାଜୁଛେ ଖୁଲି
ମନ୍ଦାର ଫୁଲ
ଦହନା'ର ସେ ବାସ
ଭକ୍ତର ବଡା ଆସ ।
~ ପ୍ରତିମା ମେହେର
୨୩୨)
ଏନ୍ତୁଡ଼ି ନିଆଁ
କୁଆଁ କୁଆଁ ରାବ ରେ
ଖୁସିରେ ଘର ଫାଟେ
ଅନ୍ତିମ ନିଆଁ
ଜୀବନ ର ସାୟାହ୍ନେ
ଉଠେ ଜଳନ୍ତା ଜୁଇ ।
୨୩୩)
ଉଠେ ତରଙ୍ଗ
ଜୀବନ ଯମୁନା ରେ
ମନରେ କୃଷ୍ଣ ଭାବ
ସମର୍ପଣ ର
ସଂସାର ଲାଗେ ତୁଛ
ସବୁ କରିଲି ପଛ ।
~ ବାସନ୍ତୀ ଦେଈ
୨୩୪)
ମୋହନ ବଂଶୀ !
ଅସ୍ଥିର ତନୁମନ
ଜୀବନ ଯଉବନ
ପ୍ରତିଧ୍ୱନିତ,
ଅଧୀର ପଦଦ୍ୱୟ
ଶ୍ରବଣେ ବଂଶୀସ୍ୱନ ।
୨୩୫)
ଜୀବନ ଡଂଗା
ବୁଡ଼ୁଛେ ଉପକୁଛେ
କିଏ ଦେଖ ବାହୁଛେ
କେନ ସମିଆ
କେତେବେଲେ କାହାର
ଭାଗ ଯେତେ ଯାହାର ।
~ ପ୍ରତିମା ମେହେର, ପାଟଣାଗଡ଼
୨୩୬)
ଶୀତର ଶେଷେ
ପତର କାହିଁ ଝଡ଼େ
ଫୁଙ୍ଗୁଳା ଗଛ ଠିଆ
ଋତୁଙ୍କ ରାଜା
ଆସିବେ ବୋଲି ଗଛ
ପିନ୍ଧଇ ବାସ ନୂଆ ।
୨୩୭)
ସତସଙ୍ଗରେ
ବୁଝଇ ସବୁ ମନ
କାମବେଳକୁ ଶୂନ
ବଦଳେ ଯଦି
ପରିବେଶର ହାୱା
ଘେରିଆସଇ ମାୟା ।
୨୩୮)
କନ୍ୟା ସନ୍ତାନ
କାହଁକି କିଣେ ମନ
ପିତାଙ୍କ ରଙ୍କଧନ
ପାଇଲେ ପତ୍ନୀ
ବଦଳୀ ଯାଏ ପୁଅ
ହୃଦୟେ ଥାଏ ଝିଅ ।
୨୩୯)
ସୁରୂଯ ସାଥେ
କାହିଁକି ପଦ୍ମ ଯୋଡ଼େ
ଅତୁଟ ପ୍ରୀତି ଡୋର
ଜଣାଇ ଦିଏ
କି ଅଛି ଜାତି କୁଳେ
ସଫେଦ ହୃଦ ମୋର ।
୨୪୦)
ବରଫ ଖଣ୍ଡ
ଲାଗିତ ନାହିଁ ନିଆଁ
ବାହାରେ କାହିଁ ଧୂଆଁ
ଗରମ ଠାରୁ
ଶୀତଳ କଟୁ କଥା
ବଢ଼ାଇ ଥାଏ ବ୍ୟଥା ।
~ ରଞ୍ଜନ କୁମାର ଜେନା
୨୪୧)
ଝିଅ ଜନମ
ଅନନ୍ୟ ଉପହାର
ଦେବାପାଇଁ ଉପମା
ନାହିଁ ଯେ,ଭାଷା
ଗଢ଼ନ୍ତି ନିରାକାର
ନ ଭାବ ପର ଜମା ।
~ ପ୍ରତିମା ମେହେର
୨୪୨)
ଅପର ପକ୍ଷେ
ସତରେ ଖାଇବେ କି
ପରିତ୍ୟକ୍ତ ବାପା ମା
ଦେହାନ୍ତ ପରେ
ଆଗରୁ ତ ଦେଲନି
ପଦେ ପଚାରିଲନି ।
~ ରାଜେଶ କୁମାର ମୁଣ୍ଡ
୨୪୩)
ହେମ ହରିଣୀ !
ଛନ ଛନିଆ ମନ
ଦେଖି ପ୍ରୀତ ନୟନ
ଭ୍ରମରେ ପଡ଼ି
କରିଲେ ମାତା ଅଳି
ଭାବନା ପଡ଼େ ବଳି ।
୨୪୪)
ଆସ ମାଆ ଗୋ
ଖଣା ଖର୍ପର ଧରି
ମନ୍ଦାର ଫୁଲ ମାଲେ
ଜଗତ ମାତା
ତମର କୃପା ବଲେ
ଯାଏଁସୁ ଆମେ ତରି ।
~ ପ୍ରତିମା ମେହେର
୨୪୫)
କେବଳ ମାତ୍ର
ଉଦର ପୂରଣରେ
ସନ୍ତୁଷ୍ଟ ନୋହେ ନର
ଅନୁଧାବନ
ସତ୍ୟ, ଶିବ, ସୁନ୍ଦର
ଶାଶ୍ୱତର ସନ୍ଧlନେ ।
୨୪୬)
କ୍ରମlନ୍ମୟରେ
କଳା, ସ୍ଥାପତ୍ୟ, ନୃତ୍ୟ
ନାଟକ ସଙ୍ଗୀତ ସହ
ସାହିତ୍ୟ ଶlସ୍ତ୍ର
ବିଦ୍ୟାଦି ବିକଶିତ
ନର ହୁଏ ନିପୁଣ ।
୨୪୭))
ଆଧ୍ୟାତ୍ମ, ଧର୍ମ
ନୀତି ଶାସ୍ତ୍ର ଆଦିରେ
ଉନ୍ନତି ଓ ବ୍ୟାଖ୍ୟାନ
ପ୍ରମାଣ କରେ
ମାନବ ଅଗ୍ରଗତି
ପୃଥିବୀ ପୃଷ୍ଠରେ ଯେ ।
୨୪୮)
ମନୁଷ୍ୟ ନିଜେ
ବୁଦ୍ଧି ବିକାଶ ହେତୁ
ଉନ୍ନତି ଅଭିମୁଖେ
ଅଗ୍ରସର ଯେ
ବୁଦ୍ଧିର ପ୍ରୟୋଗରେ
ହିତ ଅହିତ ବୁଝେ ।
୨୪୯)
ବେଳେ ବେଳେ ଯେ
ସ୍ୱାର୍ଥରେ ଅନ୍ଧ ନର
ଉପେକ୍ଷାର ଭାବନା
ହୀନ ମନ୍ୟତା
ବ୍ୟବହାରରେ ତା 'ର
ଅନ୍ୟ ମାନଙ୍କ ପ୍ରତି ।
~ ମନୀଷା ମିଶ୍ର
୨୫୦)
ଦୂତୀବାହନ
ସୂର୍ଯ୍ୟ କୃପାରୁ ଜନ୍ମ
ଆଶ୍ଵିନ ମୂଳାଷ୍ଟମୀ
ପର୍ବ ପାଳନ
ସନ୍ତାନ ସୁଖ ପାଇଁ
ମାଆ ବ୍ରତ ପାଳଇ ।
୨୫୧)
ଦୂତୀୟା ଓଷା
ଭାଇଚାରାର ବାର୍ତା
ପନିପରିବା ଘାଣ୍ଟ
ଭାରି ବଢିଆ
ଓଡ଼ିଆ ସଂସ୍କୃତି ର
ନିଆରା ପରମ୍ପରା ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୨୫୨)
ପୁଷ୍ପ ପୁଷ୍ପିତ
ପବନ ତରଙ୍ଗିତ
ହୃଦୟ ଆନନ୍ଦିତ
ସୂର୍ଯ୍ୟ ପ୍ରଭାବେ
ଅନ୍ଧାର ଦୂରେଇଛି
ସଂସାର ସୁଖମୟ ।
~ ପ୍ରଦୀପ କୁମାର ଦାଶ
୨୫୩)
ସାଧାରଣ ଲୋକ
ଦେଶ ଗୌରବ ପାଇଁ
କରନ୍ତି କର୍ମ ତ୍ୟାଗ
ଦେଶର ହିତେ
ତୁଚ୍ଛ ଯେ ପରିବାର
ଗାନ୍ଧୀ ପଥେ ଗମନ ।
୨୫୪)
ନାରୀ ସମାଜ
ଶିଶୁ, ପ୍ରୋଔଢ ଜନ ଯେ
ଛାଡି ଜାତି ବନ୍ଧନ
ଶିକ୍ଷିତ ଆଉ
ଅଶିକ୍ଷିତଙ୍କ ଗୋଷ୍ଠୀ
ଗାନ୍ଧୀ ପଥେ ଗମନ ।
୨୫୫)
ଆକର୍ଷିତ ଯେ
ସାଧାରଣ ଜନତା
ସ୍ୱାଧୀନତା ସଂଗ୍ରାମେ
ଗାନ୍ଧୀ ଦର୍ଶନ
ସାମାଜିକ ଉତ୍ଥାନ
ଆର୍ଥିକ ବିକାଶରେ ।
~ ରମାକାନ୍ତ ସତପଥି
୨୫୬)
ଶରତ ସନ୍ଧ୍ୟା
ସୁନିର୍ମଳ ଆକାଶ
ମୃଦୁମନ୍ଦ ସମୀର
ଚନ୍ଦ୍ରମା ହସେ
ଜ୍ୟୋତ୍ସ୍ନା ସ୍ନାତ ଧରଣୀ
କି ଅପରୂପ ଶୋଭା !
୨୫୭)
କୁଆଁରୀ ମନ
ଉଛୁଳା ଯଉବନ
ନୂତନ ଉନ୍ମାଦନା
ଜୋଛନା ଡାକେ
ଏକାନ୍ତେ ଅବସନ୍ନ
ଶରତ ଆଗମନେ ।
୨୫୮)
ଏ ବିଭାବରୀ
ଅସହ୍ୟ ଅନ୍ଧକାର
ତlରlଭରା ଆକାଶ
ନିଷ୍ପ୍ରଭ ଜ୍ୟୋତ୍ସ୍ନା
ଉପହାସ ଯେ କରେ
ଯଉବନର ସ୍ପର୍ଶ ।
୨୫୯)
ଗୋଧୂଳି ବେଳା
ଅସ୍ତଗାମୀ ସୂରୁଜ
ନୀଡ ଫେରନ୍ତି ପକ୍ଷୀ
କଳରବରେ
ପୃଥିବୀ ମୁଖରିତ
ସଞ୍ଜ ଆଳତୀ ବେଳା ।
୨୬୦)
ମନ୍ଦିରେ ଶଙ୍ଖ
ଚଉରା ମୂଳେ ବତୀ
ଜାଳଇ ହିନ୍ଦୁନାରୀ
ହୁଳ ହୁଳି ରେ
ଗଗନ ପ୍ରକମ୍ପିତ
ଶୁଭେ ଘଣ୍ଟର ଧ୍ୱନୀ ।
୨୬୧)
ସିନ୍ଦୁରା ଫାଟେ
ଚାଷୀ ଯାଉଛି ଖେତ
ଗାଈ ଗୋରୁଙ୍କୁ ଧରି
ହାତେ ପାଞ୍ଚଣ
ଶିକୁଳିରେ ପଖାଳ
ଲୁଣ, ଲଙ୍କା ପିଆଜ ।
୨୬୨)
ପିଜୁଳି ମିଠା
ବଢିଆଳର ମଜା
ଅଜାଙ୍କ ପାକୁ ପାଟି
ଅଝଟ ଶିଶୁ
ବୁଝେନା ସେ ତାଗିଦା
କାଶ, ସର୍ଦିର ଦଶା ।
~ ରମାକାନ୍ତ ସତପଥି
୨୬୩)
କୁହୁଡି ଆସେ
ଧଳା ପଣତ ଖୋଲି
ଲୁଚାଇ ଧରା କାୟା
ଜୀବନ ରଙ୍ଗ
ସହଜେ ପଡେ ଫିକା
ବହିଲେ ଝଞ୍ଜା ବାଆ ।
~ ରଞ୍ଜନ କୁମାର ଜେନା
୨୬୪)
ପ୍ରକୃତରେ ଯେ
ଅଦୂର ଦୃଷ୍ଟି ତାର
ସଂକଟରେ ମାନବ
ଧରା ପୃଷ୍ଠରେ
ପ୍ରଦୂଷଣ, ଦାରିଦ୍ର୍ୟ
ଅସମାନତା ରୂପ ।
୨୬୫)
ସମାଧାନରେ
ଅସମର୍ଥ ମାନବ
ପରିଣାମ ସ୍ୱରୂପ
ତୀବ୍ର ଗତିରେ
ହିଂସାର ତୀବ୍ରରୂପ
ସର୍ବତ୍ର ପ୍ରସାରିତ ।
୨୬୬)
ମନୁଷ୍ୟର ସେ
ଅପରାଧିକ କର୍ମ
ପୃଥିବୀ ପୃଷ୍ଠରେ ଯେ
ଭବିଷ୍ୟତକୁ
ଦୁଃସାଧ୍ୟ ଓ କଠିନ
କରି ତୋଳେ ଯେ ।
୨୬୭)
ବ୍ୟତିକ୍ରମ ଯେ
ବ୍ୟକ୍ତିତ୍ୱ ବିକାଶରେ
ଉତ୍ତମ ମନୁଷ୍ୟର
ମାନବିକତା
ଧର୍ମ ପାଳନେ ସେ
ଅସମର୍ଥ ଅଟଇ ।
୨୬୮)
ପ୍ରକୃତି ଅବା
ମନୁଷ୍ୟର ସୃଷ୍ଟି ଯେ
ଈଶ୍ୱର ବରଦାନ
ବୈଶିଷ୍ଟ୍ୟ ଏହି
ସର୍ବ ପ୍ରାଣୀ ଜଗତେ
ଉତ୍ତମ ଅଟେ ନର ।
୨୬୯)
ଶ୍ରେଷ୍ଠତ୍ୱ ଆଉ
ଦାୟିତ୍ୱବୋଧ ଜ୍ଞାନ
ସ୍ୱାର୍ଥର ଦମନ ଯେ
ବ୍ୟତିରେକରେ
ସଂକୀର୍ଣ୍ଣ ଭାବନାର
ପ୍ରକୃତ ମାନବ ସେ ।
୨୭୦)
ପୃଥିବୀ ଅଟେ
ମନୁଷ୍ୟଙ୍କ ନିମିତ୍ତ
ସହାବସ୍ଥାନ ପାଇଁ
ନୁହଁଇ ସେ ଯେ
ମନୁଷ୍ୟର ରାଜୁତି
ଶୋଷଣର ନିମନ୍ତେ ।
~ ମନୀଷା ମିଶ୍ର
୨୭୧)
ଆଗୋ ଚନ୍ଦ୍ରମା
ଦିଅଗୋ ଶୀତଳତା
ଭରୁ ଏ'ତନୁମନେ
ତୋଫା କିରଣ
ବିଚ୍ଛୁରି ହୃଦବନେ
କେତେ ଯେ ପବିତ୍ରତା ।
୨୭୨)
ଉଦିଛେ ଜନ
ହସୁଛେ ଖିଲ ଖିଲ
ତରା ର ଝିଲ ମିଲ
ଘାଁଟି ହଉଛେ
ମନ ବଗିଚା ମୋର
ନାଇ କରବୁ ପର ।
୨୭୩)
~ ପ୍ରତିମା ମେହେର
ଝରା ଶେଫାଳି
ଉଡିନି ଦେହୁ ବାସ
ମନ କରେ ଉଲ୍ଲାସ
ମହତଜନ
ମରି ଅମର ରହେ
ଗୁଣତା ପୂଜା ପାଏ ।
୨୭୪)
କୁହୁଡି ଆସେ
ଧଳା ପଣତ ଖୋଲି
ଲୁଚାଇ ଧରା କାୟା
ଜୀବନ ରଙ୍ଗ
ସହଜେ ପଡେ ଫିକା
ବହିଲେ ଝଞ୍ଜା ବାଆ ।
~ ରଞ୍ଜନ କୁମାର ଜେନା
୨୭୫)
ବନେ ମୟୂରୀ
ନାଚେ ପୁଚ୍ଛ ମେଲାଇ
କି ଶୋଭା ଦିଶୁଥାଇ
ମନମୋହକ
ଛନ୍ଦ ତା'ଅପରୂପ
କି ଶୋଭା ନବରୂପ ।
~ ପ୍ରତିମା ମେହେର
୨୭୬)
ସ୍ୱାର୍ଥlନ୍ଧ ନର
ଜାତି, ଦେଶ ଯେ ତୁଛ
ଅର୍ଥ, ନାମର ଆଗେ
ବିବେକ ମୂଲ୍ୟ
ଅର୍ଥହୀନ ତା 'ପାଇଁ
ବିକ୍ରି କରେ ସମ୍ମାନ ।
୨୭୭)
ଚାଟୁକାରିତା
କରେ ସାରା ଜୀବନ
ଆତ୍ମ ସମ୍ମାନ ହୀନ
କପର୍ଦ୍ଦକ ଯେ
ଥିଲା ଶୂନ୍ୟ ସେ ଦିନେ
ଅଧୁନା ମହାଜନ ।
୨୭୮)
ସତ୍ୟ, ଅହିଂସା
ଶାନ୍ତି ବାତାବରଣ
ଜୀବନର ମୂଳ ଲକ୍ଷ୍ୟ
ବସ୍ତୁବାଦରେ
ମୋହ, ମାୟା ଜଞ୍ଜାଳେ
ଭୁଲେ ପରୋପକାର ।
୨୭୯)
ଦାସ ଜୀବନ
ପିଲାଟି ଦିନଠାରୁ
ହୁଏ ଆମରି ଲକ୍ଷ୍ୟ
ମୂଲ୍ୟହୀନ ଯେ
ସ୍ୱାଧୀନତା ଆମରି
ପରାଣ୍ଣଭୋଜୀ ନର ।
୨୮୦)
ପାଶ୍ଚାତ୍ୟ ଚାଲି
ରଙ୍ଗ, ଢଙ୍ଗ ଇଂରାଜୀ
ପରିବାର, ସମାଜ
ତୁଛ ତା 'ଆଗେ
ବୃଥାରେ ଅଭିମାନ
ମୂଲ୍ୟହୀନ ଜୀବନ ।
୨୮୧)
କାଙ୍ଗାଳି ଭୋଜ
ବଫେ ନାମଟି ତାର
ସଂସ୍କୃତି, ପରମ୍ପରା
ଯାଇଛି ଚାଲି
ଆଧୁନିକତା ନାମେ
ମାରଇ ବାହାସ୍ଫୋଟ ।
୨୮୨)
ମାଆର ଭାଷା
ଭୁଲିଯାଏ ମଣିଷ
ମାତୃଭୂମି ମମତା
ବିଦେଶେ ବୃତ୍ତି
ବାହାସ୍ଫୋଟ ମାରଇ
ପରଦେଶୀ ଚାକର ।
୨୮୩)
ଅନୁକରଣ
ସ୍ୱାଧ୍ୟାୟହୀନ ନର
ମୂଲ୍ୟହୀନ ଜୀବନ
ହନୁକରଣେ
ସ୍ବଦେଶ ପ୍ରୀତି ଭୁଲେ
ମାଟି, ମାଆ ସମ୍ମାନ ।
୨୮୪)
ପୁନଃରୁଦ୍ଧାର
ଏକାନ୍ତ ଆବଶ୍ୟକ
ମାଟି, ମାଆ ସମ୍ମାନ
ଶିକ୍ଷା ପଦ୍ଧତି
ସମାଜନୀତି ଆମ
ପରମ୍ପରା, ଚଳଣି ।
୨୮୫)
ଆମ ସଂସ୍କୃତି
ପାଶ୍ଚାତ୍ୟ ଅନୁସରେ
ଆମେ ପାଶ୍ଚାତ୍ୟ ଚାଲି
ପୁଙ୍ଗୁଳା ଦେହ
ଭୁଲି ଆତ୍ମ ସମ୍ମାନ
ପାଶ୍ଚାତ୍ୟ ଗୁଣଗାନ ।
~ ରମାକାନ୍ତ ସତପଥି
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें