ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ସେଦୋକା କାବ୍ୟ ଯାତ୍ରା ~ ୨୦
ସେଦୋକା
୧)
ଆସୁଛି ପ୍ରିୟା
ପିନ୍ଧି ଗୋଲାପି ଶାଢ଼ୀ
ହାତରେ ତା ମେହେନ୍ଦି
ନାଇ ଘୁଙ୍ଗୁର
ପାଦେ ଅଳତା ଧାର
ଅନିନ୍ଦ୍ୟ ରୂପ ତା'ର ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୨)
ଜଗତନାଥ
ମୋ ପ୍ରଭୁ ଜଗନ୍ନାଥ
ଚାରିଧାମେ ଗଣିତ
ହରେ ପତିତ
ଦୁଖୀ ଜନେ ଆଶ୍ରିତ
ଦୂରହୁଁ ଦଣ୍ଡବତ ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୩)
ଜଗଜ୍ଜନନୀ
ଚଂଡ ମୁଣ୍ଡ ମାଳିନୀ
ଦୁଷ୍ଟ ଙ୍କ ବିନାସିନୀ
ପାର୍ବଣ ଋତୁ
କରୁଛି ମା ଦଇନି
ସଙ୍ଗୀତ ଆବାହନୀ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୪)
ଉତ୍କଳ ମଣି
ଯେ ଗୋପବନ୍ଧୁ ଦାସ
ଜନ୍ମ ସୁଆଣ୍ଡୋ ଗ୍ରାମ
ଦରଦୀ ବନ୍ଧୁ
ହେ ପ୍ରବାଦ ପୁରୁଷ
ସ୍ତୁତି ବିଶ୍ବ ବିଖ୍ଯାତ ।
୫)
ହେ ଜଟାଧାରୀ
ବିଉୁତି ଭୂଷଣ ହରି
ବିପଦ ମୋଚନ ପ୍ରଭୁ
ଶ୍ମଶାନେ ବାସ
କୋପେ ବର କି ତପେ
ଦୁଃଖ ଯାଏ ନିସ୍ତାରି ।
~ ଝୁମୁରୀ ସାହୁ, ଜଟଣୀ
୬)
ଶାରଦ ପ୍ରାତଃ
ସତେ କେତେ ପବିତ୍ର
କାଶ ନିର୍ମଳ ହାସ
ଜଗାଏ ଆଶ
ମାତୃ ଆଶିଷ ଧାରା
କେଡେ ପୁଲକ ଝରା ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା
୭)
ପାର୍ବତୀ ସୁତ
ମଳୁଖ ରୁ ସମ୍ଭୁତ
ଈଶ୍ୱର କରେ ହତ
ପୁନଃ ଜୀବିତ
ଗଜାନନ ନାମିତ
ସଦା ଅଗ୍ରେ ପୂଜିତ ।
୮)
ଦରିଦ୍ର ଦାନ
ନଚାଁହ ପ୍ରତିଦାନ
ସେବାରେ ଦିଅ ମନ
ଦେବ ପୂଜନ
ପୂଣ୍ୟ ମିଳେ ସମାନ
ମନ ରେ ରଖ ଜ୍ଞାନ ।
୯)
ପାଠକେ ବଶ
ଲେଖା ହେଲେ ସରସ
ମନେ ବୁଣେ ହରଷ
ସଂସାରେ ଯଶ
ଦୁଃଖେ ନୁହଁ ବିରସ
ବର୍ଷକ ବାରମାସ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୧୦)
ମାୟା ସଂସାର
ଇନ୍ଦ୍ର ଜାଲରେ ଛନ୍ଦା
କର୍ତ୍ତବ୍ୟ ର ତାଡନା
ଘଞ୍ଚ ବନାନୀ
ପଥିକ ବାଟବଣା
କେଉଁଠି ତା ଠିକଣା ।
~ ଆରତୀ ପ୍ରହରାଜ, ଭୁବନେଶ୍ୱର
୧୧)
ପ୍ରିୟା ମୋହର
ଗୋଟେ ଚାଇଳେ ଗଢା
ରମ୍ଭା, ମେନକା ପରି
ସୁକୁମାରୀ ସେ
କୋକିଳ କଣ୍ଠ ବାଣୀ
ପଦ୍ମିନୀ ଜାତି ନାରୀ ।
୧୨)
ପୂଜା ବଜାର
ଅଛି ଅଫର ଏତେ
ନାହିଁ ନଥିବା ଭିଡ,
ଆମ ସଂସ୍କୃତି
କେତେ ମହାନ୍ ନୀତି
ମାଆ ଘେନ ପ୍ରଣତି ।
୧୩)
କରୋନା କଟକଣା
ଦେଖ କେମିତି ଅଛି!
ଜୀବନ ଆମ
ସଙ୍କଟ ଥାଉ ଯେତେ
ମାଆଙ୍କୁ ଦିଅ ଭେଟି ।
~ ଝୁମୁରୀ ସାହୁ
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें