ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ସେଦୋକା କାବ୍ୟ ଯାତ୍ରା ~ ୧୯
୧)
ଉତ୍କଳମଣି
ସେବାର ପୂଜାରୀ ସେ
ଆର୍ତ୍ତ ଜନର ବନ୍ଧୁ
ଦେଶ ସେବକ
ପବିତ୍ର ଜୟନ୍ତୀ ରେ
ଶତ ଶତ ନମନ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୨)
ଶବ୍ଦ ଗୋଟିଏ
ମନର ଭାବନା କୁ
ପ୍ରସ୍ଫୁଟିତ କରାଏ
ଓଁକାର ଶବ୍ଦ
ଶୁଣି ହୃଦୟ ହୁଏ
ଶୁଦ୍ଧ ପୂତ ପବିତ୍ର ।
୩)
ଗଙ୍ଗ ଶିଉଳି
କ୍ଷୁଦ୍ର ସେ ଜୀବନରେ
ସୁବାସ ବାସ ଭରି
ଆଶା ସଞ୍ଚାରି
ରୂପେ ବଡ ସୁନ୍ଦରୀ
ପ୍ରଭାତ ତା ବଇରୀ ।
୪)
ସ୍ବପ୍ନ ର ମାୟା
ପଲକେ ସୃଷ୍ଟି କରେ
ଭିନ୍ନ ରୂପର ଛାୟା
କରିଲେ ଦୟା
ବିବେକ ହୁଏ ବାୟା
ଜାଗ୍ରତେ ଲୁପ୍ତ କାୟା ।
୫)
ସମୟ ସ୍ରୋତ
ଭବେ ଜନମ ମୃତ୍ୟୁ
କର୍ମ ଫଳ ସ୍ୱୀକୃତ
ମାୟା ମୋହିତ
ଦୁଃଖ, ସୁଖ ମିଶ୍ରିତ
ପ୍ରଭୁ ଚରଣାଶ୍ରିତ ।
୬)
ଉତ୍କଳମଣି
ପୁରୀ ସୁଆଣ୍ଡୋ ଗୁଣୀ
ଦରିଦ୍ର ଦୁଃଖ କିଣି
ବିନମ୍ର ବାଣୀ
କାରାକବିତା ଶୁଣି
ଓଡିଶାବାସୀ ଋଣୀ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୭)
ଦୁର୍ଜନ ଜନ
ଅବା ତାଙ୍କ ବଚନ
ଜଳନ୍ତା ଅଗ୍ନି ସମ
ଦହଇ ପ୍ରାଣ
ସୁଜନେ ଦିଅ ଧ୍ୟାନ
ଶୀଘ୍ର କର ବର୍ଜନ ।
~ ଚପଳା ପଣ୍ଡା, ଖୋର୍ଦ୍ଧା
୮)
ବିପଦ ବେଳେ
ଧୈଯ୍ୟ ହରାଏ ନାହିଁ
ସତର୍କ ହେବା ସର୍ବେ
ଆଶ୍ରୟ ସ୍ଥଳୀ
ବନ୍ୟା ବାତ୍ୟା ମରୁଡି
ସଜାଗ କର୍ମଚାରୀ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୯)
ପକ୍ଷୀ କାକଳି
ସିନ୍ଦୂରିଆ ଆକାଶ
ବାଦଲ ଘନଘଟା
ବାତାବରଣ
ରୂପ ମୟୀ ରଜନୀ
ସାଜି ଅଛି ମେଦିନୀ ।
~ ଆରତୀ ପ୍ରହରାଜ, ଭୁବନେଶ୍ୱର
☆☆☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें