हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

सोमवार, 11 अक्टूबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ଵତ ଚୋକା / CHOKA କାବ୍ୟ ଯାତ୍ରା ~ ୧

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ଚୋକା / CHOKA କାବ୍ୟ ଯାତ୍ରା ~ ୧

ଚୋକା


୧)

ମମତାମୟୀ

ସ୍ନେହ ର ମନ୍ଦାକିନୀ

ମାଆ ଟି ମୋର

ଅମୃତ ଗନ୍ତାଘର

ପିଲା ଟି ପାଇଁ

ବାତ୍ସଲ୍ୟ ମମତା ର

ଝରଣା ଟିଏ

 ନିଆରା ପ୍ରତିମୂର୍ତ୍ତି

ଦିଏ ପୀୟୂଷ

କୋଳେ ଦେଖାଏ ଶଶୀ

ମୁଖେ ଚୁମ୍ବନ

ସ୍ବପ୍ନ ଲହଡ଼ି ଭାଙ୍ଗେ

ଶିଶୁ ଆଦର୍ଶ

ଗଢି ନିଏ କୋଣାର୍କ

ସପ୍ତ ଆଶ୍ଚର୍ଯ୍ୟ

ହୋଇବ ପିଲା ମୋର

ଜଗତଜିତା

ଦେଶ ଜାତିର ନାମ

ରଖିବ ଟେକ ପଣ ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୨)

ଫୁଳଟି ଫୁଟେ 

ବାଣ୍ଟେ ସେ ସମସ୍ତଙ୍କୁ

ଅସୀମ ଖୁସି

ବସେ ଭଅଁର ଆସି

ହସେ ମୁରୁକି

ପାଖେ ପରଜାପତି 

ପ୍ରେମରେ ପଡ଼ି

ହେଉଛି ଛଟପଟ 

କ୍ଷୁଦ୍ର ପ୍ରଦୀପ 

ତାର ଆଳୁଅ ଧାର

ଦିଏ ଅଜ୍ଞାନ ନାଶି ।


~ ପ୍ରଦୀପ କୁମାର ଦାଶ "ଦୀପକ"


୩)

ଶରତ କାଳେ

ପ୍ରକ଼ତି ଶ୍ବେତବର୍ଣ୍ଣା

ମନ ମୋହୁଛି

କାଶତଣ୍ଡୀ ର କାନ୍ତି

ପୂଜା ପାର୍ବଣେ

ଚାଲିଛି ପିଠାପଣା

ସକଳ ଜନେ

ସ୍ନେହ, ମମତା, ପ୍ରୀତି

ଦେବୀ ଦର୍ଶନେ

ମନେ ଆସଇ ଶାନ୍ତି

ମାଆ ଘେନ  ପ୍ରଣତୀ ।


 ~ ଝୁମୁରୀ ସାହୁ ଜଟଣୀ


୪)

ଶିଶୁ ସାହିତ୍ୟ

ଶିଶୁର ମନସ୍ତତ୍ୱ୍ୱ

ଆଙ୍କିବା ଚିତ୍ର

ଏତେ ସହଜ ନୁହେଁ

ଅଭ୍ୟାସ କରି

ଲେଖିବା ଓ ପଢିବା

ବଢିବ ଜ୍ଞାନ

ଶିଶୁଟି ଭବିଷ୍ୟତ

ହେଳା ନକର

ଉପଯୁକ୍ତ ଚରିତ୍ର

ଦାୟିତ୍ୱ ଟି ଆମର ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୫)

ଜଗତ ମାତା 

ଝରୁ ତବ ଆଶିଷ 

ଅଗ୍ନି ସମ୍ଭୁତା 

ମନରୁ ଯାଉ ଚିନ୍ତା 

ସକଳ ଦେବ 

ସମର୍ପି ଶକ୍ତି ଭେଦ 

କଲେ ଦୁର୍ବାର 

ଚଣ୍ଡ ମୁଣ୍ଡ ନିସ୍ତାର 

ମହିଷାସୁର 

ବଧିଲ ମହୀପର 

କର ପୂଜା ସ୍ୱୀକାର ।


୬)

ଦକ୍ଷିଣା ବାଆ 

ଶେଫାଳି, ଚମ୍ପା, ହେନା 

ବାସ୍ନା ର ଛୁଆଁ, 

ନୀଳ ଆକାଶ

ନିର୍ମଳ ପରିବେଶ 

ଆସିବେ ମାଆ 

ସବୁରି ହେବେ ସାହା 

ପିଠା ପଣାରେ 

ଆନନ୍ଦ ସବୁ ଘରେ 

ଭକ୍ତି ଚିତ୍ତରେ 

ସାଙ୍ଗ ସାଥୀ ମେଳରେ 

କଟେ ହରଷେ 

ବର୍ଷକେ  ଥରେ ଆସେ 

ଆମ ଓଡିଶା ହସେ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ


୭)

ସୃଷ୍ଟି ସର୍ଜନା

ଭୂମିରୁ ଭୂମା ଯାଏ

ଫୁଲ ଓ ଫଳ

ନଦୀ, ନଦ ,ସାଗର

ନାରୀ ଓ ନର

ଦୋଳାୟମାନ ବୃକ୍ଷ

ମୂକ ପାଷାଣ

ତୂଳୀ ରେ ଚିତ୍ରକର

ସନ୍ତାନ ସ୍ନେହ

କ୍ଷୁଦ୍ର ଆଉ ବୃହତ

ରଙ୍ଗ ବେରଙ୍ଗ

ସ୍ଵକୀୟ ଚିନ୍ତା ଧାରା

ଅମୃତ ମୟ ଧରା ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୮)

ହାତରେ ଅଛି

ପାଞ୍ଚ ଆଙ୍ଗୁଠି ଗଚ୍ଛି

କରନ୍ତି କିଛି ?

ଭାଵ ମନକୁ ଇଚ୍ଛି

ଏକାଠି ହେଲେ

ପରବତ ଯେ ଟଳେ

ତେଣୁ ଭାବିବା

ଏକତାକୁ ବାନ୍ଧିବା

ମୁଠାକୁ ଟାଣ

ଶତ୍ରୁ ହେବେ ଦମନ

ଲକ୍ଷ ହେବ ସାଧନ ।


~ ଚପଳା ପଣ୍ଡା, ଖୋର୍ଦ୍ଧା


୯)

ଈଶ୍ବର ପ୍ରେମ

 ଶାସ୍ବତ ଚିରନ୍ତନ

 ଆନନ୍ଦମୟ

 କି! ଶାନ୍ତ ପାରାବାରା

 ସୁନ୍ଦର ସ୍ରୁଷ୍ଟି

 ଆଃ ଅତି ମନୋରମ

 କଳା ସ୍ରୁଜନୀ

 ଅତିଯେ ଚମତ୍କାର

 ଅମରାବତୀ

 ପାରିଜାତ ବନର

  ଅପୂର୍ବ ଶୋଭା

 ସାଧୁସନ୍ଥ ମନର

 ପୂଜା ଅର୍ଚ୍ଚନା ସ୍ତୁତି  ।


 ~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)


୧୦)

ଶାଖା ଗହଳ

ନାନା ପକ୍ଷୀଙ୍କ ଘର

ତରୁ ଉଦାର

କାୟା ଖୋଲି ରହିଛ

ବୃକ୍ଷ ଦେବତା

ତମେ ଆଶ୍ରୟ ଦାତା

ଛାୟା ଶୀତଳ

ଛବି ତିଳ ତଣ୍ଡୁଳ

ଫଳ ତୃଷାକୁ

ଛାଇ ଶେଯ ଦେହକୁ

‌ଶୀତଳ ଵାତେ 

ଧନ୍ୟ ହେ ତରୁ ଵର

ଆଶ୍ବାସି କେତେ 

କ୍ଲାନ୍ତି ଦୂରେଇ,ଦିଅ

 ଶାନ୍ତି ଦୁଃସ୍ଥ ପଥିକେ  ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ

☆☆☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH