हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 12 अक्टूबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ଚୋକା କାବ୍ୟ ଯାତ୍ରା ~ ୨

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ଚୋକା / CHOKA କାବ୍ୟ ଯାତ୍ରା ~ ୨

ଚୋକା 

୧)

ସିଂହ ବାହିନୀ

ଜଗତ ଜନନୀ ମା

କରେ ସ୍ଵାଗତ

ଧରାପୃଷ୍ଠେ ଶରତ

ନିର୍ମଳ ଧରା

ବିମଳ ଜୋଛନାରେ

ନଈପଠାରେ

କାଶତଣ୍ଡୀ ସମ୍ଭାର

ଚାମର ଢାଳେ

ମାଆ ଙ୍କ ଆଗମନେ

ଝରା ଶେଫାଳୀ

ଜୁଇ ଜାଇ ବଧୂଲି

ହେନା ମାଳତୀ

ଦିବ୍ୟ ସୁଗନ୍ଧେ ଭରା

ଶ୍ରଦ୍ଧା ସୁମନ

ମାଆଙ୍କ ପାଦପଦ୍ମେ

କରେ ଅର୍ପଣ

ଚଳଚଞ୍ଚଳ ମହୀ

ଆସିବେ ମହାମାୟୀ।


~ବାସନ୍ତୀ ଦେଈ ଖୋର୍ଦ୍ଧା


୨)

 ଦୂର ପର୍ବତ 

ଜଙ୍ଗଲ ସୁଶୋଭିତ 

ଝରଣା ଝରେ 

ପଥର ବୁକୁ ଚିରେ 

ଜଙ୍ଗଲ ପ୍ରାଣୀ 

ତୃଷ୍ଣା ଚୋରା ଚାହାଣି 

ପକ୍ଷୀଏ ମିଳି 

ନୀର କରନ୍ତି ଗୋଳି 

ତା ତଟଦେଶ 

ଦର୍ଶକ ମନ ତୋଷ 

ମନ୍ଦିର ସ୍ଥିତ 

ଭକ୍ତଙ୍କ ଆତଯାତ 

ସ୍ଥାନ ପବିତ୍ର 

କରନ୍ତି ଭୋଜି ଭାତ 

ସ୍ୱଚ୍ଛ ଚାନ୍ଦିନୀ 

ବୃକ୍ଷମୂଳ ବେଷ୍ଟିନି 

ଦର୍ଶକ କ୍ଷଣେ 

ଛାୟାକୁ ସୁଖମଣେ 

ବିପଣିମାଳା 

ଯେବେ ହୁଅଇ ମେଳା 

ଭାରି ଗହଳ 

ପଡିଯାଏ ଚହଳ 

ଦିନ ରେ ଦୀନ 

ମାଗନ୍ତି ଭିକ୍ଷା ଦାନ 

ନାହିଁ ତା ମାନ 

ଦୁଃଖ ପାହାଡ଼ସମ 

ସ୍ୱଚ୍ଛ ସୁନ୍ଦର 

ନିର୍ମଳ ପରିବେଶ 

ରଖ ବଢିବ ଯଶ l


୩)

 ଶରତ ଶୋଭା 

ଉପବନ ରେ ପୁଷ୍ପ 

କି ମନଲୋଭା, 

ଯୁଇଯାଇ, ଟଗର 

ହେନା, କେତକୀ 

ରଜନୀଗନ୍ଧା ବାସ 

ମଧୁମାଳତୀ, 

କନିଆର, ମନ୍ଦାର 

ଅପରାଜିତା 

ରୂପ ଗୁଣେ ଶେଫାଳି 

ଶୋଭା ର ଆଭା, 

ନେଇ ମନ୍ଦିର 

ଚଢ଼ାନ୍ତି ସେଇ ଫୁଲ 

ସର୍ଵ ଦେବ ଙ୍କ ଶିର l


~ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା l


୪)

ଆତ୍ମ ଚିନ୍ତନ

କରୁଥା ନିତ୍ୟ ଧ୍ୟାନ

ହେବ ସ୍ମରଣ

କେତେ ପାପ ଓ ପୁଣ୍ୟ

କରୁ ଅର୍ଜନ

ପାଇଯିବୁ ସେକାଳେ

ଦିବ୍ୟ ଦର୍ଶନ

ପରମାତ୍ମା ମିଳନ

ହେବ ସାଧନ

ଏ ତ ମନୁଷ୍ୟ ଜନ୍ମ

ନୁହେଁ ସାମାନ୍ୟ

ବିବେକ କଥା ମାନ

ହୋଇ ଯିବୁରେ ଧନ୍ୟ।


~ଚପଳା ପଣ୍ଡା, ଖୋର୍ଦ୍ଧା।


୫)

ଦଶହରାରେ

ମରତକୁ ଆସନ୍ତି

ଦେବୀ ମା ଦୁର୍ଗା

ମହିଷା ମର୍ଦ୍ଧିନୀ ସେ 

ମୃଣ୍ମୟୀ ମୂର୍ତୀ

ସୁନ୍ଦର ସାଜସଜା

ମା ଦଶଭୁଜା

ଆଶିଷ ମାଗିନେବା

ଦର୍ଶନ କରି

ବାହୁଡିବେ ସ୍ୱର୍ଗକୁ

ଆସିବେ ଆର ବର୍ଷ।


~ଜ୍ୟୋତି ପ୍ରଭା ପଟ୍ଟନାୟକ


୬)

ଭାବି ପାରେନା

କା'ରେ କହିବି ଦୁଃଖ

ଆଖିଏ ସ୍ୱପ୍ନ

କିଏ ଦେବ ସାନ୍ତ୍ଵନା

ଖାଁ ଖାଁ ବଳୟ

ମିଳେନା ମନଟିଏ

ବୁଝିଲା ପରି

ଝରିଯାଏ ଶୂନ୍ୟତା

ମୁଁ ହାରି ଯାଏ

ଖୋଳପା ର ଜୀବନ

ଜିଇଁବ ମଲାଯାଏ ।


~ଆରତୀ ପ୍ରହରାଜ, ଭୁବନେଶ୍ୱର


୭)

ଝିଅ ଜନମ, 

ମାତ୍ରୁ ଜାତି ସମ୍ମାନ

କରନା ଘୃଣା , 

ଆମ ଦେଶ ଗୌରବ, 

ଭାବନା ବୋଝ, 

ଦୁଇ କୁଳର ହିତା

ସେନେହମୟୀ , 

ଭଗ୍ନୀ, ଜାୟା, ଜନନୀ

 ସେତ ଅଭି ମାନିନୀ।


୮)

ମା' ଆଦ୍ୟାଶକ୍ତି, 

 ସେ ଦୁର୍ଗତି ନାଶିନୀ

ମଂଗଳମୟୀ,  

 ଭକତ ଭାବଗ୍ରାହୀ, 

ପ୍ରଣତୀ ଘେନ,

 ଜାଣେନି ଉପଚାର

ଆଶିଷ ଦିଅ,  

 ମନେ ଭଲ ଭାବନା   

ଦୀନ ସେବା କରିବି।। 


    ~ଝୁମୁରୀ ସାହୁ।।


୯)

ଗିରି   ନିର୍ଝର

ତେଜି ଶୈଳ ଶିଖର

ହେରେ ସାଗର

ଶିଳା ତଳ୍ପ ଚାରିଣୀ

କଳ ନାଦିନୀ

ଵନ ରାଜ୍ୟ ଶୋହିନୀ

ପାହାଡ  ଖୋଲ

ତାର ଆହ୍ଲାଦ ଘର

ଲଳିତ କ୍ରୀଡା

ଛାଡି ନିମ୍ନେ ଉଦ୍ୟତ

ଦୂର ଉଦଧି

ତାରେ ଡାକ ଇ କିଵା

ମିଳନ  ସୁର

ହୃଦେ ବାଜ ଇ ଅବା

ପ୍ରଗଳ୍ଭ ନୀରା

ଏବେ ହୁଏ ଚଞ୍ଚଳା

ସ୍ରୋତ ତା ଖର

ହେଲା ଉଲ୍ଲମ୍ଫ ଝରା

ଯିଵ ସାଗର ଘର ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା

☆☆☆☆☆☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH