ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ଚୋକା / CHOKA କାବ୍ୟ ଯାତ୍ରା ~ ୩
ଚୋକା
୧)
କରେ ସ୍ଵାଗତ
ଶରତ ଆଗମନେ
ଝରା ଶେଫାଳୀ
ସ୍ନିଗ୍ଧ ଶୀତଳ ବାସ୍ନା
ଧୀର ସମୀର
ଧବଳ କାଶତଣ୍ଡୀ
ଲହଡ଼ି ଭାଙ୍ଗେ
ବିଲ ଆଉ ପ୍ରାନ୍ତରେ
ନଈ ପଠାରେ
ପରିବେଶ ନିର୍ମଳ
ଆକାଶେ ତାରା
ମିଞ୍ଜି ମିଞ୍ଜି ଆଲୋକ
ଘନ ଅନ୍ଧାରେ
ଅମାସ୍ୟା ପରେ ପରେ
ଦ୍ଵିତୀୟା ଚାନ୍ଦ
ଅନ୍ଧାର ଭେଦ କରି
ଉଙ୍କି ମାରଇ
ଚନ୍ଦ୍ରମା ହ୍ରାସ ବୃଦ୍ଧି
ପୂର୍ଣ୍ଣିମା ଆସେ
ଶୁଭ୍ର ଜ୍ୟୋସ୍ନା ପରଶେ
ଧରଣୀ ହସେ
ସରୋବରେ କୁମୁଦ
ପ୍ରୀତି ପସରା
କୁମୁଦିନୀ ପ୍ରତୀକ୍ଷା
ଅଭେଦ ପ୍ରୀତି
ନୂତନ ସମ୍ଭାବନା
ପାର୍ବଣ ଋତୁ
ମଉଜ ମଜଲିସ୍
ଗାଁ ସହରେ
ଆନନ୍ଦ ଉଲ୍ଲାସରେ
ଭକ୍ତି ଭାବନା
ଦେବାଦେବୀ ଅର୍ଚ୍ଚନା
କୁଆଁରୀ ମନ
ଖୁଦୁରୁକୁଣୀ ଓଷା
ଦିହୁଡି ଜାଳେ
କୁମାର ପୂର୍ଣ୍ଣିମା ରେ
ଚାନ୍ଦ ପୂଜନ୍ତି
ମନଲାଖି ଦେବତା
ପାଇବା ଆଶା
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
ମଠ ମନ୍ଦିରେ
ହୁଏ କୃଷ୍ଣ ଭଜନ
ଦୁର୍ଗା ମଣ୍ଡପେ
ଜଗତ ଜନନୀ ମା
ଘେନ ପ୍ରଣତୀ
ମା' ଧରାବତରଣ
ସିଂହବାହିନୀ
ନାନାରୂପେ ସଜ୍ଜିତ
ଗାଁ ରୁ ସହର
ଆନନ୍ଦ ଉଲ୍ଲାସରେ
ଭାଇଚାରା ର
ଅପୂର୍ବ ସମନ୍ବୟ
ଓଡ଼ିଶାର ସଂସ୍କୃତି ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୨)
ଶ୍ରୀକ୍ଷେତ୍ର ଧାମ
କେହି ନୁହେଁ ତା ସମ
ସେ ବଡ଼ଦାଣ୍ଡ
ସର୍ବତ୍ର ଲୋକରୁଣ୍ଡ
ନାନା ଦୋକାନ
କିଣି ନେଉଛି ମନ
ବଡ଼ ଠାକୁର
ବିଜୟ ଶ୍ରୀମନ୍ଦିର
ବଡ଼ ଦେଉଳ
ଭକ୍ତ ସେବକ ଠୁଳ
ବେଢା ଭିତର
ଦେବ ଦେବୀ ମନ୍ଦିର
ପାଆନ୍ତି ପୂଜା
ନାହିଁ ମନ୍ଦିରେ ଧ୍ୱଜା
ସିଂହ ଦୁଆର
ଯାଞ୍ଚ ହୁଏ ଭକ୍ତର
କୋଭିଡ ଟୀକା
ନେଇଥିବ ଦୁଇଟା
ଆଧାର ଥିବ
ତେବେ ମନ୍ଦିର ଯିବ
କର ଦର୍ଶନ
ବିଜେ ରତ୍ନସିଂହାସନ
ତିନି ଠାକୁର
କଳିରେ ଅବତାର
ମହାପ୍ରସାଦ
ସେଵନେ ନାହିଁ ଭେଦ
ବଡ଼ ପବିତ୍ର
ବସିଯାନ୍ତି ଏକତ୍ର
ସାଗର ତଟ
କୋଳାହଳ ପ୍ରକଟ
ଗଲେ ନିକଟ
ଦୁରିତ ଦୁଃଖକଷ୍ଟ
ଲହରୀମାଳ
ଯେବେ ହୁଏ ଉତ୍ତାଳ
ନମାନେ ଥଳ କୂଳ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୩)
ପାହିଲା ନିଶି
ଉଦୟ ହେଲେ ଭାନୁ
ନିର୍ମଳ ନଭ
ପ୍ରଭାତ ହେଲା ଆସି
ବିହଙ୍ଗ ଗଣ
ଖାଦ୍ୟ ଅନ୍ୱେଷଣରେ
ଆକାଶେ ଉଡେ
ବସାରେ ଛୁଆ ଖେଳେ
ପବନ ବହେ
ସୁନ୍ଦର ଫୁଲ ଫୁଟି
ନଦୀ ପଠାରେ
ଧବଳ କାଶତଣ୍ଡୀ
ଶରତ ଶୋଭା
ମାଆ ଙ୍କ ଆବାହନ
ମହିଷାସୁର
ଦୁଷ୍ଟ କଲେ ବିନାଶ
ସଭିଙ୍କୁ କଲେ ତୋଷ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୪)
କାନ୍ଦେ ଵିକଳେ
ପାପ ଭାରେ ଧରଣୀ
ପାପୀ ଙ୍କ ବଂଶ
ମହା ପୁଣ୍ୟର ବଳେ
କର ହେ ନାଶ
ଏବେ ଜଣାଇ ଦିଅ
ଏ ସାରା ଵିଶ୍ବ
ଭ୍ରାତୃ ଵନ୍ଧନେ ବନ୍ଧା
ସାରା ବସୁଧା
ଏକ କୁଟୁମ୍ଵ ପରା
ବିଶ୍ବ ରଚନା
ଵିଧାତାଙ୍କ କଳ୍ପନା
ପ୍ରେମର ଧାରା
ସୃଷ୍ଟିର ମୂଳ ସିନା
ଈର୍ଷା ଅସୂୟା
ପ୍ରଭୁ ଦତ୍ତ ଆନନ୍ଦ
କରେ ତ ଭ୍ରଷ୍ଟ
ଦିଅ ଭାରତ ବାର୍ତ୍ତା
ଵିଶ୍ବାସେ ହେଉ
ଦେଶ ବିଦେଶ ବଶ
ସନ୍ତୋଷ ଭାବେ
ସର୍ଵେ ହୁଅନ୍ତୁ ସୁଖୀ
ପୁଣ୍ୟ ଆନନ୍ଦ ଵଳେ ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ
୫)
ଚନ୍ଦ୍ର ବଦନୀ
ରୂପରେ ସୁକୁମାରୀ
ବଡ ଲାଜେଇ
ଆଖିରେ ଦିଏ ହାଣି
ଚୋରା ଚାହାଣୀ
ମନ ସେ ନିଏ କିଣି
ଆଖି ଇସାରା
ତା'ର ପ୍ରେମ ପ୍ରତୀକ
କରେ ଗଳାର ହାର ।
୬)
ଗୁରୁଜନ ଙ୍କୁ
ଭକ୍ତି, ସମ୍ମାନ ଦେବା
ନମ୍ର ସ୍ବଭାବ
କହିବା ପ୍ରିୟ କଥା
ନିତି ଆଦେଶ
ମାନି ଚଳିବା ସଦା
ଜୀବନ ଯାତ୍ରା
ସହଜେ ମିଳେ ଶାନ୍ତି
ଆଶିଷ ବାରି
ଦେବେ ସର୍ବେ ଅଜାଡି
ଲଭିବ ବିଭୁ କୃପା ।
୭)
ଘୋଷଣା ହେଲା
କରୋନା କଟକଣା
ନାଇଟ କର୍ଫ୍ୟୁ
ରାତ୍ରିରୁ ପ୍ରାତଃ କାଳ
ଅମାନିଆଁଙ୍କୁ
ଦଶହରା ର ଭେଟି
ସତର୍କ ରୁହ
ଆସ ସର୍ବେ ଜନତା
ସମାଜେ ଦେବା ବାର୍ତ୍ତା ।
~ ଝୁମୁରୀ ସାହୁ
୮)
ପ୍ରେମାନୁଭୂତି
ପ୍ରେମିକା ର ବନ୍ଧନ
ମାଆର କୋଳ
ଅପହଞ୍ଚ ଜରାୟୁ
ବିଚିତ୍ର ବର୍ଣ୍ଣା
ବତ୍ସା ର ଦୁଗ୍ଧ ପାନ
ତୁମରି ଛୁଆଁ
ଶ୍ରୀ ରାଧା କୃଷ୍ଣ ମୟ
ଭୈତିକ ସ୍ପର୍ଶ
ଚିତ୍ରିତ କାରୁକାର୍ଯ୍ୟ
ଭାବ ପ୍ରକାଶ
ମନଛୁଆଁ ସଙ୍ଗୀତ
ପ୍ରେମ ର ରସାମୃତ ।
~ ଆରତୀ ପ୍ରହରାଜ, ଭୁବନେଶ୍ୱର
୯)
ଋତୁ ଶରତ
ଧରା ବକ୍ଷ ଶୋଭିତ
ପୁଷ୍ପେ ରଞ୍ଜିତ
ମଣ୍ଡପେ ବିରାଜିତ
ଦୂରୁଗା ମାତ
ଶୁଭେ ପାର୍ବଣ ଗୀତ
ପୁଲକ ଜାତ
ଅରି ଅଚିରେ ହତ
ଶାସ୍ତ୍ର ବିଦିତ
ପୁଣ୍ୟ ସ୍ଥାପନେ ସ୍ଥିତ
ଜଗତେ ଖ୍ୟାତ
ମନୁ କଲ୍ମଷ ଚ୍ୟୁତ
କର ପ୍ରାପତ
ଦୁଃଖ ହେଉ ଦୁରିତ
ହୃଦେ ଶାନ୍ତି ସ୍ଥାପିତ ।
~ ଚପଳା ପଣ୍ଡା।, ଖୋର୍ଦ୍ଧା
୧୦)
ଶାନ୍ତ ରଜନୀ
ଆଃ କି ! ରଜନୀ ଗନ୍ଧା
ଅତି ସୁନ୍ଦର
ସୁବାସିତ ବାସନା
ଶୁଭ୍ରତା ରଙ୍ଗ
ଦୁଃଖି ମନେ ଖୁସି
ଦେଖି ଆନନ୍ଦ
ସତେ ତା'ଶୁଭ୍ରତନୁ
ମନ ଯେ ଶାନ୍ତ ।
ତା' ଅତର ର ମୂଲ୍ଯ
ନୁହେଁ ତ କମ
ମଣିଷ ର ସେ ପ୍ରିୟ
ଦୂର କରେ ଦୁର୍ଗନ୍ଧ ।
~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)
कोई टिप्पणी नहीं:
एक टिप्पणी भेजें