ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ଚୋକା କାବ୍ୟ ଯାତ୍ରା ~ ୪
ଚୋକା
୧)
ନିଳାଦ୍ରୀ ନାଥ
ହେ ପ୍ରଭୁ ଜଗନ୍ନାଥ
ଯୁଗାବତାର
ଧରୁ କେତେ ଶରୀର
ତୋହର ମାୟା
ନର ବୁଝି ପାରେନା
ତୁ ଲୀଳାମୟ
ତୋର ଲୀଳା ଅନନ୍ତ
ନୀଳ ମାଧବ
ବିଶ୍ଵାବସୁର ପ୍ରଭୁ
ନୀଳ କନ୍ଦରେ
ବ୍ରାହ୍ମଣ ବିଦ୍ୟାପତି
ଦର୍ଶନ ପାଇ
ହେଲେ ଆତ୍ମବିଭୋର
ସୋରିଷ ଫୁଲ
ହେଲା ମାର୍ଗଦର୍ଶକ
ଗୁଣ୍ଡିଚା ରାଣୀ
ରାଜା ସେ ଇନ୍ଦ୍ରଦ୍ୟୁମ୍ନ
ସ୍ଵପ୍ନ ଆଦେଶ
ପାଇ ତୁମ ସନ୍ଦେଶ
ହେ ଦୟାମୟ
ତୁମେ ଦୟାସାଗର
ଦାରୁ ରୂପରେ
ଉଭା ମହୋଦଧି ରେ
ଭକ୍ତବତ୍ସଳ
ରହି ଭକତ ମେଳେ
ଲୀଳା କରିବା
ଥିଲା ଅନ୍ତର୍ଗତ ରେ
ଦାରୁ ଦେବତା
ଅଧାଗଢ଼ା ଶରୀରେ
ହୋଇଲ ଉଭା
ନୀଳାଚଳ ଧାମରେ
ହେଲ ବିଶ୍ଵବିଖ୍ୟାତ ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୨)
ଝିଅ ଜନମ
ଲଷ୍ମୀପ୍ରତିମା ସମ
ପିତାଙ୍କ ଦାନ
ମାତା କଲେ ପାଳନ
ପୂର୍ଣ୍ଣିମା ଇନ୍ଦୁ
ଗୃହେ ଶୋଭାର ବିନ୍ଦୁ
ନବ କିଶୋରୀ
ଗଢେ ମାୟା ନଗରୀ
ଦେଖେ ସପନ
ବୁଡ଼ାଏ ତନୁ ମନ
ହେଲା ଦୁହିତା
ଦୁଇ କୁଳକୁ ହିତା
ଛାଡି ଗୁମାନ
ପିତୃ ମାତୃ ସଦନ
କରେ କ୍ରନ୍ଦନ
ଅସ୍ଥିର ହୁଏ ମନ
ଜନମ ସ୍ଥାନ
ହେଲା ସାତସପନ
ଶ୍ୱଶୁର ଘର
କରିଲା ସେ ନିଜର
ନୂଆ ସଂସାର
ସାଥେ ଶାଶୁ ଶ୍ୱଶୁର
ସ୍ୱାମୀ ନିଜର
ହୁଏ ଯୁଗ ଯୁଗର
ଘରେ ଘରଣୀ
ସଭିଙ୍କ ମନ ଜିଣି
ହିତ କାରିଣୀ
କରେ ପର୍ବ ପର୍ବାଣୀ
ବଢେ ଜଞ୍ଜାଳ
କୋଳେ ସନ୍ତାନ ଖେଳେ
ମମତା ଦେଇ
ସନ୍ତାନ ସେ ପାଳଇ
ଧନ୍ୟ ସେ ନାରୀ
ବାହେ ସଂସାର ତରୀ
କର ସମ୍ମାନ
ନ ହେଉ ହୀନିମାନ
ଵିଧି ବିଧାନ
କରେ ସୃଷ୍ଟି ସର୍ଜନ
ନାରୀ ସେ ମହୀୟାନ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୩)
ମର୍ତ୍ତ୍ଯ ମଣ୍ଡଳେ
ସବୁଜ ବୃକ୍ଷ ଲତା
ସୃଷ୍ଟି ଆରମ୍ଭୁ
ଆବୃତ ଧରା ଧାମେ
ଜାତି ଜାତିକା
ପୁଷ୍ପ ସୁଗନ୍ଧ ଛୁଟେ
ପରଜା ପତି
ରଂଗ ବେରଂଗ କେତେ
ଉଡି ଉଡିକା
ପରାଗ ରେଣୁ ବୁଣେ
ବୃକ୍ଷ ଲତାର
ସ୍ଵାଦିଷ୍ଟ ପକ୍ୱଫଳ
ବଣର ଜୀବ
କ୍ଷୁଧା ମେଣ୍ଟାଇ ବଂଚେ ।
ଗାଆଁ ବଇଦ
ଚେର, ମୂଳି ଔଷଧ
ସଂଗ୍ରହ କରେ
ସଂଜିବନୀ ତ ସିଂଚେ
ଜଂଗଲ ଜାତ
ଦ୍ରବ୍ଯ ମିଳେ ବହୁତ
କୁଳ ବେଉସା
ଆଦି ମାନବ ଖୋଜେ
ଆଜି ର ନର
ବହୁ ଚତୁର
ନିଜର ସ୍ବାର୍ଥ ପାଇଁ
ଜଂଗଲ କାଟେ
ଅଟ୍ଟାଳିକା ଓ ଶିଳ୍ପ
ନିର୍ମାଣ ସେ କରଇ
ଖାଦ୍ୟ ଅଭାବ
ଜଂଗଲ ପଶୁପକ୍ଷୀ
ଗାଁ ରୁ ସହର
ଧାଏଁ ବଂଚିବା ଆସେ
ପ୍ରକ଼ତି ଦତ୍ତ
ସୁନ୍ଦର ପରିବେଶ
ଆସ ସଭିଏଁ
ଶପଥ ନେବା ଆମେ
ଗଛ ରୋପିବା
ଅନାବାଦୀ ଗୋଚର
ବିଲ ପ୍ରାନ୍ତର
ବାଡ଼ି ବଗିଚା ସାରା
ସବୁଜ ହେବ
ଗଛରେ ଯିବ ଭରି
ହସିବ ଧରଣୀ ରାଣୀ ।
~ ଝୁମୁରୀ ସାହୁ
୪)
ଖୋଜୁଚ ମିଛେ
ସେ ଯେ ତୁମରି ପାଶେ
ନାହିଁ ମନ୍ଦିରେ
ଅବା କାଶୀ କୈଳାସେ
ଜପେ ନ ଥାଏ
ନଥାଏ ମସ ଜିଦେ
ନ ଥାଏ ଯାଗେ
ଯୋଗେ ଅବା ବୈରାଗ୍ୟେ
ଥାଏ ତୁମରି
ଆଶେ ପାଶେ ଆଖିର
ସମୀପେ ସଦା
ନୁହେଁ ମେଘ ବତାସେ
ଵ୍ୟୋମ ଚନ୍ଦ୍ରାର୍କେ
କବୀର କହନ୍ତି ସେ
ଵିରାଜିତ ଯେ
ନିତ୍ୟ ତୁମରି ଶ୍ଵାସ
ପ୍ରଶ୍ବାସ ପ୍ରାଣ ବାତେ ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା
୫)
ଅଯୋଧ୍ୟା ରାଜା
ସୂର୍ଯ୍ୟ ବଂଶରେ ଜନ୍ମ
ନାଁ ଦଶରଥ
ପୁତ୍ର ସନ୍ତାନ ପାଇଁ
ପୁତ୍ରେଷ୍ଟି ଯଜ୍ଞ
ଚାରି କୁମାର ଜନ୍ମ
ତିନୋଟି ରାଣୀ
କୌଶଲ୍ୟା ଓ କୈକେଇ
ସୁମିତ୍ରା ଗର୍ଭୁ
ଭାରତ ଓ ଶତ୍ରୁଗ୍ନ
ରାମ ଲକ୍ଷ୍ମଣ
ଯଜ୍ଞ ରକ୍ଷା କରିବେ
ଗଲେ ବଣକୁ
ଅହଲ୍ୟା ଉଦ୍ଧାରିଲେ
ପାଷାଣୀ କନ୍ୟା
ଭକ୍ତର ଭଗବାନ
ଗଙ୍ଗା ନଦୀରେ
ପାଦ ଧୋଇ କୈବର୍ତ୍ତ
ଜନକ କନ୍ୟା
ସୀତାଙ୍କ ସ୍ୱୟମ୍ବର
ସୀତା ବିବାହ
ଅପୂର୍ବ ଏ ମିଳନ
ଚାରିଟି ପୁତ୍ର
ଚାରି ବଧୁ ସହିତ
ଅଯୋଧ୍ୟା ଗମନ ।
~ ଜ୍ୟୋତି ପ୍ରଭା, ପଟ୍ଟନାୟକ
୬)
ମହା ନବମୀ
ମାତା ପଦେ ପ୍ରଣମୀ
କରେ ଦୟିନୀ
ହସି ଉଠୁ ଧରଣୀ
ଦୁଃଖ ହାରିଣୀ
ଶାନ୍ତି ଆଣ ଭବାନୀ
ସିଂହ ବାହିନୀ
ଖଣ୍ଡା ଖର୍ପର ମଣୀ
ଶତ୍ରୁ ନାଶିନୀ
ଭାରା ଉଶ୍ୱାସ ଜିଣି
ଦର୍ପ ଦଳିନୀ
ଧର୍ମ କର ଭରଣୀ
ଦଶଭୁଜା ଶୋଭିନୀ ।
~ ଚପଳା ପଣ୍ଡା, ଖୋର୍ଦ୍ଧା
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें