हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शुक्रवार, 15 अक्टूबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ଚୋକା କାବ୍ୟ ଯାତ୍ରା ~ ୫

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ଚୋକା କାବ୍ୟ ଯାତ୍ରା ~ ୫

ଚୋକା

୧)

ଜଗତ୍ଜନନୀ

ମା' ଦୁର୍ଗତି ନାଶିନୀ

କରୁଣାମୟୀ

ଭକ୍ତ ମନସ୍କାମନା

ପୂର୍ଣ୍ଣ କାରିଣୀ

ପ୍ରଭୁ ଶ୍ରୀରାମଚନ୍ଦ୍ର

ଭକ୍ତ ପ୍ରବର

ରାବଣ ମନୋବାଂଛା

ଅଧର୍ମ ନାଶ

ଅସୁର କୁଳ ମୁକ୍ତି

ସୀତା ହରଣ

ରାମ ରାବଣ ଯୁଦ୍ଧ

ମା ସିଦ୍ଧିଦାତ୍ରୀ

ଆଶ୍ଵିନ ନବମୀ ରେ

ମାତୃଶକ୍ତି ର

କରିଲେ ଆରାଧନା

ସନ୍ଧିକ୍ଷଣରେ

ବିଜୟା ଦଶମୀ ରେ

ରାବଣ ବଧ

ଭକ୍ତର ଭଗବାନ

ଅଭୀଷ୍ଟ ପୂର୍ଣ୍ଣ

ପ୍ରଦୀପ ପ୍ରଜ୍ଜ୍ୱଳନ

ସ୍ଵର୍ଣ୍ଣ ଲଙ୍କା ରେ

ରାଜନ ବିଭୀଷଣ

ଆନନ୍ଦ ମନେ

କଲେ ପ୍ରଜା ପାଳନ

ଅଧର୍ମ ନାଶି

କଲେ ଧର୍ମ ପ୍ରତିଷ୍ଠା

ମାତା ଜାନକୀ

ସାଥେ ଧରି ଅନୁଜ

କଲେ ଗମନ

ଭବ୍ୟ ଅଯୋଧ୍ୟା ପୁରୀ

ଚଳଚଞ୍ଚଳ

ଦିବ୍ୟ ଆଲୋକମାଳା

ପ୍ରଦୀପ ଜଳେ

ବିଜୟ ସମ୍ବର୍ଦ୍ଧନା

ପ୍ରଭୁ ଆସନ୍ତି

ବିଜୟା ଦଶମୀର

ଶୁଭ ଅଭିନନ୍ଦନ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୨)

ଶ୍ରୀଜଗନ୍ନାଥ

ହେଲ ବିଶ୍ଵବିଖ୍ୟାତ

ଶ୍ରୀମନ୍ଦିର ରେ

ବିଜେ ଚତୁର୍ଦ୍ଧାମୂର୍ତ୍ତି

ପତି ବ୍ରାହ୍ମଣ

ଦଇତା ସେବକ ଙ୍କ

ମେଳରେ ରହି

ସେବା ପୂଜା ପାଉଛ

ମାନବ ଲୀଳା

ଉତ୍କଳୀୟ ସଂସ୍କୃତି

ବାରମାସ ରେ

ତେର ପର୍ବ ପାଳିତ

ଦ୍ଵାଦଶ ଯାତ୍ରା

ଶ୍ରେଷ୍ଠ ରଥଯାତରା

ରତ୍ନବେଦିରୁ

ଯାତ୍ରା ଗୁଣ୍ଡିଚା ଘର

ବଡ଼ଦାଣ୍ଡ କୁ

ଧାଡି ପହଣ୍ଡି କରି

ଶିରେ ଟାହିଆ

ଆସ ଝୁଲିଝୁଲିକା

ତିନି ରଥରେ

ବିଜେ ଚତୁର୍ଦ୍ଧାମୂର୍ତ୍ତି

ଘଣ୍ଟ ଶବଦ

ବାଜେ ବିଜେ କାହାଳୀ

ହରିବୋଲ ରେ

ବଡ଼ଦାଣ୍ଡ ଉଛୁଳେ

ନନ୍ଦିଘୋଷ ରେ

ବିଜେ ଚକାନୟନ

ଯାତ୍ରା ବାହାନା

ଭକତ ଉଦ୍ଧାରଣ

ଜନ୍ମ ବେଦୀରେ

ପୂଜା ପାଆନ୍ତି

ଭାଇଭଉଣୀ ସାଥେ

ଆଡ଼ପ ମଣ୍ଡପରେ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୩)

ପୁତ୍ର ସନ୍ତାନ 

ଖୁସି ସଭିଙ୍କ ମନ 

ଗୃହେ ପାଳନ 

ଏକୋଇଶିଆ ଦିନ 

ସିରିଣୀ ପୂଜା 

ଆଶୀର୍ବାଦ କୁ ଖୋଜା 

ଶଶୀ ର କଳା 

ପ୍ରାୟେ ବଢ଼ଇ ବଳା 

ଚାଲିଲେ ପଡେ 

କାନ୍ଦିଲେ ତଳେ ଗଡେ 

ଖେଳ ରୁ ଶିକ୍ଷା 

ଶିଖେ ନିଜ ସୁରକ୍ଷା 

ଜ୍ଞାନ ଅର୍ଜନ 

କରେ ସେ ଦିନୁ ଦିନ 

ସକଳ ଆଶା 

ପିତୃ ମାତୃ ଭରସା 

ହୋଇଲା ଯୋଗ୍ୟ 

ଫିଟିଲା ତାର ଭାଗ୍ୟ 

ବଢିଲା ଧନ 

ସୁଖେ କାଟିଲା ଦିନ 

ବିଭା ବନ୍ଧନ 

ବିହି କଲା ସୃଜନ 

ଘରେ ଘରଣୀ 

ନେଲା ସେ ମନକିଣି 

ଗଢେ ସଂସାର 

ସ୍ବପ୍ନ ତା ଅସୁମାର

ଲଭି ପିତୃତ୍ୱ 

ହୃଦୟ ଉଲ୍ଲସିତ 

ମହତ ଗୁଣ 

ଶୁଝିଲେ ପିତୃ ଋଣ 

କର୍ମ ସୁକୃତ 

କ୍ଳେଶ ତା ଦୂରୀଭୂତ 

ସୁପୁତ୍ର ରୂପେ କ୍ଷାତ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ


୪)

ନୟନେ ନୀର

ହୃଦେ ଭାବ କମଳ

ଭକ୍ତି ସୁମନ

ଅରପି ତୋ ଚରଣେ

ମାଗେ କରୁଣା

ଯା ଵଳେ ଦୁଃଖ ଶୋକ

ଭୁଲି ମୁଁ ସଦା

ଥିବି ମଜ୍ଜି ତୋ ଭାଵେ

ଆଶିଷ ଦେ ମା

ଵିତି ଯାଉ ଜୀଵନ

ସକଳ ଶୁଭେ ।

ମୋହ କୋହ ଆବେଗ

ରୋଗ ଯାତନା

ଲଂଘି ଵାଧା ଵନ୍ଧନ

କରମ କଷଣ

ତେଜି ରୋଷ ଅଭିମାନ

ତୋ ଆଜ୍ଞା ବଳେ

ଥିବି ମଗ୍ନ, ତୋ ନାମ

ସ୍ମରଣେ ଅନୁଦିନ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା


୫)

ଶ୍ରୀ ରାମଚନ୍ଦ୍ର

କାଣ୍ଡ କୋଦଣ୍ଡ ଧାରୀ

ଅଯୋଧ୍ୟା ପତି

ଦଶରଥ ନନ୍ଦନ

ରାଜ୍ୟାଭିଷେକ

ପିତୃସତ୍ୟ ପାଳନ

ବନ ଗମନ

ସୀତା ଲକ୍ଷ୍ମଣ ସାଥେ

ଚଉଦ ବର୍ଷ

ଭରତ ନନ୍ଦିଗ୍ରାମ

ପିତା ସ୍ୱର୍ଗ ଗମନ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୬)

ସୃଷ୍ଟିର ହିତେ

ମନୁଷ୍ୟ ଅବିରତେ

କାର୍ଯ୍ୟ କରନ୍ତେ

ସାରା ଜୀବ ଜଗତେ

ସ୍ୱର୍ଗ ମାନନ୍ତେ

ସର୍ବେ ମୁଖେ ଥୁଅନ୍ତେ

ଆହାକି ସତେ

ରାମ ରାଜ୍ୟ ଜଗତେ 

ପ୍ରତିଷ୍ଠା ହେଲା

ଯୁଗ ବଦଳି ଗଲା

ମର୍ତ୍ତ୍ୟ ସରଗ ହେଲା।


~ ଚପଳା ପଣ୍ଡା, ଖୋର୍ଦ୍ଧା


୭)

ସଭିଏଁ ଘେନ

ଦଶହରା ଶୁଭେଚ୍ଛା

ହେ ମହାମାୟୀ

କରୋନା କର ଧ୍ୱଂସ

ଆଶିଷ ଦିଅ

ଦୂର ହେଉ ଆଶଙ୍କା

ମନର ଶଙ୍କା

ଫେରିବ ଶୁଭ ଦିନ

ସଂସାର ଦୁଃଖ

ଯିବଟି ଅପସରି

ହେ ଦୁର୍ଗତି ନାଶିନୀ

ଶୁଣ ଗୁହାରୀ

ଶରଣ ଚରଣରେ

ଜଣାଏ ଆକୁଳରେ।


~ ସୁବାସିନୀ ପଟ୍ଟନାୟକ, ଖୋର୍ଦ୍ଧା


୮)

ବନ ନିର୍ଝର

ଝୁରୁଛି ଝରଝର

ହୋଇ ବିଭୋର

ତେଜି ଶୈଳ ଶିଖର

ପଥ ବନ୍ଧୁର

ହୁଅଇ ଅଗ୍ରସର

ସ୍ରୋତ ପ୍ରଖର

ସ୍ନିଗ୍ଧ ଶୀତଳ ନୀର

ସ୍ଵାଦ ମଧୁର

ତୃଷାର୍ତ୍ତର ଆତ୍ମା ଯେ

କରେ ଶୀତଳ

ଶ୍ୟାମଳ ତରୁ ଘେରା

ଘନ ବନାନୀ

ତା ମଧ୍ୟେ ନିନାଦିତ

ସେ ନିର୍ଝରିଣୀ

କୁଳୁକୁଳୁ ଶବଦେ

ମୋହୁଛି ମନ

ହୃଦୟ ପୁଲକିତ

ଶୁଣି ତା ତାନ

ପ୍ରକୃତି ରାଣୀର ସେ

ମାନସ କନ୍ୟା

ରୂପ ମାଧୁରୀ ତାର

ଅଟଇ ଯେ ଅନନ୍ୟା  ।


~ ମଧୁଛନ୍ଦା ଦାଶ, ଭୁବନେଶ୍ୱର


୯)

ଶରତ ଶୋଭା

ସତେ କି ମନଲୋଭା

ଧରଣୀ ରାଣୀ

ସବୁଜ ଶାଢୀପିନ୍ଧି

ମୋହୁଛି  ମନ

ଶୁକ୍ଲ କେଶିନୀ ମାତା

ବିରାଜମାନ

କାଶତଣ୍ଡି ଲହରୀ

ଧାନ କିଆରୀ

ଜଗତ୍ ଜନନୀ ମା

ସେ ବିରାଜିତା

ଅଧର୍ମ ପରେ ଧର୍ମ

ସ୍ଥାପନ ପାଇଁ

ସ୍ବର୍ଗରୁ ମର୍ତ୍ତ୍ଯ ପୁରେ 

ଆସ ଓହ୍ଲାଇ

ରାମ ରାଜ୍ଯର ସ୍ୱପ୍ନ

ସାକାର ପାଇଁ

ପାପୀ ରୂପୀ ରାବଣ

ବିନାଶି ବାର

ଲକ୍ଷ୍ଯ  କରି ପୂରଣ

ଶାନ୍ତି ପ୍ରତିଷ୍ଠା

ନୀତି, ନିୟମ ନିଷ୍ଠା

ଦିଅ ସଞ୍ଚରି

ଦୁର୍ଗତି ନାଶିନୀ ମା 

ଦୁଃଖ ହାରିଣୀ

କରୁଣାମୟୀ ମା ଲୋ

ସଙ୍କଟ ହର

ପାପଭାର ହରଣ

କରୋନା ଯକ୍ଷ

ଛେଦନ କର ପକ୍ଷ

ସଂସାର ରଖ

କୁ ପୁତ୍ର ଜାୟତେସୌ

କୁମାତା ନ ଭବତି । 


~ ସସ୍ମିତା ବାରିକ୍

☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH