ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ଚୋକା କାବ୍ୟ ଯାତ୍ରା ~ ୬
୧)
ଗଛଟିଏ ମୁଁ
ପ୍ରକୃତି ବରଦାନ
ବାଡି ଜଙ୍ଗଲେ
ପରିବେଶେ ପ୍ରାନ୍ତରେ
ସର୍ବଦା ଠିଆ
ସେବା ମୋହର ଧର୍ମ
ଜନ କଲ୍ୟାଣ
ଫୁଲ ପତ୍ର ଫଳରେ
ସଜାଇ ଦେହ
ପଶୁ ପକ୍ଷୀ ମଣିଷେ
ବାଣ୍ଟଇ ପ୍ରୀତି
ପକ୍ଷୀ କାକଳି ସ୍ଵରେ
ମୋ ଆତ୍ମା ହଜେ
ସୁମିଷ୍ଟ ପକ୍ୱଫଳ
ଭୁଞ୍ଜନ୍ତି ତୋଷେ
ସୁଶୀତଳ ଛାୟାରେ
ପଥିକ ବସେ
ଭାରାକ୍ରାନ୍ତ ଶରୀରୁ
କ୍ଳାନ୍ତ ମେଣ୍ଟାଏ
ସନ୍ତୁଳନତା ରକ୍ଷା
ପରିବେଶ ରେ
ଭରଇ ଅମ୍ଳଜାନ
ବର୍ଷା କରାଏ
ନିଏ ଅଙ୍ଗାରକାମ୍ଳ
ଦୂଷିତ ବାୟୁ
ନିର୍ମଳ ପରିବେଶ
ସୁସ୍ଥ ପୃଥିବୀ
ମୋର ଏକାନ୍ତ କାମ୍ୟ
ଅଧମ ନର
ସ୍ଵାର୍ଥ ଲାଳସା ଯୋଗୁଁ
ଛେଦନ କରେ
ଖାଦ୍ୟ ବସ୍ତ୍ର ଭବନ
ଯୋଗାଏ ତାକୁ
ତିଳେହେଁ ଦୟା ଭାଵ
ରଖେ ନା ମୋତେ
ମୋର ଆର୍ତ୍ତ ଚିତ୍କାର
ନାହିଁ ଖାତିର
ଶୁଣ ମୋ ନିବେଦନ
ପୃଥିବୀ ବାସୀ
ରୋପଣ କର ସର୍ଵେ
ନୂତନ ବୃକ୍ଷ
ଆଦର ଯତନରେ
ମୋତେ ବଢାଅ
ତୁମର ମଙ୍ଗଳ ରେ
ହୋଇବି ମୁଁ ସହାୟ ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୨)
ମନ୍ଦିର ଯାଉ
ମୂର୍ତ୍ତି ଦର୍ଶନ ପାଉ
ବୁଝେନା ନର
ପିତା ମାତା ଙ୍କୁ ତାର
ସେହି ଠାକୁର
ବିନମ୍ର ଭକ୍ତି କର
ଲଭିବ ଲାଭ
ଦୁଃଖ ହେବ ଦୁର୍ଲଭ
ସନ୍ତାନ ଜନ୍ମ
ସତେ ଫୁଟିଛି ପଦ୍ମ
ଆନନ୍ଦ ଚିତ୍ତ
ଖର୍ଚ୍ଚ କରେ ସେ ବିତ୍ତ
ପାଳନ କରେ
କଷ୍ଟେ ଅର୍ଜନ କରେ
ମମତା ଭରେ
ପିତୃ ମାତୃ ମନରେ
ପୁତ୍ର ବା କନ୍ୟା
ସମ ଦୃଷ୍ଟିର ବନ୍ୟା
ବଢେ ବୟସ
ବିଦ୍ୟା ବୁଦ୍ଧି ସରସ
ଝିଅ ର ବର
ଥିବେ ଶାଶୁ ଶ୍ୱଶୁର
ଖୋଜି ପିଅର
କରିଲେ ବାହାଘର
ଯାନିଯୌତୁକ
ନେଲା ଝିଅ ଅନେକ
ନୂଆ ସଂସାର
ବନିଲା ଶାଶୁଘର
ବାପା ମା ଶ୍ରମ
କରି ସଂଚନ୍ତି ଧନ
ଖୋଜିଲେ ବଧୂ
ପାଇଲେ ନୂଆ ବନ୍ଧୁ
ବାସ ସୁବାସ
ପୁଅ ର ବର ବେଶ
ସମସ୍ତେ ଅନ୍ଧ
ପ୍ରଜାପତି ସମ୍ବନ୍ଧ
ସଂସାରେ ସାର
ପିତା ହେଲେ ଅମ୍ବର
ମାପି କି ପାର
ପ୍ରସସ୍ଥ କେତେ ତାର
ମାତା ସାଗର
ଜନ୍ମ ଦେଲା ମହୀର
କରନା ହତାଦର ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୩)
ବୀଣା ନଦନେ
କୁସୁମ ଉପଵନେ
ଶୁଭେ ଶାରଦା
ମା ର ଵନ୍ଦନା ଗାନ
ପ୍ରଫୁଲ୍ଲ କଞ୍ଜ
ସରସ ମଞ୍ଜୁ ଗାତ୍ରେ
ଉତ୍ତାଳେ ନାଚେ
ମଧୁକର ଗୁଞ୍ଜନେ
ଝୁମି ସାନନ୍ଦେ
ପ୍ରସନ୍ନାର୍ତ୍ତିହାରିଣୀ
ହର ମୋହିନୀ
ନମନ୍ତି ଧରା ବାସୀ
ଅତି ଆକୁଳେ
ବରାଭୟ ଦାୟିନୀ
ଚରଣ ଯୁଗେ
ମହା ବିପତ୍ତି କାଳେ
ସାହା ସେଇ ତ ହୁଏ ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା
୪)
ମନ୍ଦ ମଳୟ
କାଶତଣ୍ଡୀ ର ଫୁଲ
ସେ ଢଳ ଢଳ
ପୁଷ୍କରିଣୀ ର ଜଳ
କଇଁ, ପଦ୍ମ ର ଶୋଭା
କି ମନଲୋଭା
ଗାଆଁ ପିଲାଏ ମିଳି
ଜଳେ କରନ୍ତି କେଳି
ଶରତ ସ୍ମୃତି
ମନେ ରଖ ସାଉଁଟି
ନକର ପିଲେ ତ୍ରୁଟି ।
~ ସୂର୍ଯ୍ୟକାନ୍ତି ଦାଶ
୫)
ପଞ୍ଚବଟୀରେ
ନାଶା କର୍ଣ୍ଣ ଛେଦନ
ସୂର୍ପଣଖାର
ମାରିଚ ମାୟା ବଳେ
ସୁନା ମିରିଗ
ଛଦ୍ମବେଶୀ ରାବଣ
ଲଙ୍କାର ରାଜା
ଡେଇଁ ଲକ୍ଷ୍ମଣ ରେଖା
ସୀତା ହରଣ
ପୁଷ୍ପକ ଯାନେ ଉଡି
ଜଟାୟୁ ବାର୍ତ୍ତା
ଶ୍ରୀରାମଙ୍କ ରୋଦନ
ସୁଗ୍ରୀବ ମିତ
ରୂଷ୍ୟ ମୁକ ପର୍ବତ
ବାଳି ସୁଗ୍ରୀବ ଯୁଦ୍ଧ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
☆☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें