ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ଚୋକା କାବ୍ୟ ରଚନା ~ ୭
୧)
ହେରାପଞ୍ଚମୀ
ମା ଲକ୍ଷ୍ମୀ ଠାକୁରାଣୀ
ପ୍ରଭୁ ଦର୍ଶନ
ଫିଙ୍ଗି ମୋହନ ଚୂର୍ଣ୍ଣ
ଅତ୍ୟନ୍ତ କୋପେ
ରଥକାଠ ଭାଙ୍ଗିଲେ
ଫେରି ଆସିବ
ବାହୁଡ଼ା ଦଶମୀ ରେ
ଏକାଦଶୀ ରେ
ଅପୂର୍ବ ସୁନାବେଶ
ତୃପ୍ତ ଲଭନ୍ତି
ସୁର ନର ଗନ୍ଧର୍ବ
ଦ୍ଵାଦଶତିଥି
ଅଧର ପଣା ନୀତି
ତ୍ରୟୋଦଶୀ ରେ
କର ନିଳାଦ୍ରୀ ବିଜେ
ଘଣ୍ଟ କାହାଳୀ ବାଜେ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୨)
ସମୟ ଚକ୍ର
ଭାଗ୍ୟ କାହାର ବକ୍ର
ଭୋଗେ ସେ କଷ୍ଟ
ସମୟ କରେ ନଷ୍ଟ
ପ୍ରତି ମୁହୂର୍ତ୍ତ
ମୂଲ୍ୟବାନ ବହୁତ
ଗୁଣୀ ଙ୍କ ମତ
ରୂପ ନିଏ ଅତୀତ
କୁକର୍ମ ଭ୍ରମ
କରେ ମତି ବିଭ୍ରମ
ଅଧର୍ମ ବିତ୍ତ
ଠୁଳ କରେ ବହୁତ
ଦେଖାଏ ପ୍ରୌଢ଼ୀ
ନଦୀ ଯେସନ ବଢ଼ି
ଜଳ ପ୍ରବଳ
ନମିଳେ ଥଳ କୂଳ
ଆସିବ ଦିନ
ନଦୀ ସମୁଦ୍ରେ ଲୀନ
ନକର ମାନ
କ୍ଷଣିକ ଜୀବ ଧନ
ସେହିପ୍ରକାର
ସମ୍ପଦ କ୍ଷଣକର
ହୋଇବ କ୍ଷୟ
ଧର୍ମରେ ରଖ ଲୟ
ସୁକର୍ମ ଫଳ
କେବେ ନୁହେଁ ବିଫଳ
ଧର୍ମ ତା ମୂଳ
ଚିତ୍ତେ ଜନ୍ମାଏ ବଳ
ସଂସାର ପଥେ
ଦୁଃଖୀ ଦରିଦ୍ର ସାଥେ
ତେଜି କାର୍ପଣ୍ୟ
ଅର୍ଜନକର ପୂଣ୍ୟ
ଜୀବନ ଯିବ
ସତ୍ୟ ସାଙ୍ଗରେ ଥିବ
ସବୁ ମର୍ତ୍ତ୍ୟ ରହିବ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୩)
ଦୀନ ରକ୍ଷଣ
ହେ ପତିତ ପାବନ
ସଂସାର ମୋହେ
ପଡି ଭଵ ଜଞ୍ଜାଳେ
ଭୁଲେ ତୁମକୁ
ତୁମେ ଭୁଲନି ମତେ
ଆତୁରେ ସାହା
ହେଇ ଦେଇଚ ରାହା
ମୁଁ ଅକିଞ୍ଚନ
ଵୁଝି ବୁଝେନା ଯାହା
ସବୁ ତୁମରି ଲୀଳା।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ
୪)
ନମଃ ଶିବାୟ
ମୁଖ ରେ ଉଚ୍ଚାରଣ
ଦେହେ ବିଭୁତି
ସେତ ପାର୍ବତୀ ପତି
ଚନ୍ଦନ ଚିତା
ଶୋହେ ଅପରାଜିତା
ବେଲପତର
ଚମ୍ପା ହେନା ଟଗର
ଅର୍ପଣ କର
ଲେମ୍ବୁ ନବାତ କ୍ଷୀର
ଢ଼ାଳିଲେ ନୀର
ତୁଷ୍ଟ ଶିବ ଶଙ୍କର
ହେଳେ ଦିଅନ୍ତି ବର ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୫)
କିଷ୍କିନ୍ଧା ରାଜା
ବାଳି ବାନର ହତ
ସୁଗ୍ରୀବ ରାଜା
ରାମଚନ୍ଦ୍ର ମଇତ୍ର
ସମୁଦ୍ର ପାରି
ବୀର ହନୁମାନଙ୍କ
ଲଙ୍କା ଗମନ
ଅଶୋକ ବନେ ସୀତା
ଶ୍ରୀରାମ ସ୍ମୃତି
ସୁବର୍ଣ୍ଣ ମୁଦ୍ରିକା ଟି
ରାମଙ୍କ ବାର୍ତ୍ତା
ସ୍ୱର୍ଣ୍ଣ ଲଙ୍କା ଦହନ
ଯୁଦ୍ଧ ଘୋଷଣା
ସେତୁବନ୍ଧ ସ୍ଥାପନ
ରାମ ରାବଣ ଯୁଦ୍ଧ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
☆☆☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें