ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ଚୋକା କାବ୍ୟ ରଚନା ~ ୮
ଚୋକା
୧)
ଚିର ସବୁଜ
ମୋ ମନ ବୃନ୍ଦାବନ
ହୃଦ କନ୍ଦରେ
ମୂରଲୀ ମନୋହର
ନିତ୍ୟ ଆନନ୍ଦ
ବୃନ୍ଦାବନ ବିହାରୀ
କୁଞ୍ଜବନରେ
ଗୋପାଙ୍ଗନା ମେଳରେ
ନିତ୍ୟ ରାସରେ
ଗୋପିକେ ଏକ କୃଷ୍ଣ
ଅଦ୍ଭୁତ ଦୃଶ୍ୟ
ଷୋଳସହସ୍ର ଗୋପୀ
ମନୋରଞ୍ଜନ
ଭକ୍ତ ଭାବରେ ବନ୍ଧା
ମାୟାଧର ସେ
ନର କାହୁଁ ଜାଣିବ
ସେ ଲୀଳା ମୟ
ରଚଇ ଇଚ୍ଛାମତେ
ଯମୁନା କୂଳ
ଗୋପିଙ୍କୁ ହରବର
ନଟନାଗର
ରାଧିକା ମାଇଁ ଭାବ
କୁତ୍ସାରଟନା
ଗୋପ ଦାଣ୍ଡରେ
ଗୋପ ବାଳକ ସଙ୍ଗ
ନନ୍ଦ ନନ୍ଦନ
ଯଶୋଦା ଜୀବଧନ
ନନ୍ଦ ଦୁଲାଳ
ଜନନୀ ପିଅର ଙ୍କ
ବାଳକୃଷ୍ଣ ସେ
ଅପାର ମହିମା ତା
ନୁହେଁ ଗୋଚର
ଭାବକୁ ନିକଟ ସେ
ଅଭାବେ ଦୂର
କାୟମନୋବାକ୍ୟରେ
ଦୃଢ଼ ଭକ୍ତି ରେ
ସମ୍ପୂର୍ଣ ସମର୍ପଣ
ପ୍ରଭୁ ପାଦରେ ଲୀନ ।
~ ବାସନ୍ତୀ ଦେଈ ଖୋର୍ଦ୍ଧା
୨)
ତିମିର ନାଶ
ବାଳଭାନୁ ପ୍ରକାଶ
ପୂର୍ବ ଆକାଶ
ଉଜ୍ଜଳ ଦଶଦିଶ
ଛାଡିଲେ ନୀଡ଼
ଲାଗେ ପକ୍ଷୀଙ୍କ ଭିଡ଼
ଗଗନେ ଉଡି
ବୁଲନ୍ତି ଡେଣାଝାଡ଼ି
ଶଯ୍ୟାକୁ ତ୍ୟାଗ
ମୁଖ ପ୍ରକ୍ଷାଳଆଗ
ଘରେ ବୋହୁଟି
ସାରେ ବାସିପାଇଟି
ଝାଡୁସେ ଧରି
ଓଳାଏ ଘର ବାରି
ମନ୍ଦିରେ ଘଣ୍ଟ
ଶୁଣି ଭକ୍ତ ଉଚ୍ଚାଟ
ପୁରାଇ ପେଟ
ବାଳକେ ଦାଣ୍ଡେ ନାଟ
କୃଷକ କ୍ଷେତ
ଯାଏ ଉଲ୍ଲାସ ଚିତ୍ତ
ଶ୍ରମ ସେ କରେ
ଖାଦ୍ୟ ଶସ୍ୟରେ ଭରେ
ଦପ୍ତର ଯାଏ
ଚାକିରୀଆ ବୋଲାଏ
ଅଧିକ ଧନ
ମିଳେ ମାନସମ୍ମାନ
କରେସେ ପେଞ୍ଚ
ନେଇଥାଏ ସେ ଲାଞ୍ଚ
ଶିଳ୍ପ ଶ୍ରମିକ
କ୍ଳେଶ ପାଏ ଅନେକ
ଦେହରୁ ଝାଳ
ଖଟେ ଲଗାଇ ବଳ
ଶ୍ରମେ ଆନନ୍ଦ
ଭଜେ ପରମାନନ୍ଦ
ସାରା ଦିବସ
ହୁଅନ୍ତି କର୍ମବଶ
ପଶୁ ସକଳ
ହେଲେ ଖାଦ୍ୟ ବିକଳ
ପେଟ ପୋଷନ୍ତି
ସଞ୍ଚୟ ନକରନ୍ତି
ସୂର୍ଯ୍ୟାସ୍ତ ହେଲେ
ଗୃହେ ସବୁ ଫେରିଲେ
ପକ୍ଷୀ ଲେଉଟେ
ବସାରେ ରାତିକାଟେ
ଚଉରାମୂଳେ
ସଞ୍ଜସଳିତା ଜଳେ
ଚାନ୍ଦ ତାରକାମେଳେ ।
~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୩)
ମୁଁ ଭାରତୀୟ
ହେଉ ଗର୍ଵେ ସ୍ଵରିତ
ପ୍ରେମର ବାର୍ତ୍ତା
ଦମ୍ଭେ ହେଉ ପ୍ରକଟ
ମା କାତ୍ୟାୟନୀ
ସାରା ଵିଶ୍ବ ଜନନୀ
ଆଦେଶେ ଯାର
ନିତି ଚନ୍ଦ୍ର ଦିବାକର
ଦିଅନ୍ତି ଢାଳି
ଜ୍ୟୋତିରାଶି ଭୁବନେ
ଜୀଵ ଜଗତ
ଯା କରୁଣା ଵଳେ
ସ୍ଵଧର୍ମେ ରତ
ତାର ସନ୍ତାନ ଆମେ
ପୃଥିବୀ ବାସୀ
ମିଛେ ଭ୍ରମରେ ପଡି
ଆପୋଷେ ଲଢି
ତୁଚ୍ଛ ଆକ୍ରୋଶେ ମାତି
ଧରମ ହୁଡି
ହେଉ ତା'ର ବିରୋଧି
ନଷ୍ଟ ପ୍ରବୃତ୍ତି
ଈର୍ଷା ଅସୂୟା ତେଜି
ପ୍ରେମ ବନ୍ଧନେ
ବାନ୍ଧି, କଲ୍ୟାଣ ଭାଵେ
ସଂସାର ବଶ
କରି ଶାଶ୍ବତ ପ୍ରେମେ
ବୈଶ୍ଵ ଭାଵନା
ଘେନି ଵିଶ୍ବେ ଭାରତ
ରଖିଯାଉ ଟେକ ତ ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା
୪)
ଯୁଦ୍ଧ ଆରମ୍ଭ
ଘମାଘୋଟ ଲଢେଇ
ଇନ୍ଦ୍ର ଜିତର
ଲକ୍ଷ୍ମଣ ଶକ୍ତିଭେଦ
ହନୁମାନଙ୍କ
ଗନ୍ଧମାର୍ଦନ ଯାତ୍ରା
ରାମଙ୍କ ଶୋକ
ଔଷଧୀୟ ପ୍ରୟୋଗ
ଲକ୍ଷ୍ମଣ ସୁସ୍ଥ
ରାମ ରାବଣ ଯୁଦ୍ଧ
ରାବଣ ମୃତ
ବିଭୀଷଣ ରାଜନ
ସୀତା ଉଦ୍ଧାର
ସୀତା ଅଗ୍ନୀପରୀକ୍ଷା
ଅଯୋଧ୍ୟାଯାତ୍ରା
ରାମ ଲକ୍ଷ୍ମଣ ସୀତା
ରାମାଭିଷେକ
ରାମ ରାଜ୍ୟ ପ୍ରତିଷ୍ଠା
ପ୍ରଜାଙ୍କ ହିତେ
ସୀତାଙ୍କୁ ପରିତ୍ୟାଗ
ଲକ୍ଷ୍ମଣସାଥେ
ବାଲ୍ମୀକି ଆଶ୍ରମରେ
ଲବ କୁଶ ଙ୍କ ଜନ୍ମ ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୫)
ଛଅଟି ଋତୁ
ଶ୍ରାବଣୀ ଋତୁପର୍ଣ୍ଣା
ଖୁବ୍ ସୁନ୍ଦର
ଆଃ କି! ମେଘ ମହ୍ଲାର
ମୟୂର ନୃତ୍ଯ
ନୀଳ ମେଘେ ବିଜୁଳି
ମନୋରମ ର
ରୁପେଲି ରଶ୍ମି ପଡେ
ଏ ଅବନୀ ପୃଷ୍ଠରେ ।
~ ଶୋଭାଗିନୀ ନନ୍ଦ, ଜୟପୁର (କୋରାପୁଟ)
୬)
ସମୟ ଚକ
ଘୁରୁଛି ଅବିରତ
ଜୀବନ ରଥ
ଗଡୁଛି ମନ୍ଦ ମନ୍ଦ
ସ୍ୱାର୍ଥୀ ମାନବ
ପରିବେଶ ବଇରୀ
ଧରାକୁ ସରା
ମଣିବା ଯଶପରା
କରୋନା କଟକଣା
ବାଟ ମାରଣା
ସଂସାର ଜନ ମତେ
କଳି କଳୁଷ
ନାଶ ଯିବ ମରତ
ନରକ ସମ
ଆପଣା ଜିହ୍ବା ଛେଦି
ସଭିଏଁ ବାକ୍ ଶୂନ୍ଯ ।
~ ସସ୍ମିତା ବାରିକ୍, ବୋଲଗଡ଼
୭)
ବିଶ୍ଵାସ ଅଛି
ଅନ୍ଧାର ରାତି ଶେଷେ
ନିଶ୍ଚେ ଆସିବ
ଆଲୋକ ର ଶିଖା ଟେ
ନୂତନ ସୂର୍ଯ୍ୟ
ଫିକ୍ କିନା ହସିବ
ଦୂରେଇ ଯିବ
ଅମା ଅନ୍ଧକାରର
ସବୁ କାଳିମା
ଆଶା ତ ଅସୁମାରି
ଦୃଢ଼ ବିଶ୍ଵାସ
କେବେ ମିଛ ହୁଏନା
ସାରା ସଂସାର
ଚାଲିଛି ବିଶ୍ୱାସ ରେ
ଅନନ୍ତ ଯୁଗ ଯାଏ ।
~ ବାସନ୍ତୀ ଦେଈ ଖୋର୍ଦ୍ଧା
☆☆☆☆☆☆☆☆☆☆
कोई टिप्पणी नहीं:
एक टिप्पणी भेजें