हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

बुधवार, 6 अक्टूबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ସେଦୋକା କାବ୍ୟ ଯାତ୍ରା ~ ୧୬

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ୱତ ସେଦୋକା କାବ୍ୟ ଯାତ୍ରା ~ ୧୬

ସେଦୋକା 

୧)

ସତ୍ୟ ବିଶ୍ଵାସ

ସଂସାର ମନ୍ଦିରରେ

ଦୁଇଟି ମୂଳସ୍ତମ୍ଭ

ଧର୍ମ ଆଧାର

ହୃଦୟେ ପରମାତ୍ମା

କର ଅନ୍ତଃଦର୍ଶନ ।


୨)

ପିତୃପୁରୁଷ

ଆଶ୍ଵିନ ପିତୃପକ୍ଷ   

ସ୍ୱର୍ଗୁ ଆସନ୍ତି ମର୍ତ୍ତ୍ୟ  

ଆଶିଷ ପ୍ରାପ୍ତ

ଶ୍ରଦ୍ଧାରେ ପିଣ୍ଡଦାନ

କରନ୍ତି ପ୍ରିୟଜନ ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୩)

ଅପରାଜିତା

ଶରତରେ ମଣ୍ଡିତା

ଶୋହେ ଦେଖ ଭୁମାତା

ଜଗତ ଜିତା

ରୂପ ଗୁଣେ ଭଣିତା

ଜନ ମନେ ବନ୍ଦିତା ।


~ ଚପଳା ପଣ୍ଡା, ଖୋର୍ଦ୍ଧା


୪)

ଉଷା ଆଗତ 

ଧରଣୀ ସୁଶୋଭିତ 

ବାଳ ସୂର୍ଯ୍ୟ ଉଦିତ

ଜୀବ ଜଗତ 

କ୍ରମେ କର୍ମରେ ବ୍ୟସ୍ତ 

ତରୁଲତା ପୁଷ୍ପିତ ।


୫)

ଚନ୍ଦ୍ର ବିଲୁପ୍ତ 

ପିତୃପକ୍ଷ ସମାପ୍ତ 

ମହାଳୟା ଆଗତ

ସମସ୍ତ ପ୍ରେତ 

ମର୍ତ୍ତରେ ସମାଗତ 

ଶ୍ରଦ୍ଧାରେ ଶ୍ରାଦ୍ଧ ପ୍ରାପ୍ତ ।


୬)

ଦୂରଦର୍ଶନ 

କରେ ଚିତ୍ତ ରଞ୍ଜନ 

ଦୃଶ୍ୟ ଅବଲୋକନ 

ନୃତ୍ୟ ସଙ୍ଗୀତ 

ସମ୍ବାଦ ମତାମତ 

ଶିକ୍ଷଣୀୟ ବହୁତ ।


୭)

ନକର ଲୋଭ 

ଏ ଜୀବନ ଦୁର୍ଲଭ 

ସମ୍ପଦତ ନିଷ୍ପ୍ରଭ 

ବୁଝ ସରବ 

ଖାଲି ଆସିଛ ଭଵ

ମଲେ କିଛି ନନେବ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ


୮)

ମହାଳୟାରେ

ପିତୃ ପୁରୁଷ ଶ୍ରାଦ୍ଧ

ଦିଆଯାଏ ଶ୍ରଦ୍ଧାରେ

ଆଶିଷ ପ୍ରାପ୍ତି

ଆମ ଓଡ଼ିଆ ଘର

ଓଡ଼ିଶାର  ସଂସ୍କୃତି ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୯)

କହିଵ ମିଠା

ସହିଵ କଟୁ କଥା

ସତ୍ୟ ଦେବ ପରଷି

ଥିବ ସାଇତି

ହୃଦେ ସହାନୁଭୂତି

ଦୀନ ଦୁର୍ଗତ ପାଇଁ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା


୧୦)

ଦେଶ ମାତୃକା

ମହୀୟସୀ ମହିଳା

ଗର୍ବ ର ସେ ପିତୁଳା

ଜାତି ସମ୍ମାନ

ନମସ୍ୟ , ବନ୍ଦନୀୟା

ଯୁଗ ଓ ଯୁଗାନ୍ତର ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୧୧)

କଅଁଳ  ଘାସ

ଭୋଗେ ବତାସ ପ୍ରାସ

ମୁଣ୍ଡ  ନୁଆଁଇ ଦିଏ 

ସ୍ଥିତି  ପରଖି

ଗରବେ ମହାଦ୍ରୁମ

ହୁଏ ଚ୍ଛିନ୍ନ ବିଚ୍ଛିନ୍ନ  ।


୧୨)

କରୋନା  କାଳ

ଆତୁର ପିଲାମନ

ଖୋଜଇ ସାଙ୍ଗ ମେଳ 

ଘରରେ ବନ୍ଦୀ 

ଏକା ଲାଗେନା ଭଲ 

ଥାଉ ବୋଝେ ଖେଳନା ।


~ ବିଳାସିନୀ  ଦାଶ, ମଧୁସୂଦନ ନଗର

☆☆☆☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH