हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शनिवार, 9 अक्टूबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ସେଦୋକା କାବ୍ୟ ଯାତ୍ରା ~ ୧୮

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ୱତ ସେଦୋକା କାବ୍ୟ ଯାତ୍ରା ~ ୧୮

ସେଦୋକା 

୧)

ହେ ଜଟାଧାରୀ

ଭୋଳା ବାବା ମହେଶ

ଶିରରେ ଗଙ୍ଗା ମାତା

ଶୋହେ ଚନ୍ଦ୍ରମା

କୈଳାଶ ଅଧିପତି

ଦେବୀ ପାର୍ବତୀ ପତି ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୨)

ମଧୁ ମକ୍ଷିକା 

ଭ୍ରମେ ପୁଷ୍ପବାଟିକା 

କୁସୁମ ମହୁଚଖା 

ରଖେ ସାଇତି 

ମହୁଫେଣା ରେ ନୀତି 

ଲୋକ ନିଅନ୍ତି ଲୁଟି ।


୩)

ପୋଷା କୁକୁର 

ଜଗେ ମାଲିକ ଘର 

ଦୁର୍ମୁଲ୍ୟ ଖାଦ୍ୟ ତାର 

ବାହାର ଶ୍ଵାନ 

ଅଇଁଠା ପତ୍ରେ ଧ୍ୟାନ 

କର୍ମ ତା ହୀନିମାନ ।


୪)

ବଜାର ଦର 

ଘୁରେ ଗ୍ରାହକ ଶିର 

ବଢୁଛି ତେଲ ଦର 

ଗାଡି ମଟର ।

ଗଡ଼ିଲେ ଲାଗେ ଡର 

ପିଆଜ ନାହିଁ ଘର ।


୫)

ହେ ବିଶ୍ୱଜିତା 

କୁସୁମ କେତକୀ ର 

ଆଭା ଶୋଭାମଣ୍ଡିତା 

ନବ ରାତ୍ର ରେ 

ତୁହି ମା ପୂଜା ପାଉ 

ପୀଠ ସହିତ ଘରେ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ


୬)

ତୁଠ ପଥର

ଲାଗୁଛି ଆପଣାର

ମନେ ନ ଥାଏ ଦୁଃଖ

ଖାଏ ଗୋଇଠା

 ସ୍ମୃତି ରହିଛି କେତେ

 ସାଇତା ଅଛି ହୃଦେ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୭)

ହୁଏନା ବୁଝି

ଵୁଝାଇ ବି  ହୁଏନା

ଦେଖାଇ ଦେଵା ଦୂର

ଦେଖି  ହୁଏନା

ଈଶ୍ଵର ଭାଵ ହୃଦେ

ଥାଏ ଛପି ନିଭୃତେ ।


~ ଆରତି ମଞ୍ଜରୀ ଦାଶ


୮)

ନିନ୍ଦା ନ କର

ପିତା ମାତା ଆବର

ଗୁରୁ, ବୈଦ୍ୟ, ଯୋଗୀର

ପାପୀ ବର୍ବର

ମହା ଦୋଷରେ ସାର

ହୀନ ମତି ପାମର ।


~ ଚପଳା ପଣ୍ଡା।ଖୋର୍ଦ୍ଧା


୯)

ଅତି ଆପଣା

ପଦିଏ ମିଠା କଥା

ଚେନାଏ ସରୁହସ

ଚିହ୍ନା ଅଚିହ୍ନା

ପୁଲକିତ ଭାବନା

ଯୋଡି ଦିଏ ଅଜଣା ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୧୦)

ଉଦ୍ଭଟ ଚିନ୍ତା 

ତାଳକୁ ଝଡେଇବ

ଗୋଟେ ଫୋପଡ ମାରି

ଚଢିବା  ଶିଖ

ଶ୍ରମରେ ସିଦ୍ଧି  ମିଳେ

ବଢେ ଆତ୍ମବିଶ୍ବାସ ।


୧୧)

ଅତୃପ୍ତ ମନ

ମିଳିଲେ ଅସନ୍ତୁଷ୍ଟ

ନମିଳିଲେ ଅଶାନ୍ତି 

ଅଳ୍ପକେ ଖୁସି

ଭରିଦିଏ  ପ୍ରଶାନ୍ତି

ଜୀବନ  ମଧୁମୟ ।


~ ବିଳାସିନୀ ଦାଶ, ମଧୁସୂଦନ ନଗର

☆☆☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH