हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

गुरुवार, 7 अक्टूबर 2021

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ଵତ ସେଦୋକା କାବ୍ୟ ଯାତ୍ରା ~ ୧୭

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ସେଦୋକା କାବ୍ୟ ଯାତ୍ରା ~ ୧୭

ସେଦୋକା 

୧)

ଭାବ ଠାକୁର

ଅଭାବେ ବହୁଦୂର

ଭାବ ମନ୍ଦିରେ ସିଏ

କରିଛି ଘର

ଥିଲେ ଲକ୍ଷେ ଯୋଜନେ

ଡାକ ସେ ଶୁଣେ କର୍ଣ୍ଣେ ।


~ ବାସନ୍ତୀ ଦେଈ ଖୋର୍ଦ୍ଧା


୨)

ଭକ୍ତିର ପଥ

ଶାଶ୍ବତ, ଚିରନ୍ତନ

ଦିବ୍ୟ ଆନନ୍ଦ ପ୍ରଦ

ଶ୍ରେଷ୍ଠ ଆଦର୍ଶ 

ଖୋଜ ଆପଣା ପାଇଁ

ଲଭ ଜୀବନେ ସୁଖ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ


୩)

ଦିବସ ଶେଷ 

ରବି କିରଣ ହ୍ରାସ 

ପକ୍ଷୀ ଫେରନ୍ତି ବାସ

ସରିଲା କ୍ରୀଡା 

ଧେନୁ ଘର ବାହୁଡା଼ 

ଭକ୍ତ ମନ୍ଦିରେ ଛିଡା ।


୪) 

ନାହିଁ ସେକାଳ 

ଏବେତ ନୂଆବେଳ 

ସହର କୋଳାହଳ

ବିଜ୍ଞାନ ବଳ 

ବୃକ୍ଷର ହେଲା କାଳ 

ଅମ୍ଳଜାନ ଦୁର୍ବଳ ।


୫)

ଥୁଣ୍ଟା ଗଛଟି 

ମନେ ସ୍ମୃତି ସାଉଁଟି 

ସୁମରେ ସ୍ରଷ୍ଟା ସୃଷ୍ଟି

ସାରା ଜୀବନ 

ଫଳ ଛାୟା ପ୍ରଦାନ 

ଶେଷେ ହୋଇବ ଲୀନ ।


୬)

ସରସୀ ଜଳ 

ପଦ୍ମ ପତ୍ର ଗହଳ 

ଦିଶୁଚି ସୁନିର୍ମଳ 

ମୀନ ପ୍ରବଳ 

କୂଳ ତା କୋଳାହଳ 

ପଶୁ ପକ୍ଷୀଙ୍କ ମେଳ ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ


୭)

ଆମରି ସତ୍ୟ

ମାସିକ ପତ୍ରିକାଟି

ହୋଇଛି ଉପାଦେୟ

ପାଠକ ପ୍ରିୟ

ଖେଳ ପୁରାଣ ସ୍ୱାସ୍ଥ୍ୟ

ଭଲ ସମ୍ପାଦକୀୟ ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୮)

ମରିବା ପାଇଁ

କେହି ଚାହାଁନ୍ତି ନାହିଁ

ଦେଲେ ଦାତା ବୋଲାଇ

ଜୀବନ ଦେଇ

ମାଟି ମାଆର ପାଇଁ

ଯାଏ ଶହୀଦ ହୋଇ ।


~ ଡ଼ଃ ବୃନ୍ଦାବନ ପଣ୍ଡା, ଖୋର୍ଦ୍ଧା


୯)

ମାଟି ର ଦେହୀ

ଜଠର ଠାରୁ ଜୁଇ

ଜୀବନ କ୍ଷଣସ୍ଥାୟୀ

ରିପୁ ର ବଶ

ଆଶା ତ ବୈତରଣୀ

ବୋହିଯାଏ ଉଜାଣି ।


~ ଆରତୀ ପ୍ରହରାଜ, ଭୁବନେଶ୍ୱର


୧୦)

ଘନ ବନାନୀ

ଛାୟା ପ୍ରଦ ପାଦପ

ବିହଙ୍ଗ କଳରବ

ମନ ଆହ୍ଲାଦ

ଚଞ୍ଚଳ ନିର୍ଝରିଣୀ

ବୋହିଯାଏ ଉଜାଣି ।


୧୧)

ମଧୁର ବାଣୀ

ସଭିଙ୍କ ହୃଦ ଛ୍ମଏଁ

ପର ଆପଣା ହୁଏ

ଦ୍ବେଷ ମିଟାଏ

ହୋଇ ଲେ  ମିଷ୍ଟଭାଷୀ

ଅକ୍ଲେଶେ କାର୍ଯ୍ୟସିଦ୍ଧି ।


~ ମଧୁଛନ୍ଦା ଦାଶ, ଭୁବନେଶ୍ୱର

☆☆☆☆☆☆☆☆☆☆☆☆

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH