हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 1 फ़रवरी 2022

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ତାଂକା କାବ୍ୟ ଯାତ୍ରା, ଜାନୁଆରୀ - ୨୦୨୨

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ତାଂକା କାବ୍ୟ ଯାତ୍ରା

ଜାନୁଆରୀ - ୨୦୨୨


ତାଂକା

୧)

ନୂଆ ବରଷ

ଦିଅ ଦିବ୍ୟ ସନ୍ଦେଶ

ଶୁଭ ବାଇଶି

କରୋନା ଦିଅ ନାଶି

ଫୁଟୁ ହୃଦୟେ ହସ ।


୨)

ନବ ବରଷ

ସଚେତନତା ବାର୍ତ୍ତା

ଗଣୁ ପ୍ରମାଦ

କରୋନା ସାଧେ ଦାଉ

ଓମିକ୍ରନ ର ଭାଉ ।


୩)

ସକଳ ଜନ

କୋଭିଡ ଗାଇଡ୍ ମାନ

ମୁହଁ ରେ ମାସ୍କ

ହାତେ ସାନିଟାଇଜର୍

ନହେଲେ ହରଵର ।


୪)

ସଂକଟ ସ୍ଥିତି

ମନେ ଆଣଇ ଭୀତି

ଅଜବ ନୀତି

ଆସିବେ ବିଦ୍ୟାଳୟ

କୋମଳ ଛାତ୍ରଛାତ୍ରୀ।


~ବାସନ୍ତୀ ଦେଇ ଖୋର୍ଦ୍ଧା


୫)

ନୂଆ ବରଷ

ହୃଦୟ ପୁଲକିତ

ମନ ହରଷ

ନବୀନ ଉନ୍ମାଦନା

ଅସୀମ  ସମ୍ଭାବନା ।


~ମଧୁଛନ୍ଦା ଦାଶ ଭୁବନେଶ୍ୱର


୬)

ପୁରୁଣା ନୂଆ 

ଜଗନ୍ନାଥ ଟି ସାହା 

ସବୁ ତା ମାୟା 

ରଖ ମନରେ ଦୟା 

ସଂସାରେ ନୁହଁ ବାୟା l


~ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ


୭)

ସ୍ଥିତି ନିରେଖି

ପିତାମାତା ଅନିଚ୍ଛା

ବଦଳେ ନୀତି

ସରକାର ନିଷ୍ପତ୍ତି

କରୋନା ଦ୍ରୁତ ଗତି।


~ ବାସନ୍ତୀ ଦେଈ ଖୋର୍ଦ୍ଧା


୮)

ଓ ମି କ୍ର ନ କୁ

ଅଣଦେଖା ନ କର

ସଂକ୍ରମଣ ତା

କରୋନା ଠୁ ଅଧିକ

ସଚେତନ ରହିବା।


୯)

 ମାସ୍କ ପିନ୍ଧିବା

ହାତକୁ ବି ଧୋଇବା

ନ ଯିବା ଭିଡ଼

ସରକାରୀ ନିୟମ

କରୁଥିବା ପାଳନ।


~ଜ୍ୟୋତି ପ୍ରଭା ପଟ୍ଟନାୟକ


୧୦)

କର୍ମେ ପ୍ରବୃତ୍ତି 

ଅନାସକ୍ତ ନିଯୁକ୍ତି

ଦିଏ ସୁଫଳ

ନିଷ୍କାମ କର୍ମଯୋଗ

ମିଳେ ଟି ଦିବ୍ୟ ତୃପ୍ତି ।


~ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା।


୧୧)

ସଂକ୍ରମଣ କୁ

ଡରବା ନି କେବେବି

ସଚେତନତା

ଆମର ଦରକାର

ଜୀବନ ଜୀବିକା ର।


~ଜ୍ୟୋତି ପ୍ରଭା ପଟ୍ଟନାୟକ


୧୨)

ଶୀତ ମାଉସି

ଯାଅ ନା ଆଉ ଋଷି

କନ୍ଥା ଚାଦର

ହୋଇଲାଣି ବାହାର

ବଢିଯିବ ଆଦର।


~ଜ୍ୟୋତି ପ୍ରଭା ପଟ୍ଟନାୟକ


୧୩)

ଆମ କଵିତା

କହେ ପ୍ରାଣର କଥା

ମରମ ଛୁଏଁ 

ଲେଖା ସାର୍ଥକ ହୁଏ,

ଖୁଵ୍ ଆଦର ପାଏ।


~ଆରତୀ ମଞ୍ଜରୀ ଦାଶ


୧୪)

ପ୍ରାର୍ଥନା ସଭା

ସତସଙ୍ଗରେ ସର୍ବେ

ହେଲେଣି ଉଭା

ଶୁଣିବେ ପ୍ରବଚନ

ଦୁଃଖ ହେବ ମୋଚନ।


~ଜ୍ୟୋତି ପ୍ରଭା ପଟ୍ଟନାୟକ


୧୫)

ବିଚାର ବଡ଼

ଵ୍ୟକ୍ତିତ୍ଵ ତା'ଆଧାର

ବ୍ୟକ୍ତି ଜୀବନ

ଅଳୀକ,କାଳାଧୀନ

ବିଚାର ଚିରନ୍ତନ।


~ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ।


୧୬)

କହିବା ଲୋକ

କିମ୍ବା ସହିବାଲୋକ

କିଏସେ ବଡ଼

ସଂସାରେ ଉଠେ ଝଡ଼

ସହିବା ଗୁଣ ଶ୍ରେଷ୍ଠ।


୧୭)

 ଆପଣା ଜନ

ଦୁଃଖରେ ମ୍ରିୟମାଣ

ସାନ୍ତ୍ୱନା ଦିଅ

ବିପଦ ବେଳେ ସଖା

ପ୍ରକୃତ ବନ୍ଧୁ ଲେଖା।


~ଜ୍ୟୋତି ପ୍ରଭା ପଟ୍ଟନାୟକ


୧୮)

ପାହିଲା ନିଶି 

ଶୀତ ଲାଗୁଚି ବେଶୀ 

ନିର୍ମଳ ଶଶୀ 

ଆକାଶେ ଦିଏ ହସି 

କୁହୁଡି ପଡେ ଖସି ।


୧୯)

ମାଘର ଜାଡ 

କରଇ ଜଡ଼ ସଡ଼ 

ଶେଯ  କୁ ଛାଡ଼ 

ପ୍ରାତଃ ଗମନେ ଜଡ଼ 

ସ୍ୱାସ୍ଥ୍ୟକୁ ହିତ ବଡ଼ ।


୨୦)

ଘନ କୁହୁଡି 

ଶ୍ଵାନ କରନ୍ତି ରଡି 

ଆକାଶୁ ପଡି 

ଦିଶୁନି ଘରବାଡ଼ି 

ଭିଜେ କାକର ପଡି ।


୨୧)

ଯାନ ବାହାନ 

ହୁଅନ୍ତି ଦିଗ ହୀନ 

ବଡ଼ ବା ସାନ 

ଚାଳକ ସାବଧାନ 

ନହେଉ କା ନିଧନ ।


୨୨)

ଶୀତ କାକର 

କୁହୁଡି ସହଚର 

ଧରଣୀ ପର 

ପ୍ରକୃତିର ସମ୍ଭାର 

ପ୍ରଭୁଙ୍କ ସୃଷ୍ଟି ସାର ।


~ ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ


୨୩)

ଦୁଃଖୀ ମଣିଷ

ଖରା ଶୀତ ବରଷା

ମନ ଉଦାସ

ବଦଳେ ଋତୁଚକ୍ର

ତା'ର କି ଯାଏ ଆସେ ।


~ବାସନ୍ତୀ ଦେଈ ଖୋର୍ଦ୍ଧା

🌻🌷🌹🌷🌻

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH