हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

शनिवार, 5 मार्च 2022

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ହାଇକୁ କାବ୍ୟ ଯାତ୍ରା, ଫେବୃଆରୀ-୨୦୨୨

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ହାଇକୁ କାବ୍ୟ ଯାତ୍ରା

ଫେବୃଆରୀ-୨୦୨୨

ହାଇକୁ 

--0--

୧)

ଶୀତ ମାଉସୀ

ଦେଖାଉ କେତେ ଭାଉ

ମାଘ ଟା ଯାଉ।


୨)

ଆମ୍ବ ବଉଳ

ଚଉଦିଗ ମହକେ

ତା'ର ସୁବାସ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୩)

ରଘୁନନ୍ଦନ

ଆହେ ଅଯୋଧ୍ୟା ପତି

ଘେନ ପ୍ରଣାମ।


୪)

ପିତୃ ସତ୍ୟ କୁ

ପାଳନ କରି ତୁମେ

ଗଲ ବଣକୁ।


୫)

ପଞ୍ଚବଟିରେ

 ଛଦ୍ମ ବେଶି ରାବଣ

ହରିଲା ସୀତା।


୬)

ଜଟାୟୁ ବାର୍ତ୍ତା

ସୁଗ୍ରୀବ ସଂଗେ ମିତ

ବାଳି ନିଧନ।


୭)

ସେତୁ ବନ୍ଧନ

ଲଙ୍କାକୁ ଅଭିଯାନ

ଭୀଷଣ ଯୁଦ୍ଧ।


୮)

ରାବଣ ହତ

ସୀତାମାତା ଉଦ୍ଧାର

ଅଯୋଧ୍ୟା ଯାତ୍ରା।


୯)

ରାମାଭିଷେକ

ରାମ ରାଜ୍ୟ ପ୍ରତିଷ୍ଠା

ସୀତାଙ୍କୁ ତ୍ୟାଗ।


୧୦)

ବାଲ୍ମୀକି ଋଷି

ଲବକୁଶ ଙ୍କ ଜନ୍ମ

ଇତି ଵ୍ୟାଖ୍ୟାନ


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୧୧)

ଶୀତ ସଇଲା

କଲା ବଡ଼ ଘାଇଲା

ସ୍ମୃତି ରଚିଲା।


୧୨)

ମେଘରେ ଶୀତ

 ମାଘ ମାସର ମିତ

ଦେଖ ସଙ୍ଗାତ।


~ ଚପଳା ପଣ୍ଡା, ଖୋର୍ଦ୍ଧା


୧୩)

ଶୀତ ସକାଳେ

କୋହଲା ପବନରେ

ଦେହଟା ଥରେ।


୧୪)

ଆମ୍ବ ବଉଳ

କୋଇଲି କୁହୁ କୁହୁ

ତୋଟା ଗହଳ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୧୫)

ବୀଣା ବାଦିନୀ

ଜୟ ମା ସରସ୍ବତୀ

ଘେନ ପ୍ରଣତି।


୧୬)

କବି ଜନନୀ

ନମସ୍ତେ ବୀଣାପାଣି

ଦିଅ ଆଶିଷ।


~ ବାସନ୍ତୀ ଦେଈ ଖୋର୍ଦ୍ଧା


୧୭)

ମା ସରସ୍ଵତୀ

ବିଦ୍ୟା ପ୍ରଦାୟିନୀ ମା

ବର ଦାୟିନୀ।


୧୮)

ହଂସ ବାହିନୀ

ବୀଣା ପୁସ୍ତକ ଶୋଭେ

ଶ୍ରୀଭୁଜେ ମାଆ।


~ଜ୍ୟୋତି ପ୍ରଭା ପଟ୍ଟନାୟକ


୧୯)

ଵିଦ୍ୟେ ଯା ପ୍ରସୂ

ସରସ୍ଵତୀ ପ୍ରାପ୍ତେଷୁ

ବୁଦ୍ଧି ପ୍ରଦେଷୁ।


୨୦)

କରେ ଯା ବୀଣା

ହଂସ ରୁଢ଼ା ସ୍ଥାପନା

ବିଦ୍ୟା ପ୍ରବୀଣା।


୨୧)

ଧବଳ ମାତ

କାଳିଦାସ ବିଖ୍ୟାତ

 ବୁଦ୍ଧି ପ୍ରାପତ।


~ ଚପଳା ପଣ୍ଡା, ଖୋର୍ଦ୍ଧା।


୨୨)

ସୁର ସାମ୍ରାଜ୍ଞି

କୋକିଳ କଣ୍ଠି ଲତା

ଆଉ ନାହାନ୍ତି।


୨୩)

ତେର ବର୍ଷରେ

ପାଦ ସେ ଥାପିଥିଲେ 

ସଙ୍ଗୀତ ସୁରେ।


୨୪)

ଶ୍ରଦ୍ଧାଞ୍ଜଳୀ କୁ

ଅର୍ପଣ କରୁ ଆମେ

ଅଶ୍ରୁ ଝରାଇ।


୨୫)

 ଭାରତ ରତ୍ନ

ସର୍ବୋଚ୍ଚ ସମ୍ମାନରେ

ଆସୀନ ତୁମେ।


୨୬)

ଦାଦା ସାହେବ

ଫାଲକେ ପୁରସ୍କାର

ସିନେ ଜଗତ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୨୭)

ଆନନ୍ଦ ମନେ

ସେଦୋକା କଲ୍ଲୋଳିନୀ

କରେ ସ୍ଵାଗତ।


୨୮)

ଫାଲ୍ଗୁନ  ମାସ

ଋତୁରାଜ ବସନ୍ତ

କରେ ପ୍ରବେଶ।


୨୯)

ମୃଦୁ ମଳୟ

ଆମ୍ରଵୃକ୍ଷେ କୋକିଳ

ସ୍ବର ମଧୁର।


୩୦)

ରାଧା ଗୋବିନ୍ଦ

ପଦ ଯୁଗଳେ ମତି

ପରମାନନ୍ଦ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା

***************

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH