हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

रविवार, 6 मार्च 2022

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ଚୋକା କାବ୍ୟ ଯାତ୍ରା, ଫେବୃଆରୀ-୨୦୨୨

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ଚୋକା କାବ୍ୟ ଯାତ୍ରା

ଫେବୃଆରୀ-୨୦୨୨

ଚୋକା 

--0--

୧)

ହଂସ ବାହିନୀ

ଜୟ ମା ସରସ୍ବତୀ

ହେ ବୀଣାପାଣି

ପୁସ୍ତକ ଧାରିଣୀ ମା

ପବିତ୍ର ମାଘ

ଶୁକଳ ପଞ୍ଚମୀରେ

ଧରା ପୃଷ୍ଠରେ

ଶ୍ଵେତ ବସ୍ତ୍ର ଧାରିଣୀ

ଶିକ୍ଷାୟତନେ

ବିଦ୍ୟାର୍ଥୀ ଗହଣରେ

ସଦା ପୂଜିତା

କର ମା ଆଶୀର୍ବାଦ

ଛାତ୍ରଛାତ୍ରୀଙ୍କୁ

ସଙ୍କଟ ହେଉ କ୍ଷୟ

ବିଦ୍ୟାଧ୍ୟୟନେ

ଚାଲିବ ନିରନ୍ତର

ଘେନ ପ୍ରଣତି

ଦେଉଛି ଭକ୍ତି ଅର୍ଘ୍ୟ

କର ସୁଦୟା

ହସିବ ବିଦ୍ୟାଳୟ

ଆସିବେ ପିଲା

ପୂଜୁଛୁ ସଭକ୍ତି ରେ

ବନ୍ଦେ ତ୍ବଂ ଭଗବତୀ।


~ ବାସନ୍ତୀ ଦେଈ ଖୋର୍ଦ୍ଧା


୨)

ସାବରମତୀ 

କୋଟି  ତୀର୍ଥ ଠୁଁ ବଡ

ପାଇଥିଲା ସେ

ବାପୁଙ୍କ  ପଦରଜ

ଆଶ୍ରମ ଟିଏ

ତ୍ୟାଗ  , ସତ୍ୟାଗ୍ରହର

ଜାତି ପିତାଙ୍କ

ମାର୍ଗଦର୍ଶନ ଭୂଇଁ

ହୃଦୟ  କୁଂଜ

ଦାଣ୍ଡୀ ଅଭିଯାନ  ର

ନୀରବ ସାକ୍ଷୀ

ଝୁରୁଛି ଏଇ ମାଟି

ମୁକ୍ତିକାମୀଙ୍କ

ସ୍ବଦେଶୀ  ଆନ୍ଦୋଳନ 

ତିନି ମାଙ୍କଡ଼ 

ଜୀବନ  ଦର୍ଶନର 

କାଳଜୟୀ  କୃତି ।


~ବିଳାସିନୀ  ଦାଶ ମଧୁସୂଦନ ନଗର


୩)

ହେ ଦୁଃଖ ହାରୀ

ଘେନ ମୋର ଗୁହାରି

କ୍ଷମା ମାଗ ଇ

କର୍ମଜ ପାପ ପାଇଁ

ଭଵମାୟା ରେ

ପଡ଼ି କରେ ମୁଁ ଭୁଲ୍

ପଦ ପଙ୍କଜ

ଧ୍ୟାୟୀ ସାରା ଜୀଵନ

ବିତାନ୍ତି ପ୍ରଭୁ

ଏହି କୃପା କରନ୍ତ

ଵାଟ ବତାଇ

ମତେ ନିଅନ୍ତ କଢାଇ

 ସକଳ ସୁଖ

ଦୁଃଖ ଶ୍ରୀ ଚରଣେ

ସମର୍ପି ଯା' ନ୍ତି ଚଳି।


୪)

ଵିଦ୍ୟା ଦାୟିନୀ

ଵାଣୀ ହଂସ ବାହିନୀ

ଶ୍ଵେତ ପଙ୍କଜ

ବାସିନୀ, ବୀଣାପାଣି

 ନମସ୍ତେ ମାତ 

ସକଳ ଚାରୁ କଳା

ବିଦ୍ୟୋତିନୀ ମା

ଶ୍ଵେତାଭୁଷଣେ ମଧୁ

ମୟେ ହରି ବଲ୍ଲଭେ ।


~ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ।


୫)

ମା ମହାଲକ୍ଷ୍ମୀ 

ଐଶ୍ୱର୍ଯ୍ୟ ପ୍ରଦାୟିନୀ 

ମା ମହାକାଳୀ 

ସର୍ବ ଶକ୍ତି ଦାୟିନୀ 

ମା ସରସ୍ବତୀ 

ବିଦ୍ୟା ବୁଦ୍ଧି ପ୍ରଦାନୀ 

ତୁମରି ବିନା 

କେଅଛି ଜ୍ଞାନୀ ମାନୀ 

କରେ ବିନତୀ 

ଆସ ଏ ଧରା ଧାମେ 

ଶତ୍ରୁ ବିନାଶି 

ଘନ ତିମିର ନାଶି

କୃପା ବରଷି 

ସବୁ ହୃଦୟେ ବସି 

ହେ ଜ୍ଞାନ ଦାତ୍ରୀ 

ତୁମ ପୂଜା ରେ ମତି 

ନାଶ ମନରୁ ଭିତି l


~ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ


୬)

ତନୁ ଆଧାର

ଅଭିମାନ ତରୁର

ଶାଖା ପ୍ରଶାଖା

ଖୋଲି ଦଣ୍ଡାୟମାନ

ଦର୍ପ ହେତୁରୁ

ନାହିଁ ତା' ମିତ୍ର ଵନ୍ଧୁ

ସଖା ସୋଦର

ଅର୍ପିଲେ ସଖ୍ୟ ଭାବ

ଜନ୍ମେ ବୈରତା

ଉଠେ ମହା କନ୍ଦଳ

ଗର୍ବେ ଉନ୍ମତ୍ତ

ଶିକ୍ଷା ତା' ର ବିଭ୍ରଷ୍ଟ

ନୁହେଁ ଵିଚାର ବନ୍ତ।


~ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ


୭)

କୋକିଳ କଣ୍ଠୀ

ପ୍ରତି ହୃଦର ଗଣ୍ଠି

ସ୍ୱରକୁ ବାଣ୍ଟି

ଥିଲ କଣ୍ଠର କଣ୍ଠି

ସଙ୍ଗୀତ ଖାଣ୍ଟି

ଗୀତେ ପଡ଼ିବ ଝୁଣ୍ଟି

ଶୁଖିବ ତଣ୍ଟି

ପୂର୍ବ ତୁଳନା ଫେଣ୍ଟି

ଗୀତ ଗାଇବେ ଖୁଣ୍ଟି।


~ଚପଳା ପଣ୍ଡା, ଖୋର୍ଦ୍ଧା।


୮)

ସୁର ସାମ୍ରାଜ୍ଞି

ସଙ୍ଗୀତ ଜଗତର

କୋକିଳ କଣ୍ଠି

ମାତା ସରସ୍ୱତୀ ଙ୍କ

ଆଶୀର୍ବାଦରେ

ସୁଲଳିତ ସଙ୍ଗୀତ

ଜନେ ମୋହିତ

ଝୁରୁଛି ସାରା ବିଶ୍ୱ

ଅଶ୍ରୁ ଝରାଏ ଦେଶ।


~ଜ୍ୟୋତି ପ୍ରଭା ପଟ୍ଟନାୟକ


୯)

ଫୁଲ ର ପ୍ରୌଢ଼ୀ 

ପ୍ରାତଃ ପଡେ ସେ ଝଡି 

ଆଶା ସଞ୍ଚାରି 

ବାସ୍ନା ଦିଏ ବିତରୀ 

ମନ ଭାବନା 

ଅନ୍ୟ ସେବାରେ ସିନା 

ପର ଆପଣା 

ନାହିଁ  ଭେଦ ଭାବନା 

ପ୍ରଭୁ ଙ୍କ ସେବା 

କରେ ସେ ରାତ୍ର ଦିବା 

ଫୁଲଟେ ପରି 

ସଦା ନିଜକୁ ଗଢି 

ଗଢ଼ ଆସନ୍ତା ପିଢ଼ି l


~ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ


୧୦)

ଦେଖିଚ କାହିଁ

ହେବା ସଂଗ୍ରାମ କେଵେ

ପାଣି ପଥର

ସଙ୍ଗେ,ଲାଙ୍ଗୁଳା ରାଜା

ଅମଳେ ଥିଲା

ଆଦେଶ ତ ଏଭଳି

ଶିଳ୍ପୀ କୁଳ ର

ବାଜି ମନ୍ଦିର ଗଢା

ହେବ ଏମିତି

ଯା' ର କଳା କୌ ଶଳ

ଦେଖି ମଣିଵେ

ତୁଚ୍ଛ ଦେବେ ଅଳକା

ପୁରୀ, ଘୁଞ୍ଚାଇ

ପାଣି ନିହାଣ ମୂନେ

ପାଷାଣ ଗାତ୍ରେ

ଯେଣୁ ସୃଜିଵେ ଦିବ୍ୟ

ଚାରୁ କଳା  ନୈ ପୁଣ୍ୟ।


~ଆରତି ମଞ୍ଜରୀ ଦାଶ। ଗୁରୁ ଜଙ୍ଗ।


୧୧)

ଶୀତ ମାଉସି

ଗଲାଣି ଏବେ ଋଷି

ବସନ୍ତ ଦେଖି

କୃଷ୍ଣ ଚୁଡାର ହସ

ମଳୟ ବାସ

ଫଗୁ ରଙ୍ଗୋଲି ଆଙ୍କି

ହସି ଦେଲାଣି

ରାଧା କୃଷ୍ଣ ମେଳଣ

ଦୋଳ ଓ ହୋଲି

ଯାନି ଯାତରା ଦେଖି

ଆଖି ରହିବ ଲାଖି।


~ଜ୍ୟୋତି ପ୍ରଭା ପଟ୍ଟନାୟକ


୧୨)

ପ୍ରତୀକ୍ଷା ଅନ୍ତ

ମନ ଉଦବେଳିତ

କରେ ସ୍ୱାଗତ

କଲ୍ଲୋଳିନୀ ପୁସ୍ତକ

ସ୍ୱପ୍ନ ସାକାର

କ୍ଷୁଦ୍ର କବିତା ଲେଖା

ଆଶା ସଞ୍ଚାର

କବି ଭାବର ଧାରା

କରେ ପ୍ରଚାର

ଚିନ୍ତା ଚେତନା ସ୍ୱର 

କବି ପ୍ରତିଭା ହାର  । 


~ସସ୍ମିତା ବାରିକ୍। ବୋଲଗଡ଼  ।


୧୩)

ହେ କଲ୍ଲୋଳିନୀ

କଳକଳ ନାଦିନୀ

ଚିର  ସବୁଜ

ତୁମ୍ଭ ରୂପ ସମ୍ଭାର

କରେ ପ୍ରକାଶ

କବି ମନର ଭାଷା

ଭାବ ଉଚ୍ଛ୍ଵାସ

ପାଠକେ ଆମୋଦିତ

ହେଲା ପ୍ରତୀକ୍ଷା ଅନ୍ତ  ।


~ ମଧୁଛନ୍ଦା  ଦାଶ , ଭୁବନେଶ୍ୱର ।


୧୪)

ସୁ ପଦକ୍ଷେପ 

କଲ୍ଲୋଳିନୀ ସ୍ୱରୂପ 

ବହେ ସ୍ମୃତିର ଛାପ 

ଅଭିନନ୍ଦନ 

ଜଣାଏ ସସମ୍ମାନ 

ପୁସ୍ତକ ପ୍ରାପ୍ତ ମନ 

ପ୍ରଭୁ କଲ୍ୟାଣ 

ପ୍ରଫୁଲ୍ଲ ହେଉ ପ୍ରାଣ 

ସମ୍ପାଦକ ପ୍ରବୀଣ l


~ସୂର୍ଯ୍ୟାକାନ୍ତି ଦାଶ, ଯାଆଁଳା, 


୧୫)

ହୃଦୟ କଥା 

ସୁଖ ଦୁଃଖର ବ୍ୟଥା 

ଏହିତ ପ୍ରଥା 

ଆମ ଶିକ୍ଷା ବ୍ୟବସ୍ଥା 

ଜୀବନ ସାରା 

ଶିକ୍ଷାରେ ଶିଷ୍ୟ ଭରା 

ଶିକ୍ଷକପରା 

ଈଶ୍ୱର ସମ ନାରା 

ମନଉଲ୍ଲାସ 

ଦିନ ମାସ ବରଷ 

ନଥାଏ କ୍ଳେଶ 

ଦେଖିଲେ ଶିଷ୍ୟହସ 

କର୍ମ ତତ୍ପର 

ଛାତ୍ର ଛାତ୍ରୀ ନିଜର 

ଶିକ୍ଷାମନ୍ଦିର 

ଭାବେ ନିଜ ସଂସାର 

ଜ୍ଞାନ ଦୀପାଳି 

ଭାଙ୍ଗେ ପିଲାଙ୍କ କଳି 

ଝାଡଇ ଧୂଳି 

ସେବା ନିଜର ଭଳି 

ମଧ୍ୟାହ୍ନ ଖାଦ୍ୟ 

ପିଲାଙ୍କର ସୁସ୍ଵାଦ 

ନାହିଁ ପ୍ରଭେଦ 

ନଥାଏ ମନେଖେଦ 

ଶିଶୁଦିବସ 

ପିଲାଏ ହସ ହସ 

ପ୍ରତି ବରଷ 

ନାଚ ଗୀତ ସରସ 

ବିଜ୍ଞାନମେଳା 

ଖେଳ ଉପରବେଳା 

ପ୍ରତିଭା କଳା 

ହୁଏ ସୁରଭିମେଳା 

କର୍ମ ଜୀବନ 

ସଦା ତା' ହୃଷ୍ଟମନ 

ଆସିଲା ଦିନ 

ଅବସର ସମ୍ମାନ 

ପ୍ରାପ୍ୟ ପ୍ରଦାନ 

ସରକାରୀ ବିଧାନ 

ବ୍ୟବସ୍ଥାମାନ 

ପଦବୀ ମୂଲ୍ୟହୀନ 

ବୁଝେନା ମନ 

ମିଳିବ ପ୍ରତିଦାନ 

ସୁଖେ କାଟିବ ଦିନ l


~ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ


୧୬)

ରାଧା ରମଣ

ହେ ନୟନାଭିରାମ

ଛନ୍ଦା ଚରଣ

ଭକ୍ତ ହୃଦ ସଦନ

ଚପଳ ଛନ୍ଦେ ଆସ

ଜଗନ୍ମୋହନ

ହେ ଜୀବ ବନ୍ଧୋ

ତେଜ କ୍ଷେତ୍ର ଗମ୍ଭୀରା

ବିନାଶ ଲୀଳା

ଦେଖ ଏ ଵିଶ୍ଵ ସାରା

ଦିଏ କି ପୀଡା

ଅସହିଷ୍ଣ ମଣିଷ

ଆଜି ଈର୍ଷା କାତରେ।


~ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋରଧା


୧୭)

 ମନ ଉଷତ

କବିତା କଲ୍ଲୋଳିନୀ

ଅଦ୍ୟ ପ୍ରାପତ

ଖୁସିର ଝରଣା ମୋ

ବହଇ ଅବିରତ

ଘେନ ଶୁଭେଚ୍ଛା

ଧନ୍ୟବାଦ ଜଣାଏ

ଶୁଭ କାମନା

ଅକ୍ଳାନ୍ତ ପରିଶ୍ରମେ

ପ୍ରାପ୍ତ ଆନନ୍ଦ

କବିତା କଲ୍ଲୋଳିନୀ

ଚିର ଭାସ୍ବର

ପାଠକୀୟ ଆଦୃତ

ସଦା ହେଉ ବନ୍ଦିତ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା

*****************

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH