ସାରସ୍ଵତ ଚୋକା କାବ୍ୟ ଯାତ୍ରା
ମାର୍ଚ୍ଚ - ୨୦୨୨
ଚୋକା
୧)
ଦୋଳ ପୂର୍ଣ୍ଣିମା
ଆନନ୍ଦ ଉଲ୍ଲାସରେ
ପାଳିବା ପର୍ବ
ଓଡ଼ିଶାର ସଂସ୍କୃତି
ସମୃଦ୍ଧମୟ
ପୁର ପଲ୍ଲୀ ଜନତା
ସଗର୍ବେ ମାତି
ଦୋଳ ବିମାନେ ସଜ୍ଜା
ଗାଆଁ ଠାକୁର
ଖାଆନ୍ତି ଦ୍ଵାରୀ ଭୋଗ
ଦୋଳ ମଣ୍ଡପେ
ମିଳିତ ହୋଇ ସର୍ଵେ
ବାଜା ରୋଷଣୀ
ବାଘ ଓ ଘୋଡ଼ା ନାଚ
ଦୁଲୁକେ ମହୀ
ଗୋପାଳ ବାଡି ଖେଳ
ପାଣି ଖେଳରେ
ଭୁଲନ୍ତି ଭେଦଭାବ
ହୋଇଣ ଏକ
ପୁରାତନ ଐତିହ୍ୟ
ନୁହେଁ ବିଲୁପ୍ତ
ଏବେ ବି ଉଜ୍ଜୀବିତ
ଫୁଲ ଦୋଳରେ
ପଞ୍ଚୁ ଓ ଦଶ ଦୋଳ
ଯାତ୍ରା ପାଳିତ
ମୃଦଙ୍ଗ ତାଳେ ତାଳେ
ନାମ କୀର୍ତ୍ତନ
ରଙ୍ଗ ଅବିର ଖେଳ
ହୋଲି ପରବେ
ଭ୍ରାତୃତ୍ବ ଭାଇଚାରା
ସ୍ନେହ ପ୍ରୀତି ପସରା ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୨)
ସଂର୍ପକ ଗଡ
ନୀତି ନିୟମ ଭିଡ
ଅପ୍ରିୟ ସତ
ହ୍ରୁଦେ ଆଣେ ଆଘାତ
ବୁଦ୍ଧି ଉଦୟ
ସର୍ବନାଶ ବେଳକୁ
ନିନ୍ଦେ ଭାଗ୍ଯକୁ
କିଂ କର୍ତ୍ତବ୍ଯବିମୂଢ
ଭାଙ୍ଗଇ ନୀଡ
କାଳ ବୈଶାଖୀ ଝଡ଼
ବିକୃତ ମତି
ବେଳହୁଁ ସାବଧାନ
ପାଇବୁ ମୁକ୍ତି
ଷଡ ରିପୁ ଦମନେ
ଲଭିବୁ ଶାନ୍ତି
ସତ୍ଯ ଅହିଂସା ମନ୍ତ୍ର
ନିତ୍ଯ ଭଜୁଥା ଚିତ୍ତ ।
୩)
ବିମାନେ ବସି
ଦ୍ୱାରେ ଦ୍ୱାରେ ବୁଲନ୍ତି
ଠାକୁରେ ଆଜି
ଭକ୍ତ ହୋଇଛି ଧନ୍ଯ
ପ୍ରଭୁ ଦର୍ଶନେ
ମଧ୍ଯ ରାତ୍ରେ ବିହାର
ଭାବ ମନ୍ଦିରେ
ଗହଳ ଚହଳ ଲୋ
ଗାଆଁ ଦାଣ୍ତ ରେ
ଭକ୍ତି ନୈବେଦ୍ଯ ପୁଷ୍ପ
ପୂଜା ପାଇଁ ଲୋଡାତ ।
~ ସସ୍ମିତା ବାରିକ୍, ବୋଲଗଡ଼
୪)
ରଙ୍ଗ ରଙ୍ଗେଲି
ଆସିଛି ହାପି ହୋଲି
ଭାତୃତ୍ୱ ଭାବ
ଜାଗ୍ରତ ମୂଳ ଲକ୍ଷ୍ଯ
ଭେଦ ବିଭେଦ
ଭୂଲି ଖେଳିବା ହୋଲି
ସ୍ନେହ ପ୍ରେମର
ଏକତା ମନ୍ତ୍ର ବୋଳି
ଖେଳିବା ହୋଲି
ଦେଶ ମାତୃକା ପାଇଁ
ଲଢ ଜୀବନ ଦେଇ ।
~ ସସ୍ମିତା ବାରିକ୍, ବୋଲଗଡ଼
୫)
ସପନ ଆସେ
ସୁଶୀତଳ ସୁରଭି
ସାଙ୍ଗରେ ନେଇ
ବାସ୍ନା ଭିଜା ସେ
ମୁଦିତ ଲଫାପା ର
ମରମ କଥା
ରଙ୍ଗ ଭିଜା ସେ
ଟି ସାର୍ଟର ନାଲିଆ
ନାରଙ୍ଗୀ ବ୍ୟଥା
ଆଉ ଗୋଲାପ
ଫୁଲର କଣ୍ଟକିତ
ପରଷା ନେଇ
ସପନ ଆସେ ।
~ ମିନାକ୍ଷୀ ମିଶ୍ର, ଖୋର୍ଦ୍ଧା
୬)
ଋତୁ ବଦଳେ
ଜୀବନ ସଂଘର୍ଷରେ
ଅପୂରଣୀୟ
ଦୁର୍ବାର ଅଭିଳାଷେ
ଜୟ ବିଜ୍ଞାନ
ସ୍ଲୋଗାନ ମାଧ୍ୟମରେ
ଆଧୁନିକତାର
ସାମାଜିକ ଚଳଣି
ରୂପ ବଦଳେ
ଆଧ୍ୟାତ୍ମିକ ବିହୀନ
ଉଗ୍ର ଅଧୁନା
କାମନା ପୂରଣ ର
ପ୍ରତିଯୋଗିତା
ବସ୍ତୁବାଦୀ ଦୁନିଆ
କଂକ୍ରିଟ ଯୁକ୍ତ
ଶିଳ୍ପ ଓ ଅଟ୍ଟାଳିକା
ଜଙ୍ଗଲ ଧ୍ବଂସ
ପ୍ରକୃତିର ଅଭିଶାପ
ଅନିଶ୍ଚିତତା
ସ୍ବପ୍ନ ର ଭବିଷ୍ୟତ
ଆଶା ଅନେକ
ନୂତନ ସମ୍ଭାବନା
ରହେ ସ୍ୱପ୍ନରେ
ସବୁ ତ ଚୁରମାର
ପ୍ରକୃତି ଲୀଳା
ରଚେ ତା ଇଛାମତେ
ବୈଶାଖେ କଇଁ
ଆଷାଢେ ଫାଟେ ଭୂଇଁ
ବନ୍ୟା ମରୁଡି
ଚାଷୀ ହା ହତାଶ ରେ
ଜଳ ସଂକଟ
ଗ୍ରୀଷ୍ମେ ବନ୍ୟା ପ୍ରବଳ
ଅସମୟରେ
ସୁନାମି ଭୂମିକମ୍ପ
ଜୀବନ କ୍ଷୟ
ବିକାଶ ର ଡିଣ୍ଡିମ
ସ୍ଥାଣୁ ଆଇନ୍
ମଣିଷ କର୍ମଫଳ
ଭୋଗିବନି ତ
କିଏ ଆଉ ଭୋଗିବ?
ସଚେତ ହୁଅ
ବେଳହୁଁ ସାବଧାନ
ଜୀବନ ହେବ ଧନ୍ୟ ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୭)
ମମତାମୟୀ
ସ୍ନେହ ର ମନ୍ଦାକିନୀ
ମାଆ ଟି ମୋର
ଅମୃତ ଗନ୍ତାଘର
ପିଲା ଟି ପାଇଁ
ବାତ୍ସଲ୍ୟ ମମତା ର
ଝରଣା ଟିଏ
ନିଆରା ପ୍ରତିମୂର୍ତ୍ତି
ଦିଏ ପୀୟୂଷ
କୋଳେ ଦେଖାଏ ଶଶୀ
ମୁଖେ ଚୁମ୍ବନ
ସ୍ବପ୍ନ ଲହଡ଼ି ଭାଙ୍ଗେ
ଶିଶୁ ଆଦର୍ଶ
ଗଢଇ କୋଣାରକ
ସପ୍ତ ଆଶ୍ଚର୍ଯ୍ୟ
ହୋଇବ ପିଲା ମୋର
ଜଗତଜିତା
ଦେଶ ଜାତିର ନାମ
ରଖିବ ଟେକ ପଣ।
~ ବାସନ୍ତୀ ଦେଈ, ଖୋର୍ଦ୍ଧା
୮)
ନାରୀ ଯେ ଧନ୍ୟା
ଶକ୍ତିସ୍ଵରୂପିଣୀ ସେ
ଅଟେ ଅନନ୍ୟା
ଅନେକ ରୂପରେ ସେ
ହୁଏ ପୂଜିତା
ଜନନୀ। ଭଗ୍ନୀ ଜାୟା
ପୁଣି ଦୁହିତା
ବାତ୍ସଲ୍ୟ ପ୍ରେମେ ଭରା
ତାର ଅନ୍ତର
ତହିଁରୁ ପ୍ରୀତି ସୁଧା
ବହେ ଝର୍ଝର
ସନ୍ତାନ ହିତ ଲାଗି
ସେ ସମର୍ପିତା
କେତେ ଯାତନା ସହି
ହୁଏ ଲାଞ୍ଛିତା
ସୁନା ସଂସାର ଗଢ଼େ
ଆଦର୍ଶ ନାରୀ
ବଧୂ ରୂପରେ ମନ
ମୋହେ ସବୁରି
ବୁକୁ ତଳେ ସାଇତି
ବ୍ୟଥା ଅନେକ
ସଳିତା ଭଳି ଜଳି
ଦିଏ ଆଲୋକ
ନାରୀ ନୁହେଁ ଅବଳା
ସେ ସ୍ୱୟଂସିଦ୍ଧା
ଦେବୀ ରୂପରେ ସେ ତ
ଅଟେ ଆରାଧ୍ୟ୍ୟା
ଦୟା, କ୍ଷମା ତ୍ୟାଗର
ଅଟେ ସେ ଗନ୍ତାଘର ।
~ ମଧୁଛନ୍ଦା ଦାଶ ଭୁବନେଶ୍ୱର
୯)
କବି ଭାବୁକ
ଯଦି ହେବେ ଶାସକ
ନଥିବ ରକ୍ତପାତ
ନର ସଂହାର
ବର୍ବର ଆକ୍ରମଣ
ଭୟ କମ୍ପିତ ପ୍ରାଣ
ସାହିତ୍ୟ ରସେ
ପ୍ରେମ ଭାବ ପରଷେ
ଶାନ୍ତି ସୁଧା ଝରିବ।
~ ବିଳାସିନୀ ଦାଶ, ମଧୁସୂଦନ ନଗର
୧୦)
ଛୋଟିଆ ନିଶା
ଯକ୍ଷ୍ମା ରୋଗର ବସା
ଟାଣେ ପଇସା
ପୁରେ ମନର ତୃଷ୍ଣା
ବିବେକ ବାଧା
ଅଶାନ୍ତ ପରିବାର
ଉଜୁଡେ ସ୍ୱପ୍ନ
ଧୂମକେତୁ ଉଦୟ
ଜୀବନ ନଷ୍ଟ
ଆଶାର ବୈତରଣୀ
ଦିଗ ହଜାଏ
ସଚେତନ ହୋଇଲେ
ମାର୍ଚ୍ଚ ଚବିଶ
ବିଶ୍ୱ ଯକ୍ଷ୍ମା ଦିବସ
ରଖିବା ତା' ମହତ ।
~ ସସ୍ମିତା ବାରିକ୍, ବୋଲଗଡ଼
୧୧)
ତନୁ ଆଧାର
ଅଭିମାନ ତରୁ ର,
ଶାଖା ପ୍ରଶାଖା
ଖୋଲି ଦଣ୍ଡାୟମାନ
ଦର୍ପ ହେତୁରୁ
ନାଶି ଉନ୍ମତ ବ୍ୟକ୍ତି
ସଖା ସମ୍ପତ୍ତି,
ଵୈର ଭାଵ ବଢ଼ାଇ
ଭେଟେ ବହୁ ବିପତ୍ତି ।
~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ।
୧୨)
କାଲି ତାରିଖ
ଅପ୍ରେଲ ଏକ ରିଖ
ଓଡିଶା ହେଲା
ସ୍ୱତନ୍ତ୍ର ଉତ୍କଳ ର
ନାମ ରଖିଲା
ଉତ୍କଳର ଗୌରବ
ମଧୁସୂଦନ
ତାଙ୍କ ସହିତ ଥିଲେ
ଉତ୍କଳ ମଣି
ପଣ୍ଡିତ ଗୋପବନ୍ଧୁ
ମହାପୁରୁଷ
ଓଡ଼ିଆ ଭାଷାପାଇଁ
ଉଦ୍ୟମ ଅବ୍ୟାହତ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
कोई टिप्पणी नहीं:
एक टिप्पणी भेजें