ହାଇକୁ ସାଧନା ଖୋର୍ଦ୍ଧା
ସାରସ୍ଵତ ହାଇକୁ କାବ୍ୟ ଯାତ୍ରା ମାର୍ଚ୍ଚ - ୨୦୨୨
ହାଇକୁ
୧)
ମୃଦୁ ମଳୟ
ଋତୁରାଜ ବସନ୍ତ
ଧରା ପୃଷ୍ଠରେ ।
୨)
କୋଇଲି ସୁର
କୁହୁ କୁହୁ ତାନ ତା
ଭାରି ମଧୁର।
୩)
ଧରଣୀ ରାଣୀ
କୃଷ୍ଣ ଚୁଡ଼ା ରଙ୍ଗର
ନାଲି ଓଢ଼ଣୀ।
~ବାସନ୍ତୀ ଦେଈ ଖୋର୍ଦ୍ଧା
୪)
ଫଗୁଣ ଫଲ୍ଗୁ
ସ୍ନେହ, ପ୍ରେମ ମମତା
ଅବିର ବିଞ୍ଚୁ ।
~ସସ୍ମିତା ବାରିକ୍ , ବୋଲଗଡ଼।
୫)
ଦୋଳେ ଗୋବିନ୍ଦ
ଝରେ ପ୍ରେମର ଫଲ୍ଗୁ
ଭକ୍ତ ବିଭୋର।
୬)
ଦୋଳ ଯାତରା
ଭ୍ରାତୃତ୍ବ ଭାଇଚାରା
ମୈତ୍ରୀ ପସରା।
~ ବାସନ୍ତୀ ଦେଈ ଖୋର୍ଦ୍ଧା
୭)
ଶୀତ ସରିଲା
ବସନ୍ତ ବା' ବହିଲା
ମନ ଚଗଲା।
୮)
ଫଗୁଣ ମାସ
ରାଧା କୃଷ୍ଣ ଖେଳନ୍ତି
ବସନ୍ତ ରାସ।
୯)
ଦୋଳ ବିମାନ
ଅବିର ରଙ୍ଗ ବୋଳି
ହୋଲି ମେଳନ।
୧୦)
ବଉଳ ବାସ
ଆମ୍ର କାନନେ କୁହୁ
ଚଇତ ମାସ।
୧୧)
ଫୁଲ ଫୁଟିଛି
ଚାଇତାଳି ପବନେ
ବାସ ଛୁଟିଛି।
~ଜ୍ୟୋତି ପ୍ରଭା ପଟ୍ଟନାୟକ
୧୨)
ଵ୍ୟକ୍ତି ର ଶକ୍ତି
ଭାବନାରେ ଅନୁଭଵ
ସଦା ବାସ୍ତବ l
୧୩)
କାହାର କ୍ଷତି
ଯେବେ ମିଳଇ ଶାନ୍ତି
ନୁହେଁ କାତର l
୧୪)
ପ୍ରଭୁ ବିଚାର
ବର୍ଷଇ ନିରନ୍ତର
ଜୀବନେ ସାର l
୧୫)
ଜନମ ମୃତ୍ୟୁ
ଦୁଇ ପାର୍ଶ୍ୱ ମୁଦ୍ରାର
ଭାବ ରେ ଚିନ୍ତ l
୧୬)
ମଣିଷ ମନେ
ହୃଦୟଉପବନେ
ଦୁଃଖ କଷଣେ l
୧୭)
ଦକ୍ଷିଣା ବାଆ
ଶେଫାଳୀ ହେନା ଫୁଲେ
ବାସ୍ନା ର ଛୁଆଁ l
~ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୧୮)
କଲମ ମୁନ
ଶାଣିତ ଖଡଗରୁ
ଅଧିକ ତୀକ୍ଷ୍ଣ।
୧୯)
ତୁଳୀ କଲମ
ପ୍ରକାଶେ ଶବ୍ଦ ବ୍ରହ୍ମ
ମର୍ମର ଛବି।
~ବାସନ୍ତୀ ଦେଈ, ଖୋର୍ଦ୍ଧା
୨୦)
ସାଗର କୂଳେ
ଚନ୍ଦ୍ରଭାଗା ନିକଟେ
ମନ୍ଦିର ଠିଆ।
୨୧)
କଳା କୁଶଳୀ
ଉତ୍କଳ କାରିଗର
କୀରତି ସେତ ।
୨୨)
କୋଣାର୍କ କ୍ଷେତ୍ର
ସୂର୍ଯ୍ୟ ଉପାସନା ର
ଵିଶ୍ଵ ବିଦିତ ।
~ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ।
୨୩)
ମନ ଗ୍ୟାଲେରୀ
ଅଛ ହୃଦ ଭିତରେ
ତୁମେ ରୂପସୀ ।
~ ପ୍ରଦୀପ କୁମାର ଦାଶ, ଛତିଶଗଡ଼
୨୪)
ଦୋଳ ମେଲଣ
ରାଧା କୃଷ୍ଣ ଙ୍କ ଯୋଡି
ପ୍ରୀତି ପାର୍ବଣ।
~ବିଳାସିନୀ ଦାଶ
ମଧୁସୂଦନ ନଗର
୨୫)
ନିଆରା ଛବି
ଆଙ୍କି ମୁଁ ପାରିବି ତ
ବସିଚି ଭାବି ।
୨୬)
ସୁନ୍ଦର ତନୁ
ଚରଣ ଯୁଗଳ ତା
ଯାଉନି ମନୁ ।
୨୭)
ଆକାସୀ ରଙ୍ଗ
ସୁନ୍ଦର ନିଖୁଣ ତା
ଦେହର ଭାଙ୍ଗ ।
୨୮)
ଚପଳ ଛନ୍ଦା
ଚାଲିକି ଚାହାଣୀ ତା
ଗୁଣନ ଖନ୍ଦା ।
୨୯)
କିଆ ମହକ
ଦୋଳବେଦୀ ରେ ରାଧା
ଗୋବିନ୍ଦ ଦେଖ ।
~ମିନାକ୍ଷୀ ମିଶ୍ର ଖୋର୍ଦ୍ଧା।
୩୦)
ହାଇକୁ ଲେଖ
ସୁନ୍ଦର ଭାଷାଭାବ
ଆନନ୍ଦ ଦେଖ।
୩୧)
ପ୍ରକୃତି ରାଣୀ
ରଖିଛି ଆମ ପାଇଁ
କେତେ ବିପଣି।
୩୨)
କଲମ ଧର
ଲେଖାପଢ଼ା କରିବା
ହେବା ସାକ୍ଷର।
~ଜ୍ୟୋତି ପ୍ରଭା ପଟ୍ଟନାୟକ
୩୩)
ଫଗୁଣ ଆସେ
ମୃଦୁ ମଳୟ ସ୍ପର୍ଶେ
ଧରଣୀ ହସେ ।
୩୪)
ରଙ୍ଗ ଅବିର
ହୋଲି ଖେଳି ସଭିଏଁ
ହୋନ୍ତି ବିଭୋର ।
୩୫)
ମନଗହନେ
ଆଶାର ଆଲୋକ ଟି
ଜଳେ ମଉନେ ।
~ମଧୁଛନ୍ଦା ଦାଶ ଭୁବନେଶ୍ୱର
୩୬)
ରଙ୍ଗ ପସରା
ହୃଦ ମନ ରଙ୍ଗାଏ
ପ୍ରୀତି ଅସରା।
୩୭)
ଆଜି ଫଗୁଣେ
ଅନୁରାଗ ଅବିର
ହୃଦୟେ ବୁଣେ ।
୩୮)
ରଙ୍ଗୀନ କରେ
ମୋ ହୃଦୟ ଅଗଣା
ସପନ ଭରେ ।
~ସାଧନା ପଣ୍ଡା ଭୁବନେଶ୍ବର
୩୯)
କରୋନା ଭୟ
ନହେଉ ଛିଙ୍କ କାଶ
ସତର୍କ ରୁହ l
୪୦)
ମନ ମୟୂରୀ
ସୃଷ୍ଟି ତା ମାୟାପୁରୀ
ଦିଗ ବିସ୍ତାରି l
୪୧)
ହୃଦୟ ଭାରି
ଆଶାତ ଅସୁମାରୀ
ସମୁଦ୍ର ପରି l
୪୨)
ଆସେ ଲହରୀ
ସୁକ୍ଷ୍ମ କୁ ସ୍ଥୁଳ କରି
କିଏ ତା ସରି l
୪୩)
ପ୍ରଭୁ ସୁମରି
ଦୁଃଖ ଦିଅ ପାଶୋରି
କର ଗୁହାରି l
~ସୂର୍ଯ୍ୟକାନ୍ତି ଦାଶ, ଯାଆଁଳା, ଜଟଣୀ
୪୪)
ଦୋଳ ପରବ
ବିଦାୟୀ ଫାଲଗୁନ
ଚୈତ୍ର ଆରମ୍ଭ।
୪୫)
ଅବିର ଛାଟି
ଫୁଲେଇ ଫାଲଗୁନ
ଖେଳୁଛି ବାଟି।
୪୬)
ଦୋଳ ବିମାନ
ଦୋଳି ଖେଳେ ଗୋବିନ୍ଦ
ରାଈ ପରାଣ।
୪୭)
ପବନ ଗାଏ
ଯାଆ ଲୋ ବସନ୍ତ
ବରଷ ଯାଏଁ।
~ଚପଳା ପଣ୍ଡା, ଖୋର୍ଦ୍ଧା।
୪୮)
ଦୋଳ ପରବ
ଓଡିଆ ସଂସ୍କୃତିର
ଗର୍ବ ଗୌରବ।
୪୯)
ଅବିର ରଙ୍ଗ
ହୋଲି ଖେଳିବା ଆସ
ମୋ ସାଥି ସାଙ୍ଗ।
୫୦)
ବସନ୍ତ ରାସ
ଅବିର ଖେଳୁଛନ୍ତି
ରାଧା ଓ କୃଷ୍ଣ।
~ଜ୍ୟୋତି ପ୍ରଭା ପଟ୍ଟନାୟକ
୫୧)
ଦୋଳ ପୁନେଇଁ
କାହ୍ନା ସାଥେ ଝୁଲଇ
ରାଧିକା ମାଇଁ ।
୫୨)
ମନ୍ଦ ମଳୟ
କୋକିଳ କୁହୁ ତାନେ
ବହେ ସଧୀରେ ।
~ସସ୍ମିତା ବାରିକ୍ । ବୋଲଗଡ଼।
୫୩)
ଫଗୁଣେ ହୋଲି
ରାଧା ମୋହନ ସଙ୍ଗେ
ନଗର ବୁଲି ।
୫୪)
ନରଖି ରାଗ
ଭୁଲି ରାଗ ଓ ଦ୍ୱେଷ
ଖେଳିବା ଆସ ।୨ ।
୫୫)
ମିଠା ଓ ପିତା
ଛୁରୀ ଠାରୁ ଧାରୁଆ
ଆମରି ଜିଭ ।୩।
୫୬)
ଲଗାମ ଦିଅ
ସମ୍ଭାଳି କଥା କୁହ
ଭଲରେ ରୁହ ।୪।
~ ନଳିନୀ ପ୍ରଭା ଦାସ
ପଣସୁଧା, ଯାଜପୁର।
୫୭)
ହୋଲି ଆସିଛି
ରଙ୍ଗ ପସରା ମେଲି
ଦେବାକୁ ଖୁସି ।
୫୮)
ହୋଲି ଖେଳରେ
ସଭିଏଁ ମତୁଆଲା
ପ୍ରୀତି ରଙ୍ଗରେ ।
~ ମଧୁଛନ୍ଦା ଦାଶ ଭୁବନେଶ୍ୱର
୫୯)
ସପନ ଘର
ପଲକ ପଡିଗଲେ
ଲାଗେ ନିଜର ।
୬୦)
କୋଉଠି ଥାଏ
ଭାବନା ଗନ୍ତାଘରେ
ମିଳେଇ ଯାଏ ।
୬୧)
ପରୀ ରାଇଜେ
ସ୍ମୃତି ଭିଜା ସାଗରେ
ସାଥୀକୁ ଖୋଜେ ।
୬୨)
ବଡ଼ ଅଦ୍ଭୁତ
ଏ ଚଗଲିଆ ମନେ
ଲାଜ ବହୁତ ।
୬୩)
କଜ୍ଜଳ ମାଖି
ଫିକା ସପନ ପଡେ
ଖୋଲିଲେ ଆଖି ।
୬୪)
କେଜାଣି କିଏ
ଆସିଥିଲା ସପନେ
ଏ ମନ ଭାବେ ।
~ ରେବତୀ ପଣ୍ଡା ଖୋର୍ଦ୍ଧା ।
୬୫)
ଶୁଭ ସକାଳ
ଅଭିନନ୍ଦନ ଘେନ
ସାଥି ଏ ମୋର।
୬୬)
ଫୁଲ ଗଜରା
ଋତୁରାଜ ବସନ୍ତେ
ଶୋଭା ପସରା।
୬୭)
କୋଇଲି ଗାଏ
ଆମ୍ବ ବଉଳ ବାସ
ଚହଟି ଯାଏ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୬୮)
ବସନ୍ତ ଋତୁ
ମୃଦୁ ମଳୟ ତା'ର
ମନ ମୋହୁଛି ।
୬୯)
ସଙ୍ଗିନୀ ଗଣ
ଆନନ୍ଦେ ବିଭୋରରେ
ଉଚ୍ଚାଟ ମନ।
~ ସୁଜାତା ପଟ୍ଟନାୟକ, ଖୋର୍ଦ୍ଧା
୭୦)
ଗୋପ ବାଳକ
ଲୀଳା କରୁଛି ବସି
ଶ୍ରୀକ୍ଷେତ୍ର ଧାମ ।
୭୧)
ଏ କଳିକାଳେ
ଶ୍ରୀ ଜଗନ୍ନାଥ ନାମ
ଶ୍ରୀନୀଳାଚଳେ।
୭୨)
ବାଜେନି ଶଙ୍ଖ
ଶ୍ରୀ ଶଙ୍ଖକ୍ଷେତ୍ରେ ଆଜି
ଶ୍ରୀ ପଞ୍ଚଜନ୍ୟ ।
୭୩)
ଭାବ ଠାକୁର
ଉକତ ଭାବେ ବନ୍ଧା
ହୃଦର ହାର ।
୭୪)
ଦୋଳପୂର୍ଣ୍ଣିମା
ରାଇ ଦାମୋଦର ଙ୍କ
ଗ୍ରାମ ବୁଲିବା।
୭୫)
ଗୋପାଳ ପୁଅ
ଅତି ଆନନ୍ଦେ କାନ୍ଧେ
ବିଭାନ ବୁହେ ।
୭୬)
ବିମାନେ ବସି
ଶ୍ରୀ ରାଧା ଶ୍ରୀ ମାଧାବ
ଗାଆଁ ବୁଲନ୍ତି ।
୭୭)
ବସନ୍ତ ରାସ
ହୋଲି ଅବିରରେ ହିଁ
ରାଧା ଗୋବିନ୍ଦ ।
୭୮)
ସଂଧ୍ୟାରେ ଫେରି
ମନ୍ଦିର ବେଢାରେ ସେ
ଖେଳନ୍ତି ଦୋଳି ।
୭୯)
ଆଷାଢ଼େ ପ୍ରଭୁ
ବିଜେ ରଥ ଉପରେ
ଦର୍ଶନେ ସବୁ ।
୮୦)
ସାଧୁ ଅସାଧୁ
ଗୁଣ୍ଡିଚା ଯାତେ ନେତ୍ରେ
ବାମନ ପ୍ରଭୁ।
୮୧)
ଫଗୁଣ ମାସେ
ଭକତ ଦର୍ଶନରେ
ବିମାନେ ବିଜେ ।
୮୨)
ଭକ୍ତ ଦର୍ଶନ
ପ୍ରସାଦ ସେବନରେ
ବିତେ ଯେ ଦିନ ।
୮୩)
ଭକତ ଗଣ
ଆଶିଷ ଲୋଡିଥାନ୍ତି
ସେ ସୁଧୀଜନ ।
୮୪)
ଭାବ ଭୋଳିଆ
ଦୋଳ ବିମାନେ ବିଜେ
ଭକ୍ତ ରସିଆ ।
~ ନଳିନୀ ପ୍ରଭା ଦାସ, ପଣସୁଧା, ଯାଜପୁର
୮୫)
ଜଳ ଜୀବନ
ବିଶ୍ଵ ଜଳ ଦିବସ
ହୁଏ ପାଳନ।
୮୬)
ଜଳକୁ ସଞ୍ଚ
ଜଳ ବିନା ଜୀବନ
ବଞ୍ଚିବା କଷ୍ଟ।
~ବାସନ୍ତୀ ଦେଈ ଖୋର୍ଦ୍ଧା
୮୭)
ବିନ୍ଦୁଏ ଜଳ
ଜୀବନ ବଞ୍ଚିବାରେ
ହୁଏ ସଫଳ।
୮୮)
ଶପଥ ନେବା
ନଷ୍ଟ ନକରି ଜଳ
ସଞ୍ଚି ରଖିବା।
୮୯)
ଚଢେଈ ଟିଏ
ଛୋଟିଆ ପ୍ରାଣ ତାର
ବଞ୍ଚାଇ ଥାଏ ।
୯୦)
ଜଳ ଆମର
ଜୀବନର ଆଧାର
ନଷ୍ଟ ନକର ।୧|
୯୧)
ଜଳ ଟି ଜାଣ
ସବୁ ଜୀବର ପ୍ରାଣ
ସୃଷ୍ଟି କାରଣ ।
~ନଳିନୀ ପ୍ରଭା ଦାସ
୯୨)
ଜଳ ଜୀବନ
ଜଳ ବିନା ଜୀବନ
ଲାଗଇ କ୍ଷୀଣ ।
୯୩)
ପ୍ରତ୍ୟେକ ପ୍ରାଣୀ
ଜୀବନ ପରିପୁଷ୍ଟ
ଜଳ ଧାରଣୀ ।
୯୪)
ନ କର ନଷ୍ଟ
ଟୋପା ଟୋପା ଜଳରେ
ପୂର୍ଣ୍ଣ ଅଭିଷ୍ଟ।
୯୫)
ଜଳର ନାମ
ଜୀବନ ହୋଇଅଛି
ଜୀବେ ଜୀବନ।
୯୬)
ଭୂତଳ ଜଳ
କମୁଛି ଧୀରେ ଧୀରେ
ଜଳର ସ୍ତର।
~ଜ୍ୟୋତି ପ୍ରଭା ପଟ୍ଟନାୟକ
୯୭)
ଟୋପାଏ ଜଳ
ତୃଷାର୍ତ୍ତ ପରାଣ କୁ
କରେ ଶୀତଳ ।
୯୮)
ବାରିଦ ଜଳ
ଶସ୍ୟ ଶ୍ୟାମଳ କରେ
ମହୀ ମଣ୍ଡଳ ।
୯୯)
ଜଳ ସମ୍ପତ୍ତି
ଜଳର ଅପଚୟ
ଆଣେ ବିପତ୍ତି ।
୧୦୦)
ଜଳ ସଞ୍ଚୟ
ବିନ୍ଦୁ ବିନ୍ଦୁ ଜଳରେ
ହୁଏ ସାଗର ।
~ ମଧୁଛନ୍ଦା ଦାଶ ଭୁବନେଶ୍ୱର
୧୦୧)
ତମାଖୁ ମୁକ୍ତ
ବିଶ୍ଵ ଯକ୍ଷ୍ମା ଦିବସ
ଶରୀର ସୁସ୍ଥ।
୧୦୨)
ପ୍ରାଣ ଘାତକ
ନ କର ଧୂମପାନ
ହୁଅ ସଚେତ।
~ ବାସନ୍ତୀ ଦେଈ ଖୋର୍ଦ୍ଧା
୧୦୩)
ଯକ୍ଷ୍ମା ଦିବସ
ଆସ ପାଳିବା ଆଜି
ନିଶା ବରଜି।
୧୦୪)
ନିୟମ ମାନି
ଛ ଅ ମାସ ଔଷଧରେ
ଯକ୍ଷ୍ମା ହଟାଇ ।
୧୦୫)
ସଚେତନତା
ଆପଣେଇବା ଆମେ
ରୋଗ ଦୂରେଇ ।
୧୦୬)
ରୋଗୀକୁ କେବେ
କରିବା ନାହିଁ ଘୃଣା
ରୋଗ ଟି ଘୃଣ୍ୟ।
~ ଜ୍ୟୋତି ପ୍ରଭା ପଟ୍ଟନାୟକ
୧୦୭)
ବିସିଜି ଟିକା
ଯକ୍ଷ୍ମା ରୋଗ କବଳୁ
ଦିଏ ସୁରକ୍ଷା ।
୧୦୮)
ସଚେତନତା
ବିଶ୍ଵ ଯକ୍ଷ୍ମା ଦିବସ
ଦିଅଇ ବାର୍ତ୍ତ। ।
~ ମଧୁଛନ୍ଦା ଦାଶ
୧୦୯)
ମେଘ ସମ୍ଭାର
ଶୂନ୍ୟ ଗଗନେ ଦେଖ
କରେ ବିଚାର ।
୧୧୦)
ପଡିଛି ପାଳି
ଯିବି ଗରଜି ଆଜି
ଦେଇ ମୁଁ ତାଳି ।
୧୧୧)
ଶବଦେ ମୋର
କମ୍ପିଉଠେ ଜଗତ
ସଭିଙ୍କୁ ଡର ।
୧୧୨)
ଆକାଶ ପଥେ
ବିହରେ ମୁଁ ଯେ ସାଜି
ଶାନ୍ତିର ଦୂତେ ।
୧୧୩)
ତଥାପି ଲୋକେ
ବିକଟାଳ ମୁଁ ରୂଦ୍ର
କହନ୍ତି 6ମାତେ ।
୧୧୪)
ଧର୍ମ ଦାଣ୍ଡରେ
ସଜାଇ ବସେ ମୁଁହି
କର୍ମ ରଥରେ ।
୧୧୫)
ବିଗତ ଦିନ
ସ୍ମୃତିର ସେ ପୋଥିରେ
କରେ ସ୍ମରଣ ।
୧୧୬)
ବୁନ୍ଦାଏ ଜଳ
ନଷ୍ଟ ନ କରି ତାକୁ
କର ଯେ ଠୁଳ ।
~ ଶକୁନ୍ତଳା ପଣ୍ଡା, ଭୁବନେଶ୍ୱର
कोई टिप्पणी नहीं:
एक टिप्पणी भेजें