हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 5 अप्रैल 2022

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ତାଁକା କାବ୍ୟ ଯାତ୍ରା, ମାର୍ଚ୍ଚ - ୨୦୨୨

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ତାଙ୍କା କାବ୍ୟ ଯାତ୍ରା, ମାର୍ଚ୍ଚ- ୨୦୨୨ 

ତାଙ୍କା

୧)

ଅନିତ୍ୟ ଦେହ

ଆଉ ତା' ଉପାର୍ଜନ

ଆକୁଳ ପ୍ରାଣ

ଘେନି କୁଟୂମ୍ଵ ଚିନ୍ତା

ମଗ୍ନ ପୁରୁଷ ସଦା   ।


୨)

ଅଧୀତ ବିଦ୍ୟା

ଅର୍ଜିତ ଯଶ ମାନ

ସ୍ଵଭାବ,ଗୁଣ

 ହରାଇ ସବୁ କିଛି

ହୁଏ ତ ଫେରିବାକୁ  ।


 ୩)

ଓଦା ମାଟିର

ଘଟ,ଗର୍ଭରେ ଧରି

ମଧୁର ଜଳ

ପାରେନା ରହି,ଯାଏ

ଜଳ ସହ ଭୁଷୁଡି  ।


~ ଆରତି ମଞ୍ଜରୀ ଦାଶ ଗୁରୁଜଙ୍ଗ, ଖୋରଧା


୪)

ଆଦ୍ୟ ବସନ୍ତ

ମଧୁମାସ ଆଗତ

ବଉଳ ହସେ

ଆମ୍ର କାନନ କୁଞ୍ଜେ

କୋଇଲି କୁହୁ ଗାନ।


୫)

ମୃଦୁ ମଳୟ

ଫୁଲେଇ ଫଗୁଣର

ରଙ୍ଗ ଅବିର

ପ୍ରେମ କରେ ସଂଚାର

କୁଞ୍ଜ ବନେ ରାଧାର।


୬)

ଦୋଳ ମେଳଣ

ବିମାନ ଆକର୍ଷଣ

ରାଧାଓ କୃଷ୍ଣ

ଅବିର ରଙ୍ଗ ବୋଳି

ମାରନ୍ତି ପିଚକାରୀ।


~ ଜ୍ୟୋତି ପ୍ରଭା ପଟ୍ଟନାୟକ


୭)

ଵିଚାର ବଡ଼

ବ୍ୟକ୍ତିତ୍ଵ ତା' ଆଧାର

ଵ୍ୟକ୍ତି ଜୀବନ

ଅଳୀକ, କାଳାଧୀନ

ଵିଚାର ଚିରନ୍ତନ।


 ୮)

ବିନା ବିଚାରେ

କଲେ ସହସା କାର୍ଯ୍ୟ

ଆସେ ବିପଦ

  ବିଵେକ ବଳେ ଗୁଣୀ,

ଲଙ୍ଘି ଯା' ନ୍ତି ଆପଦ ।


୯)

ସୁଖ ଚୟନେ

ଲିପ୍ତ, ଶରୀର ରୁଗ୍ଣ,

କର୍ମ କଳ୍ମଷେ 

ଚିତ୍ତ ସଦା ବିଭ୍ରାନ୍ତ,

ଶାନ୍ତି,ତ ଦୂରବର୍ତ୍ତୀ  ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ ଖୋରଧା


୧୦) 

ନାନା କଷଣ

କରି ମୁଁ ଅଙ୍ଗୀକାର

ଆଶା ପାଦପ

ଛାୟା ପୁରେ ରଚିଲି

ସୁଦୃଶ୍ୟ ରମ୍ୟ ହର୍ମ୍ୟ।


  ୧୧)

ନ ଥିଲି ଜାଣି

ସପନ ଦେଖୁ ଦେଖୁ

 ସୁନାମି ଦିନେ

ଦେବ ବୋଲି ଉଜାଡ଼ି

ମୋର ସକଳ ଶ୍ରମ ।


୧୨)

ବଡ଼ କଠୋର

କାଳ,କ୍ରୁର ନିର୍ମମ

ଆସେ ସହସା

 ପଛରୁ ଅଚାନକ

ଦିଏ ଧକ୍କା ଦାରୁଣ  ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ, ଖୋର୍ଦ୍ଧା


୧୩)

ସାଧୁ ସଙ୍ଗତି

ଯେ ନର ଲଭେ ସଦା

ପୁଣ୍ୟ ଅର୍ଜ୍ଜନେ 

ନିତ୍ୟ ଧନ୍ୟ ଜୀବନ

ଲିପ୍ତ ପଵିତ୍ର କର୍ମେ ।


୧୪)

ଦୁର୍ଜନ ସଙ୍ଗେ

ସଦା ରହେ ଯେ ଭୋଗେ

ସର୍ପ ସମାନ

ଭୟଙ୍କର ସେ ନିଶ୍ଚେଁ

 ଵିନାଶ ହିଁ ଘଟାଏ  ।


୧୫)

ଅସାଧୁ ସଙ୍ଗ

ଅଧଃ ପତନ ହେତୁ

ତେଜିଲେ ଶୀଘ୍ର

ଜୀବନ ରକ୍ଷା,ମିଳେ

ସୁଖ ଶାନ୍ତି ସମୃଦ୍ଧି ।


୧୬)

ଵିନୟ ଭାବ

ହୃଦେ ବହି,ଶାନ୍ତ

ସୁଶୀଳ ବାକ୍ୟେ

ତୋଷି ସକଳ ଜନ

ଲଭ ସଦା କଲ୍ୟାଣ।


୧୭)

ମନ୍ଦିର ଗାତ୍ର

ଵିଦାରି ଉଭା ବଟ

ଶାଖା ପ୍ରଶାଖା

ଘେନି ବିସ୍ତାରି କାୟା

ଦିଶେ କେଡେ ସୁନ୍ଦର।


୧୮)

ସହସ୍ର ବର୍ଷ

ଦେଇ ଶୀତଳ ଛାୟା

ଏବେ ସେ ଜୀର୍ଣ୍ଣ

ପୁରାଣ ତରୁ ହେବ

ମହାନସେ ଇନ୍ଧନ ।


୧୯)

ପଙ୍କ ରୁ ଜାତ

ଲାଵଣ୍ୟ ଭରା ଅବ୍ଜ

ସୁରଭି ଦାନେ

ଜିଣେ ସହସ୍ର ହୃଦ

ଲଭି ରଵି ପରଶ ।



୨୦)

ସୀମିତ ଆୟୁ

ଅତି ଶୋଭନ ରୂପ

ମଧୁ ମହକେ

ମଣ୍ଡେ ଐଶ୍ଵର୍ଯ୍ୟ ମୟୀ

ଦେବୀ ଇନ୍ଦିରା ଅଙ୍କ ।


୨୧)

ସୁଦୀର୍ଘ ହେଉ

ପଛେ ଵଟ ଜୀଵନ

ନୁହେଁ ସେ ଶ୍ରେୟ

ସ୍ଵଳ୍ପ ଅଵ୍ଜ ଜୀଵନ

ସଦା  ତ ସ୍ପୃହଣୀୟ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ


୨୨)

ଖୋଜେ ବିଜ୍ଞାନ

ତର୍କ,ଜିଜ୍ଞାସୁ ଭାବ,

ଇନ୍ଦ୍ରିୟ ଗମ୍ୟ

ତତ୍ତ୍ଵ,ଲଭେ ପ୍ରତିଷ୍ଠା

ପରୀକ୍ଷିତ ପ୍ରମାଣେ ।


୨୩)

ଅଧ୍ୟାତ୍ମବାଦ 

ନୁହେଁ ଯୁକ୍ତି ଅନ୍ଵେଷୀ

ଜୀବନ ସତ୍ୟ

ବିଶ୍ବାସେ ପ୍ରତିଷ୍ଠିତ

ଥାଏ ଆର୍ଷ ବଚନେ ।


୨୪)

ସତ୍ୟଂ ଜୟତେ

ପୂର୍ବ ସ୍ଵୀକୃତ ବାକ୍ୟ

ତର୍କ ପ୍ରକ୍ରିୟା

ଦୃଢ଼ ଅନ୍ବିଷା ବଳେ

ହୁଏ ଉଦ୍ ଭ୍ରାମିତ ।


୨୫)

ସ୍ଵୀକାର କରେ

ଅନୁମାନ ପ୍ରମାଣ

ବିଜ୍ଞାନ ବାର୍ତ୍ତା

ଲୋଡ଼େ ନା ଗବେଷଣା

ସ୍ଵଚ୍ଛ ଜୀବନ ଚିନ୍ତା ।


୨୬)

ସମବେଦନା

ଉତ୍ସ ସଦ୍ ଗୁଣର

ମୋହ ରହିତ

ନିଃସ୍ଵାର୍ଥ ସେବା ବଳେ

ଅଧ୍ୟାତ୍ମ ଵିକଶିତ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ


୨୭)

ବିଶ୍ବାସେ ବିଶ୍ଵ

ପ୍ରେମ ମୂଳେ ପୃଥିବୀ

ତିଷ୍ଠିଛି ସିନା

ମୋହରୁ ନିଏ ଜନ୍ମ

ସନ୍ଦେହ ଅବିଶ୍ବାସ ।

୨୮)

ସନ୍ଦେହ ସଦା

ଭ୍ରାନ୍ତ ଅନ୍ଵିଷା ପଥ

ନଷ୍ଟ ପ୍ରବଣ

ବିରୋଧ ଭାବାପନ୍ନ

ଅନାଗ୍ରହ କାରଣ  ।


୨୯)

ପ୍ରେମ ବିଶ୍ଵାସ

ଘେନି ଗଠନ ଚିନ୍ତା

ତୋଳେ ଅନନ୍ୟ

ମଧୁ ବାତାଵରଣ

ସେ ତ ସୃଷ୍ଟି କାରଣ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ


୩୦)

ବୋମା ବର୍ଷଣ

ମିସାଇଲ୍  ଅଗ୍ନି ବର୍ଷା

ହେଲିକପ୍ଟର

ଚାଲେ ଶୂନ୍ୟରେ ଯୁଦ୍ଧ

କମ୍ପେ ମାଟି ଆକାଶ ।


୩୧)

ବିଡ଼ି ଗଞ୍ଜେଇ

ତମାଖୁ ସିଗାରେଟ

ଟାଣେ ପଇସା

ନୁହେଁ ଛୋଟିଆ ନିଶା

ଜୀବନରେ ଦୁର୍ଦ୍ଦଶା ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୩୨)

ଜଳର ଧାରା 

ଅମୂଲ୍ୟ ସମ୍ପଦ ସେ

ଜୀବନ ପରା 

ଶୂନ୍ୟତାରେ ପୂର୍ଣ୍ଣ ସେ

ଅଟଇ ନିରାକାର ।


~ ଶକୁନ୍ତଳା ପଣ୍ଡା, ଭୁବନେଶ୍ୱର


୩୩)

ବିଭୁ ସଦୟ

ଅଜ୍ଞାନ ହୃଦେ ହୁଏ

ଜ୍ଞାନ ଉଦୟ

ଅମା ହୁଅଇ ନାଶ

ଲଭେ ଦିବ୍ୟ ଆଶିଷ ।


~ ମଧୁଛନ୍ଦା ଦାଶ

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH