हाइकु मञ्जूषा (समसामयिक हाइकु संचयनिका)

卐 ~•~ 卐 ~•~ 卐 ~•~ 卐 ~•~ हाइकु मञ्जूषा (समसामयिक हाइकु संचयनिका) संचालक : प्रदीप कुमार दाश "दीपक" ~•~ 卐 ~•~ 卐 ~•~ 卐 ~•~ 卐

मंगलवार, 5 अप्रैल 2022

ହାଇକୁ ସାଧନା ଖୋର୍ଦ୍ଧା, ସାରସ୍ୱତ ସେଦୋକା କାବ୍ୟ ଯାତ୍ରା, ମାର୍ଚ୍ଚ - ୨୦୨୨

ହାଇକୁ ସାଧନା ଖୋର୍ଦ୍ଧା

ସାରସ୍ଵତ ସେଦୋକା କାବ୍ୟ ଯାତ୍ରା, ମାର୍ଚ୍ଚ ~ ୨୦୨୨

ସେଦୋକା 

୧)

ଦୁର୍ଲ୍ଲଭ ପ୍ରାଣ

ନୋହିବ ହଟହଟା

ହୋଇଲେ ସଚେତନ

ସ୍ଵାସ୍ଥ୍ୟ ସୁରକ୍ଷା

ନିୟମ ସଦା ମାନ

କରୁଛି ନିବେଦନ ।


~ ବାସନ୍ତୀ ଦେଈ, ଖୋର୍ଦ୍ଧା


୨)

ଆକାଶ ପାଖୁ

ନିଅ ହେ ଶିଖି ସର୍ବେ

ହୃଦୟ ବିଶାଳତା

ନିର୍ମଳ ହୃଦ ।

ଉଦାର ପୂର୍ଣ୍ଣ ମନ

ପାଇବ ସନମାନ ।


 ~ ନଳିନୀ ପ୍ରଭା ଦାସ


୩)

ବିପୁଳ କଳା

ବୈଭଵ ଧରି ରାଜେ

ସାଗର କୂଳେ ପରା

ବାର ବର୍ଷ ର

ଲୁହ ଲହୁ ସ୍ଵାକ୍ଷର,

ମନ୍ଦିର ଗାତ୍ରେ ଲେଖା ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ


୪)

ଭକ୍ତିର ମାର୍ଗ

ଅତୀବ ସୁମଧୁର

ଅନୁରାଗେ ପୂରିତ

ସାନ୍ତ୍ଵନା ଭରା

କରୁଣାସିକ୍ତ ବାଣୀ

ସୃଜେ ଜୀଵନ କଳ୍ପ ।


୫)

ଦୃଢ଼ ବିଶ୍ବାସ

ଆତ୍ମ ଶକ୍ତି ଜାଗ୍ରତେ 

ଆସେ ଅସୀମ ଵଳ

ଟଳେ ବିପଦ

ଫିଟେ ମୁକ୍ତିର ମାର୍ଗ

ପ୍ରେମ ଭକ୍ତି କୈବଲ୍ୟ ।


~ ଆରତି ମଞ୍ଜରୀ ଦାଶ, ଗୁରୁଜଙ୍ଗ

कोई टिप्पणी नहीं:

एक टिप्पणी भेजें

MOST POPULAR POST IN MONTH